ଦୁଇ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ଅଭିଯୋଗ, ବିଭାଗୀୟ ଯନ୍ତ୍ରୀ-ଠିକାଦାର ସଲାସୁତରାରେ ଚାଲିଛି କାର୍ଯ୍ୟ

ମୋରଡ଼ା,୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅଧୀନ ବୈଶିଙ୍ଗା କେନାଲ ଡିଭିଜନରେ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି।
ଏନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ସୁରେଇଡ଼ିହି ପଞ୍ଚାୟତର ବାସିନ୍ଦା ରବୀନ୍ଦ୍ର ମହାନ୍ତ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ୨୦୨୦-୨୧, ୨୦୨୧-୨୦୨୨, ୨୦୨୨-୨୦୨୩, ୨୦୨୩-୨୦୨୪ ଆର୍ଥିକ ବର୍ଷରେ ବୈଶିଙ୍ଗା କେନାଲ ଡିଭିଜନ ଅଧୀନ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର,ଏସ୍‌ଆଇପି ଲକ୍ଷ୍ମୀପୋଷୀ ପ୍ରାୟ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟ ତିନି ପାତି ଟେଣ୍ଡର ମାଧ୍ୟମରେ ଗୁପ୍ତ ହିସାବରେ ନିର୍ଦ୍ଦିଷ୍ଟ କିଛି ଠିକାଦାରଙ୍କ ସହିତ ସଲାସୁତରା କରି ନିମ୍ନମାନର କାର୍ଯ୍ୟ କରିଥିବାର ଦେଖିବାକୁ ମିଳିଛି l ସ୍ପ୍ଲିଟିଙ୍ଗ ପ୍ରପୋଜାଲ ପ୍ରସ୍ତୁତି କରି ଚତୁରତାର ସହିତ ନୋଟିସ ବୋର୍ଡ ଟେଣ୍ଡର କଲ୍‌ ନୋଟିସ ଲଗାଇ ଓ୍ବାଇଡ୍‌ ସର୍‌କ୍ୟୁଲେଶନ ନ କରି ଟେଣ୍ଡର ଫିକ୍ସିଂ ହୋଇଛି।
ସେହିପରି ସୂଚନା ଅଧିକାର ତଥ୍ୟ ମୁତାବକ,ଗ୍ରାମ୍ୟ ଉନ୍ନୟନ ବିଭାଗର ପତ୍ର ସଂଖ୍ୟା-୬୨୧୧, କ୍ଷୁଦ୍ର ଜଳସେଚନ ବିଭାଗର ପତ୍ର ସଂଖ୍ୟା-୪୩୧୧, ଏନଏଚ ଡିଭିଜନର ପତ୍ର ସଂଖ୍ୟା-୧୭୯୪ରେ ଦର୍ଶାଯାଇଛି ଯେ, ଏନେଇ ବୈଶିଙ୍ଗା କେନାଲ ଡିଭିଜନ ଏସଆଇପିର କୌଣସି ଟେଣ୍ଡରକଲ ନୋଟିସ ନାହିଁ, ଯାହା ଟେଣ୍ଡର ଦୁର୍ନୀତିକୁ ବିଭାଗ ପ୍ରଶୟ ଦେଉଛି ବୋଲି ଅଭିଯୋଗ ହୋଇଛି।
ନିର୍ଦ୍ଦିଷ୍ଟ ଭାବରେ ଗୋଟିଏ ଡିଭିଜନ ଅଫିସରେ ବିଲିଡିଂ, ମରାମତି, ପୁନରୁଦ୍ଧାର ପାଇଁ ଗୋଟିଏ ଟେଣ୍ଡର ନ କରି ତାକୁ ଭାଗ ଭାଗ କରି ସ୍ପିଲ୍ଟିଙ୍ଗ ପ୍ରପୋଜାଲ ପ୍ରସ୍ତୁତ କରିବା କାର୍ଯ୍ୟ ବେଆଇନ କାର୍ଯ୍ୟକଳାପକୁ ଦର୍ଶାଯାଉଛି ବୋଲି ଅଭିଯୋଗ ହୋଇଛି । ନିର୍ଦ୍ଦିଷ୍ଟ ସେପଟେ ଉକ୍ତ ଦୁର୍ନୀତିର ମୁଖ୍ୟ କର୍ଣ୍ଣଧାର ପୂର୍ବରୁ କନିଷ୍ଠ ଯନ୍ତ୍ରୀ ଥିବା ରାମଚନ୍ଦ୍ର ସେଠୀ, ରାଜେଶ କୁମାର ପଢିଆରି ବୋଲି ଅଭିଯୋଗରେ ଦର୍ଶଯାଇଛି ଏବଂ ବର୍ତ୍ତମାନ ଉକ୍ତ ଦ୍ୱୟ କନିଷ୍ଠ ଯନ୍ତ୍ରୀ ପ୍ରୋମଶନ ପାଇ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି। ତେଣୁ ଉକ୍ତ ସବୁ କାର୍ଯ୍ୟର ସତ୍ୟାସତ୍ୟ ଯାଞ୍ଚ କରିବା ସହିତ ସମ୍ପୃକ୍ତ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି।
ତେବେ ଏବାବଦରେ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରତାପ ଦାସଙ୍କୁ ପଚାରିବାରୁ ଉକ୍ତ ସବୁ କାର୍ଯ୍ୟର ଟେଣ୍ଡର ସରକାରଙ୍କ ଗାଇଡ଼ଲାଇନ ଭାବରେ ହୋଇଛି ଏବଂ ତଦନ୍ତ କଲେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri