ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ନାଁରେ ଜମି ହଡ଼ପ ଅଭିଯୋଗ

ପଟ୍ଟାମୁଣ୍ଡାଇ ୨୫ା୯ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଜମି ପୂର୍ବତନ ଅଧ୍ୟକ୍ଷ ଚଞ୍ଚକତା କରି ହଡପ କରିଥିବା ନେଇ କଲେଜକୁ ଜମି ଦାନ କରିଥିବା ପରିବାର ବର୍ତ୍ତମାନର ଅଧ୍ୟକ୍ଷଙ୍କ ନିକଟରେ ଶନିବାର ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟାବିପନ୍ନ ଧୋୟାଞ୍ଚଳ ଲୋକମାନଙ୍କୁ ଉଚ୍ଚଶିକ୍ଷା ଯୋଗାଇ ଦେବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ବହୁ ସାମାଜିକ କର୍ମୀ, ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୧୯୭୯ରେ ଦାଣ୍ଡିସାହିଠାରେ ବ୍ରାହ୍ମଣୀ କଲେଜ ପ୍ରତିଷ୍ଠା ହୋଇଥିଲା। ପରେ କଲେଜ ବିକାଶ ପାଇଁ ସରକାର ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସାହାଯ୍ୟରେ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଥିଲା। ସରକାରଙ୍କ ପ୍ରତ୍ୟକ୍ଷ ସାହାଯ୍ୟ ଓ ସହଯୋଗରେ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଜିଲାର ଏକ ଅଗ୍ରଣୀ କଲେଜର ମାନ୍ୟତା ହାସଲ କରିଚାଲିଛି। ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡ଼ିତ ବ୍ରାହ୍ମଣୀ କଲେଜ ଏବେ ବିଭିନ୍ନ ସଙ୍କଟ ଦେଇ ଗତି କରୁଛି। ଏହି କଲେଜ ସରକାରୀ ସ୍ବୀକୃତି ପାଇବା ପାଇଁ କଲେଜ ପରିଚାଳନା କମିଟି ଦାଣ୍ଡିସାହି ଗ୍ରାମର ବିଭିନ୍ନ ବ୍ୟକ୍ତି ଜମି ଦେବା ପାଇଁ ଅନୁରୋଧ କରିଥିଲେ। କଲେଜ ସ୍ବୀକୃତି ପାଇବା ପରେ ଜମି ଦାନ କରିଥିବା ସମସ୍ତ ଦାତାଙ୍କ ଜମି ଫେରସ୍ତ କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତଦନୁଯାୟୀ ବହୁ ବ୍ୟକ୍ତି କଲେଜ ସରକାରୀ ସ୍ବୀକୃତି ପାଇବା ପାଇଁ କଲେଜକୁ ଜମି ଦେଇଥିଲେ। କଲେଜ ସ୍ବୀକୃତି ପାଇଲା ପରେ ସମସ୍ତ ଦାତାଙ୍କ ଜମି ଫେରାଇ ଦିଆଯାଇଛି। ଅନ୍ୟତମ ଜମିଦାତା ସ୍ବର୍ଗତ ଧରଣୀଧର ରାଉତଙ୍କ ଜମି ଫେରସ୍ତ କରାଯାଇ ନ ଥିଲା। ସ୍ବର୍ଗତ ରାଉତ ଦାଣ୍ଡିସାହି ବଜାର ହନୁମାନ ମନ୍ଦିର ପିଡବ୍ଲ୍ୟୁ ରାସ୍ତା ସଂଲଗ୍ନ ପେଣ୍ଠପାଳ ମୌଜା ହାଲ ପ୍ଲଟ ନଂ. ୩୭୮୯ରେ ଥିବା ୧୩୦ ଡିସିମିଲ ମଧ୍ୟରୁ ୪୦ ଡିସିମିଲ କଲେଜକୁ ଦାନ କରାଯାଇଥିବା ବେଳେ ୯୦ ଡିସିମିଲ କଲେଜର ସ୍ବୀକୃତି ପାଇଁ ଅସ୍ଥାୟୀ ଭାବେ ପ୍ରଦାନ କରାଯାଇଥିଲା। କଲେଜ ପରିଚାଳନା କମିଟି ଅନୁରୋଧରେ କଲେଜ ସ୍ବୀକୃତି ପାଇଁ ଅସ୍ଥାୟୀ ଭାବେ ଜମି ଦେଇଥିବା ସମସ୍ତ ଜମିଦାତାଙ୍କ ଜମି ପରିଚାଳନା କମିଟି ଫେରସ୍ତ କରିଥିବାବେଳେ ସ୍ବର୍ଗତ ରାଉତଙ୍କ ଜମି ଫେରସ୍ତ କରାଯାଇ ନ ଥିଲା। ଏ ନେଇ ସ୍ବର୍ଗତ ରାଉତ ତତ୍କାଳୀନ କଲେଜ ଅଧ୍ୟାପକ ଓ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ପ୍ରଭାକର ରାଉତଙ୍କୁ ତାଙ୍କ ଜମି ଫେରସ୍ତ କରିବାକୁ କହିଥିଲେ। ହେଲେ ଜମି ଫେରସ୍ତ ଆଣିବା ପାଇଁ ବର୍ଷ ବର୍ଷ ଧରି ବାରମ୍ବାର କଲେଜ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ। ଶେଷରେ ଚରମ ଆର୍ଥତ୍କ ଦୁରବସ୍ଥା ଓ ଜମି ନ ଫେରିବା ଚିନ୍ତାରେ ରୋଗଗ୍ରସ୍ତ ହୋଇ ରାଉତ ମୃତ୍ୟୁବରଣ କରିଥିଲେ। ଇତିମଧ୍ୟରେ କଲେଜ ଅଧ୍ୟକ୍ଷ ଦାୟିତ୍ୱରେ ପ୍ରଭାକର ରାଉତ କଲେଜ ସ୍ବୀକୃତି ପାଇଁ ଧରଣୀଧର ରାଉତ କଲେଜକୁ ଅସ୍ଥାୟୀ ଭାବେ ଦେଇଥିବା ଜମିକୁ ଚଞ୍ଚକତା କରି ନିଜ ନାମରେ ପଟ୍ଟା କରି ନେଇଥିବା ସ୍ବର୍ଗତ ଧରଣୀଧରଙ୍କ ପୁଅ ଗୁରୁ ପ୍ରସାଦ ବର୍ତ୍ତମାନର ଅଧ୍ୟକ୍ଷ ପ୍ରଫେସର ସୁବାସ ଜେନାଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅବିଳମ୍ବେ ତଦନ୍ତ କରି ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏହାର ଏକକିତା ନକଲ ରାଜ୍ୟ ସରକାର ଓ ସମସ୍ତ ସରକାରୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ତତ୍କାଳୀନ କଲେଜ ଅଧ୍ୟକ୍ଷ ପ୍ରଭାକର ରାଉତଙ୍କୁ ପଚାରିବାରେ ସେ କଲେଜ ଜମି ହଡ଼ପ ଅଭିଯୋଗକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri