ପ୍ରଣବଙ୍କ ନାଁରେ ଜମି ଜବରଦଖଲ ଅଭିଯୋଗ

କାଏମା,୨୩ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତର ନୂଆଗଁା ମୌଜାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସରକାରୀ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଅଭିଯୋଗ ଆଧାରରେ ଗୁରୁବାର ତହସିଲ ପକ୍ଷରୁ ନାକପୋଲ ରାଜସ୍ବ ନିରୀକ୍ଷକ ସୁନୀଲ ନାୟକ, ବଳରାମପୁର ଆର୍‌ଆଇ ଚନ୍ଦନ ସାହୁ, ନାକପୋଲ ସହକାରୀ ରାଜସ୍ବ ନିରୀକ୍ଷକ ଜଗବନ୍ଧୁ ଜେନା, ଡଙ୍କାରି ରାଜସ୍ବ ନିରୀକ୍ଷକ ମାନସ ବେଜ, ଅମିନ ହିତେଶ ସାମଲ ଓ ନିହାରକାନ୍ତ ବିଶ୍ୱାଳ ପ୍ରମୁଖ ପହଞ୍ଚତ୍ ମାପଚୁପ କରିଛନ୍ତି। ତେବେ ମାପଚୁପ ବିଷୟରେ ଠିକ୍‌ ତଥ୍ୟ ମିଳିପାରିନାହିଁ।
ଜମି ଜବରଦଖଲ ସମ୍ପର୍କରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ଆଲୋକ ଲେଙ୍କା ଗତ ୧୪ ତାରିଖରେ ଯାଜପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ନୂଆଗଁା ମୌଜାରେ ଥିବା ଖାତା ନମ୍ବର ୧୯୨, ପ୍ଲଟ ନମ୍ବର ୮୦କୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କଳ୍ପତରୁ ଦାସଙ୍କ ସମୟରେ ଗୋକର୍ଣ୍ଣେଶ୍ୱର ଚାରିଟେବୁଲ ଟ୍ରଷ୍ଟ ନାମରେ ପଞ୍ଜୀକୃତ କରାଯାଇଥିଲା। କିନ୍ତୁ କାଳକ୍ରମେ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ସେଠାରେ ଥିବା ୫ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ଜବରଦଖଲ କରି ବିଜେଡି କାର୍ଯ୍ୟାଳୟ କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ମାପଚୁପବେଳେ ଉପସ୍ଥିତ ଥିବା ଲୋକଙ୍କ ଭିନ୍ନଭିନ୍ନ ପ୍ରତିକ୍ରିୟା ମିଳିଛି। ସେମାନଙ୍କ ମଧ୍ୟରୁ ସ୍ଥାନୀୟ କଣିପାଟିଆ ଗ୍ରାମର ନିତ୍ୟାନନ୍ଦ ଦାସ କହିଛନ୍ତି, ଏଠାରେ ପୂର୍ବରୁ ଏକ ଫରେଷ୍ଟ ଅଫିସ ଥିଲା। କିନ୍ତୁ ସେ ସମୟରେ ନେତାମାନେ କ୍ଷମତାର ଅପବ୍ୟବହାର କରି ଏହାକୁ ଜବରଦଖଲ କରିଛନ୍ତି। ଏ ସମ୍ପର୍କରେ ପୂର୍ବତନ ବିଧାୟକ ପ୍ରଣବଙ୍କୁ ପଚାରିବାରେ ସେ କହିଛନ୍ତି, ଗୋକର୍ଣ୍ଣେଶ୍ୱର ଚାରିଟେବୁଲ ଟ୍ରଷ୍ଟ ତାଙ୍କ ନିଜର। ମାତ୍ର ତାଙ୍କର କୌଣସି ଜାଗା ମାପଚୁପ କରାଯାଇନାହିଁ। ଯେଉଁ ସରକାରୀ ଜାଗାର ସ୍ଥିତି ଉପରେ ମାପଚୁପ କରାଯାଇଥିଲା, ଏଥିପାଇଁ ଅନ୍ୟ ୨୪ଜଣଙ୍କୁ ନୋଟିସ କରାଯାଇଥିଲା। ତାଙ୍କୁ କୌଣସି ନୋଟିସ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri