ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ୨ ଶିକ୍ଷକଙ୍କ ନାମରେ ମାମଲା

କୁଆଁରମୁଣ୍ଡା,୨୩ା୧୦(ଡି.ଏନ୍‌.ଏ.): ଆବାସିକ ବିଦ୍ୟାଳୟରେ ରହି ଶିକ୍ଷାଲାଭ କରୁଥିବା ଗରିବ ଆଦିବାସୀ ଛାତ୍ରୀଙ୍କୁ କିଭଳି ଶିକ୍ଷାଦାନ ନାମରେ ନିଜର କାମନା ଚରିତାର୍ଥ କରିବା ପାଇଁ ୨ ଶିକ୍ଷକ ପ୍ରଲୋଭିତ ପୂର୍ବକ ଅସଦାଚରଣ କରିଥିବା ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ବୀରମିତ୍ରପୁର ଥାନା ଅନ୍ତର୍ଗତ କୁମଝରିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବରଗଡ଼ ଜିଲାର ସୁବନ ମୁନ୍ନା ଓ ଭଦ୍ରକ ଜିଲାର ରତିକାନ୍ତ ବାରିକ କଳା ଓ ବିଜ୍ଞାନ ଶିକ୍ଷକଭାବେ ନିଯୁକ୍ତି ପାଇଛନ୍ତି। ହେଲେ ଉକ୍ତ ୨ ଶିକ୍ଷକ ବିଭିନ୍ନ ସମୟରେ ଉକ୍ତ ସ୍କୁଲ ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପଢୁଥିବା ଜଣେ ଗରିବ ଆଦିବାସୀ ଛାତ୍ରୀଙ୍କୁ ଏକାଧିକବାର ଅସଦାଚରଣ ପାଇଁ ବାରମ୍ବାର ଚାପ ପକାଉଥିଲେ। ମାତ୍ର ଛାତ୍ରୀ ଜଣଙ୍କ ଏଥିରେ ରାଜି ନ ହେବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ପରୀକ୍ଷାରେ ଫେଲ୍‌ କରିଦେବା ପାଇଁ ଧମକଚମକ ମଧ୍ୟ ଦେଇଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ଏନେଇ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ନିଜ ମା’ବାପାଙ୍କୁ ଏ ବିଷୟରେ ଜଣାଇବା ପରେ ଘଟଣା ସମ୍ପର୍କରେ ମା’ବାପା ସୁନ୍ଦରଗଡ଼ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସ୍‌ପି ନାଥ ଘଟଣା ସମ୍ପର୍କରେ ଅବଗତ ହେବା ପରେ ତୁରନ୍ତ ଘଟଣାର ତଦନ୍ତ ଦାୟିତ୍ୱ ବୀରମିତ୍ରପୁର ଏସ୍‌ଡିପିଓ ମାନସରଞ୍ଜନ ପ୍ରଧାନଙ୍କୁ ଦେଇଥିଲେ। ଏସ୍‌ପି ନାଥଙ୍କ ପରାମର୍ଶକ୍ରମେ ସମ୍ପୃକ୍ତ ଛାତ୍ରୀଙ୍କ ମା’ବାପା ବୀରମିତ୍ରପୁର ଥାନାରେ ଶନିବାର ଲିଖିତ ଅଭିଯୋଗ କରିବା ପରେ ବିଭିନ୍ନ ଦଫାରେ ପୋଲିସ ୨୩୦/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁ ରଖିଛି। ଏ ନେଇ ବୀରମିତ୍ରପୁର ଏସ୍‌ଡିପିଓ ମାନସରଞ୍ଜନଙ୍କୁ ପଚାରିବାରୁ ସେ କହିଲେ ଯେ,ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ମା’ବାପାଙ୍କ ବୟାନ ରେକର୍ଡ କରାଯାଇଛି। ଖୁବ୍‌ଶୀଘ୍ର ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri