ବିନା ଗ୍ରାମସଭାରେ ‘ଇଡକୋ’କୁ ଜମି ହସ୍ତାନ୍ତର ଅଭିଯୋଗ: ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଥୁଆମୁଳ ରାମପୁର,୩୦।୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକରେ ଜମି ଅଧିକାରକୁ ନେଇ ପୁଣିଥରେ ସ୍ବର ତୀବ୍ର ହୋଇଛି। ଗୁଣପୁର ପଞ୍ଚାୟତର ପୁଲିଙ୍ଗପଦର ଗ୍ରାମବାସୀ ନିଜର ସାମ୍ବିଧାନିକ ହକ ଏବଂ ଜଙ୍ଗଲ ଜମିପଟ୍ଟା ଦାବିରେ ଶୁକ୍ରବାର ଥୁଆମୁଳ ରାମପୁର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କୁର୍କୁଟି ମୌଜାରେ ଥିବା ପ୍ରାୟ ୪୨ ଏକର ଜମିକୁ ବିନା ଗ୍ରାମସଭାରେ ‘ଇଡକୋ’ କମ୍ପାନୀକୁ ହସ୍ତାନ୍ତର କରାଯିବା ନେଇ ହେଉଥିବା ଚକ୍ରାନ୍ତକୁ ଗ୍ରାମବାସୀ ଓ ଆନ୍ଦୋଳନକାରୀ କମିଟି କଡ଼ା ସମାଲୋଚନା କରିଛନ୍ତି। କୁର୍କୁଟି ମୌଜାର ଖାତା ନଂ ୨୨ ଓ ପ୍ଲଟ ନଂ ୧୯/୨୮ ଅଧୀନରେ ଥିବା ଏହି ଜଙ୍ଗଲ ଜମିକୁ ଗ୍ରାମବାସୀ ୧୯୯୧ ମସିହା ପୂର୍ବରୁ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରିଆସୁଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏହି ଜମିକୁ ଶିଳ୍ପ ସଂସ୍ଥାକୁ ଟେକିଦେବା ପାଇଁ ହେଉଥିବା ପ୍ରୟାସକୁ ଗ୍ରାମବାସୀ ବେଆଇନ ବୋଲି ଦର୍ଶାଇଛନ୍ତି।

ସମ୍ବିଧାନର ପଞ୍ଚମ ଅନୁସୂଚୀ, ପେସା (PESA) ଆଇନ ଏବଂ FRA ଅନୁଯାୟୀ, ଗ୍ରାମସଭାର ସହମତି ବିନା ଆଦିବାସୀ ଅଞ୍ଚଳରେ ଜମି ହସ୍ତାନ୍ତର କରାଯାଇପାରିବ ନାହିଁ। ଏହା ଓଡ଼ିଶା ଜମି ସଂସ୍କାର ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ଏହି ଅବସରରେ ଖଣ୍ଡୁଆଳ ମାଳି ଜନ ଆନ୍ଦୋଳନ କମିଟିର ସମ୍ପାଦକ ବ୍ରିଟିଶ କୁମାର ଏବଂ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତିର ସଭାପତି କାର୍ତ୍ତିକ ମାଝୀ ପ୍ରମୁଖ ଉପସ୍ଥିତ ରହି ପ୍ରଶାସନିକ ଅବହେଳା ବିରୋଧରେ ଗର୍ଜିଥିଲେ। ସେମାନେ କହିଛନ୍ତି ଯେ, ଭୂମିହୀନ ଆଦିବାସୀଙ୍କୁ ଜମିପଟ୍ଟା ଦେବା ପରିବର୍ତ୍ତେ କମ୍ପାନୀକୁ ଜମି ଦେବା ଏକ ଗଣତନ୍ତ୍ର ବିରୋଧୀ ପଦକ୍ଷେପ। ଏହି ଦାବିପତ୍ର ପ୍ରଦାନ ସମୟରେ ରାମ କୃଷ୍ଣ ମାଝୀ, ସୁରଜ ମାଝୀ, ଲିମୁ ମାଝୀ, ବେଲ ମାଝୀଙ୍କ ସମେତ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ପ୍ରଶାସନ ନିକଟରେ ନିଜର ଦାବି ଉପସ୍ଥାପନ କରିଥିଲେ। ଗ୍ରାମବାସୀମାନେ ଏହି ଜମିରେ ଧାନ ଓ ମାଣ୍ଡିଆ ଚାଷ କରି ନିଜର ଗୁଜରାଣ ମେଣ୍ଟାଇବାକୁ ଚାହୁଁଥିବା ବେଳେ, ତୁରନ୍ତ ତଦନ୍ତ କରି ଜଙ୍ଗଲ ଜମିପଟ୍ଟା ପ୍ରଦାନ ନକଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚେତାବନୀ ଦିଆଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

ମିଶାଇଲ ଆକ୍ରମଣ ପରେ କେମିତି ବଞ୍ଚିଗଲେ ଇରାନର ନୂଆ ସୁପ୍ରିମ ଲିଡର, ଲିକ ଅଡିଓ ଖୋଲିଲା ଗୁମର!

ତେହରାନ୍‌,୧୭।୩: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଫେବୃଆରୀ ୨୮ରେ ହୋଇଥିବା ଏକ ଆମେରିକୀୟ-ଇସ୍ରାଏଲୀୟ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏକ ଲିକ ହୋଇଥିବା ଅଡିଓ…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ତଣ୍ଟିରେ ଲାଗିଗଲା ରସଗୋଲା: ଆଉ ତା’ପରେ ଘଟିଲା, ଜାଣିଲେ ହେବେ ଚକିତ

ଜାମସେଦପୁର,୧୭ା୩:ବିବାହ ଉତ୍ସବରେ ଭୋଜି ଖାଇବାବେଳେ ତଣ୍ଟିରେ ରସଗୋଲା ଲାଖିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତ ଶନିବାର ଏଠାକାର ମାଲିୟାନ୍ତା…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri