ପୂର୍ବତନ କଲେଜ ଅଧ୍ୟକ୍ଷଙ୍କ ନାଁରେ ଜମି ହଡ଼ପ ଅଭିଯୋଗ

ପଟ୍ଟାମୁଣ୍ଡାଇ ୨୫ା୯ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଜମି ପୂର୍ବତନ ଅଧ୍ୟକ୍ଷ ଚଞ୍ଚକତା କରି ହଡପ କରିଥିବା ନେଇ କଲେଜକୁ ଜମି ଦାନ କରିଥିବା ପରିବାର ବର୍ତ୍ତମାନର ଅଧ୍ୟକ୍ଷଙ୍କ ନିକଟରେ ଶନିବାର ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟାବିପନ୍ନ ଧୋୟାଞ୍ଚଳ ଲୋକମାନଙ୍କୁ ଉଚ୍ଚଶିକ୍ଷା ଯୋଗାଇ ଦେବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ବହୁ ସାମାଜିକ କର୍ମୀ, ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୧୯୭୯ରେ ଦାଣ୍ଡିସାହିଠାରେ ବ୍ରାହ୍ମଣୀ କଲେଜ ପ୍ରତିଷ୍ଠା ହୋଇଥିଲା। ପରେ କଲେଜ ବିକାଶ ପାଇଁ ସରକାର ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସାହାଯ୍ୟରେ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଥିଲା। ସରକାରଙ୍କ ପ୍ରତ୍ୟକ୍ଷ ସାହାଯ୍ୟ ଓ ସହଯୋଗରେ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଜିଲାର ଏକ ଅଗ୍ରଣୀ କଲେଜର ମାନ୍ୟତା ହାସଲ କରିଚାଲିଛି। ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳବାସୀଙ୍କ ଭାବାବେଗ ସହିତ ଜଡ଼ିତ ବ୍ରାହ୍ମଣୀ କଲେଜ ଏବେ ବିଭିନ୍ନ ସଙ୍କଟ ଦେଇ ଗତି କରୁଛି। ଏହି କଲେଜ ସରକାରୀ ସ୍ବୀକୃତି ପାଇବା ପାଇଁ କଲେଜ ପରିଚାଳନା କମିଟି ଦାଣ୍ଡିସାହି ଗ୍ରାମର ବିଭିନ୍ନ ବ୍ୟକ୍ତି ଜମି ଦେବା ପାଇଁ ଅନୁରୋଧ କରିଥିଲେ। କଲେଜ ସ୍ବୀକୃତି ପାଇବା ପରେ ଜମି ଦାନ କରିଥିବା ସମସ୍ତ ଦାତାଙ୍କ ଜମି ଫେରସ୍ତ କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତଦନୁଯାୟୀ ବହୁ ବ୍ୟକ୍ତି କଲେଜ ସରକାରୀ ସ୍ବୀକୃତି ପାଇବା ପାଇଁ କଲେଜକୁ ଜମି ଦେଇଥିଲେ। କଲେଜ ସ୍ବୀକୃତି ପାଇଲା ପରେ ସମସ୍ତ ଦାତାଙ୍କ ଜମି ଫେରାଇ ଦିଆଯାଇଛି। ଅନ୍ୟତମ ଜମିଦାତା ସ୍ବର୍ଗତ ଧରଣୀଧର ରାଉତଙ୍କ ଜମି ଫେରସ୍ତ କରାଯାଇ ନ ଥିଲା। ସ୍ବର୍ଗତ ରାଉତ ଦାଣ୍ଡିସାହି ବଜାର ହନୁମାନ ମନ୍ଦିର ପିଡବ୍ଲ୍ୟୁ ରାସ୍ତା ସଂଲଗ୍ନ ପେଣ୍ଠପାଳ ମୌଜା ହାଲ ପ୍ଲଟ ନଂ. ୩୭୮୯ରେ ଥିବା ୧୩୦ ଡିସିମିଲ ମଧ୍ୟରୁ ୪୦ ଡିସିମିଲ କଲେଜକୁ ଦାନ କରାଯାଇଥିବା ବେଳେ ୯୦ ଡିସିମିଲ କଲେଜର ସ୍ବୀକୃତି ପାଇଁ ଅସ୍ଥାୟୀ ଭାବେ ପ୍ରଦାନ କରାଯାଇଥିଲା। କଲେଜ ପରିଚାଳନା କମିଟି ଅନୁରୋଧରେ କଲେଜ ସ୍ବୀକୃତି ପାଇଁ ଅସ୍ଥାୟୀ ଭାବେ ଜମି ଦେଇଥିବା ସମସ୍ତ ଜମିଦାତାଙ୍କ ଜମି ପରିଚାଳନା କମିଟି ଫେରସ୍ତ କରିଥିବାବେଳେ ସ୍ବର୍ଗତ ରାଉତଙ୍କ ଜମି ଫେରସ୍ତ କରାଯାଇ ନ ଥିଲା। ଏ ନେଇ ସ୍ବର୍ଗତ ରାଉତ ତତ୍କାଳୀନ କଲେଜ ଅଧ୍ୟାପକ ଓ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ପ୍ରଭାକର ରାଉତଙ୍କୁ ତାଙ୍କ ଜମି ଫେରସ୍ତ କରିବାକୁ କହିଥିଲେ। ହେଲେ ଜମି ଫେରସ୍ତ ଆଣିବା ପାଇଁ ବର୍ଷ ବର୍ଷ ଧରି ବାରମ୍ବାର କଲେଜ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ। ଶେଷରେ ଚରମ ଆର୍ଥତ୍କ ଦୁରବସ୍ଥା ଓ ଜମି ନ ଫେରିବା ଚିନ୍ତାରେ ରୋଗଗ୍ରସ୍ତ ହୋଇ ରାଉତ ମୃତ୍ୟୁବରଣ କରିଥିଲେ। ଇତିମଧ୍ୟରେ କଲେଜ ଅଧ୍ୟକ୍ଷ ଦାୟିତ୍ୱରେ ପ୍ରଭାକର ରାଉତ କଲେଜ ସ୍ବୀକୃତି ପାଇଁ ଧରଣୀଧର ରାଉତ କଲେଜକୁ ଅସ୍ଥାୟୀ ଭାବେ ଦେଇଥିବା ଜମିକୁ ଚଞ୍ଚକତା କରି ନିଜ ନାମରେ ପଟ୍ଟା କରି ନେଇଥିବା ସ୍ବର୍ଗତ ଧରଣୀଧରଙ୍କ ପୁଅ ଗୁରୁ ପ୍ରସାଦ ବର୍ତ୍ତମାନର ଅଧ୍ୟକ୍ଷ ପ୍ରଫେସର ସୁବାସ ଜେନାଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅବିଳମ୍ବେ ତଦନ୍ତ କରି ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏହାର ଏକକିତା ନକଲ ରାଜ୍ୟ ସରକାର ଓ ସମସ୍ତ ସରକାରୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ତତ୍କାଳୀନ କଲେଜ ଅଧ୍ୟକ୍ଷ ପ୍ରଭାକର ରାଉତଙ୍କୁ ପଚାରିବାରେ ସେ କଲେଜ ଜମି ହଡ଼ପ ଅଭିଯୋଗକୁ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri