ଯୁବକଙ୍କୁ ଅପହରଣ ସହ ନିସ୍ତୁକ ମାଡ଼ ଅଭିଯୋଗ: ୩ ଦିନ ପରେ ବି ମିଳୁନି ପତ୍ତା

ଛତ୍ରପୁର,୮ା୧୦(ସନ୍ତୋଷ ପାଢ଼ୀ): ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେଇଯାଇଛନ୍ତି । ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ଜେ ଛଚିନାଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ପୋଲିସ ପାଇଁ ଏହି ଘଟଣା ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସୂଚନାନୁସାରେ, ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କେ ଖରିଡ଼ା ଗ୍ରାମର ୩୨ ବର୍ଷୀୟ ଦୀପୁ ପାତ୍ର ଆସିକା ଅଞ୍ଚଳର ସତ୍ୟ ପାତ୍ର ନାମକ ଯୁବକଙ୍କ ସହ କୌଣସି ଏକ ମାମଲାରେ କୋଦଳା କୋର୍ଟକୁ ଯାଇଥିଲେ। କୋର୍ଟରୁ ଫେରି ନିଜ ଗ୍ରାମକୁ ଫେରୁଥିଲା ବେଳେ ଜେ ଛଚିନାଠାରେ ୪ରୁ ୫ ଜଣ ଦୁର୍ବୃତ୍ତ ଦୀପଙ୍କୁ ବଳପୂର୍ବକ ଉଠାଇ ନେଇ ଚାଲିଗଲେ। ଶୁକ୍ରବାର ଅପରାହ୍ନରେ ଦୀପୁଙ୍କୁ ଅପହରଣ କରାଯାଇଥିବା ବେଳେ ସତ୍ୟଙ୍କୁ ମାଡ ମାରି ଘଟଣାସ୍ଥଳରୁ ଚାଲିଯିବାକୁ କୁଆଡ଼େ ବାଧ୍ୟ କରିଥିଲେ ଦୁର୍ବୃତ୍ତ।
ଖାଲି ସେତିକି ନୁହେଁ, ଦୁର୍ବୃତ୍ତମାନେ ଅପହରଣ କରି ଦୀପୁଙ୍କୁ ଏକ ଜଙ୍ଗଲକୁ ନେଇ ପ୍ରବଳ ମାଡ଼ ମାରିବା ସହ ଭିଡିଓ କଲ୍‌ ଜରିଆରେ ଦୀପୁଙ୍କ ସମ୍ପର୍କୀୟଙ୍କୁ ଘଟଣାସ୍ଥଳର ଦୃଶ୍ୟ ବି ଦେଖାଉଥିଲେ। ଆଉ ଭିଡିଓ କଲ୍‌ ବେଳେ ମାଡ଼ ମାରିବା ଦୃଶ୍ୟ ଦେଖାଇ ବାହାବା ନେଉଥିଲେ ଦୁର୍ବୃତ୍ତ। ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତମାନଙ୍କ ଠୋସ୍‌ ପାଇ ପାରିନି ପୋଲିସ। ଏନେଇ କୋଦଳା ଥାନାରେ ପରିବାର ଲୋକେ ଏତଲା ଦେଇଥିବା ବେଳେ ଅପହରଣକାରୀ କେଉଁଠି ନେଇ ରଖିଛନ୍ତି ତାହା ବି ଜଣାପଡ଼ିନି। ସେପଟେ ଦୀପୁଙ୍କ ମା’ ଛତ୍ରପୁର ଆସି ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri