ସମ୍ବଲପୁର,୨୦ା୮(ଶୁଭାଶିଷ ପାଢ଼ୀ)ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନା (ଡିଏଚ୍ଏଚ୍)ରେ ଶନିବାର ଏକ ନବଜାତ ଶିଶୁ ବଦଳ ନେଇ ଅଭିଯୋଗ ହୋଇଛି। ବ୍ରଜରାଜନଗର ରାମପୁରର ଦମ୍ପତି ରାଜକୁମାର ଗିରି ଓ ସ୍ତ୍ରୀ ଦୀପାଞ୍ଜଳିଙ୍କ ଅଭିଯୋଗକ୍ରମେ ପିଲା ଜନ୍ମହେବା ସମୟରେ ପୁଅ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ହେଲେ ଘଣ୍ଟାକ ପରେ ମେଡିକାଲ ଷ୍ଟାଫ୍ ଗ୍ରହଣ ଖଣ୍ଡିଆ ଏକ ଶିଶୁ କନ୍ୟାକୁ ଆଣି ଦେଇଥିଲେ। ଆମ ପୁଅକୁ ନ ଦେବା ପର୍ଯ୍ୟନ୍ତ ମେଡିକାଲ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ଡିଏନ୍ଏ ପରୀକ୍ଷା କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଅଣାଯାଉ ବୋଲି ସେମାନେ ଦାବି କରିଥିଲେ। ଅନ୍ୟପକ୍ଷେ ସିଡିଏମ୍ଓ ଡୋଲାମଣି ପଟେଲ କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଉଛି। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ।
ସୂଚନା ଅନୁସାରେ, ରାଜକୁମାର ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ତାଙ୍କ ସ୍ତ୍ରୀ ଦୀପାଞ୍ଜଳିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିଛି ସମୟ ପରେ ପ୍ରସବ ପାଇଁ ଦୀପାଞ୍ଜଳିଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଅପରାହ୍ନ ପ୍ରାୟ ୪ଟା ସମୟରେ ସେ ଶୌଚଯିବା ପାଇଁ ସ୍ତ୍ରୀ ଓ ପ୍ରସୂତି ବିଭାଗର ପାଇଖାନାକୁ ଯାଇଥିଲେ। ଶୌଚଯାଇ ଫେରିବା ସମୟରେ ପାଇଖାନା ସମ୍ମୁଖରେ ପିଲା ଜନ୍ମ ଦେଇଥିଲେ। ରାଜକୁମାରଙ୍କଠାରୁ ଖବର ପାଇ ନର୍ସ ଓ ଅନ୍ୟମାନେ ପହଞ୍ଚତ୍ଥିଲେ। ସେମାନେ ନବଜାତକଙ୍କୁ ଉଠାଇନେବା ସହ ଦୀପାଞ୍ଜଳିଙ୍କୁ ସଫାସୁତୁରା କରି ବେଡ୍କୁ ନେଇଥିଲେ। ହେଲେ ପ୍ରାୟ ଘଣ୍ଟାକ ପରେ ନର୍ସମାନେ ଏକ ନବଜାତ ଶିଶୁକନ୍ୟାକୁ ଧରି ୱାର୍ଡକୁ ଆସିିଥିଲେ। ଏହାକୁ ନେଇ ରାଜକୁମାର ସନ୍ଦେହ କରିଥିଲେ। ସେ ସିଡିଏମ୍ଓଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ, ଜନ୍ମହେବା ସମୟରେ ନର୍ସମାନେ ପୁଅ ହୋଇଥିବା ସୂଚନା ଦେଇଥିଲେ। ହେଲେ ପରେ ଗ୍ରହଣ ଖଣ୍ଡିଆ ଏକ ଶିଶୁକନ୍ୟାକୁ ଆଣି ଏହା ତୁମର ବୋଲି କହୁଛନ୍ତି। ଆମର ପୁଅ ହୋଇଥିଲା। ସେମାନେ ପୁଅକୁ ବଦଳକରି ଶିଶୁକନ୍ୟାକୁ ଆଣିଦେଇଛନ୍ତି। ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଥିଲେ। ଅନ୍ୟପଟେ ମେଡିକାଲରେ ଲାଗିଥିବା ସିିସିଟିଭି ଯାଞ୍ଚ ସହ ଶୁକ୍ରବାରଠାରୁ ଯେଉଁ ପିଲା ଜନ୍ମ ହୋଇଛନ୍ତି ସେମାନଙ୍କର ଡିଏନ୍ଏ ପରୀକ୍ଷା କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ଓ ଅଭିଯୋଗକାରୀ ଦମ୍ପତିଙ୍କୁ ନ୍ୟାୟ ମିଳିବ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ ଏହି ଦମ୍ପତିଙ୍କ ପୂର୍ବରୁ ଦୁଇଟି ଝିଅ ଅଛନ୍ତି। ପୁଅ ପାଇବା ଆଶାରେ ସେମାନେ ଆଉ ଏକ ସୁଯୋଗ ନେଇଥିଲେ ା
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ
ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...
RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ
ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...
ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...
ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...
ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି
ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...
ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ
ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...
ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ
ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...
Archives


