ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ରବିଋତୁ ଧାନ ସଂଗ୍ରହ ପାଇଁ ମଣ୍ଡିଗୁଡ଼ିକ ଖୋଲିବ। ସଂଯୋଗବଶତଃ ଚଳିତ ସାଧାରଣ ନିର୍ବାଚନରେ ଏଥର ଏଭଳି ସ୍ଥିତି ଆସିଛି। ଏହା ଶାସକ ନା ବିରୋଧୀ ଦଳକୁ ସୁହାଇବ, ତାହା ସମୟ କହିବ। କିନ୍ତୁ ବରଗଡ଼ ଜିଲାରେ ୮୦ % କୃଷକ ପରିବାରର ମତଦାତା ରହିଥିବା ଯୋଗୁ ଏଥର ସାଧାରଣ ନିର୍ବାଚନରେ ଚାଷୀଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ତାହା ଅଜଣା, ଅଛପା ହୋଇ ରହିନାହିଁ। ନିର୍ବାଚନ ଜିତିଲା ପରେ ତାହା ପୂରଣ କରନ୍ତୁ ଅବା ନ କରନ୍ତୁ, ନିର୍ବାଚନୀ ଇସ୍ତାହାର ଏବଂ ପ୍ରଚାରବେଳେ ରାଜନୈତିକ ଦଳଗୁଡ଼ିକ ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି। ଭାଜପା ରାଜ୍ୟରେ ଶାସନକୁ ଆସି ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିବ ବୋଲି ପ୍ରତିଶ୍ରୁତି ଦେଇଥିବାବେଳେ କଂଗ୍ରେସ ଧାନ କୁଇଣ୍ଟାଲ ପ୍ରତି ୩ ହଜାର ଟଙ୍କା ପ୍ରଦାନ ସହିତ ସ୍ବତନ୍ତ୍ର ବୋନସ ଏବଂ କୃଷକଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ପେନ୍‌ସନ ଦେବା ପାଇଁ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଛି। ତେବେ ବିଜେଡି ନିର୍ବାଚନୀ ଇସ୍ତାହାର ଜାରି କରି ନ ଥିଲେ ସୁଦ୍ଧା ନିର୍ବାଚନୀ ବୈତରଣୀ ପୁଣି ପାରି ହେବା ପାଇଁ ସେଥିରେ ଚାଷୀ, ଚାଷ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେବ ବୋଲି ସାଧାରଣରେ ଆଲୋଚନା ହେଉଛି। ସେହିପରି ଆମ ଆଦ୍‌ମୀ ପାର୍ଟି, ବହୁଜନ ସମାଜ ପାର୍ଟି ସମେତ ବିଭିନ୍ନ ଦଳ ଚାଷ, ଚାଷୀ ସମସ୍ୟାକୁ ନିର୍ବାଚନୀ ପ୍ରସଙ୍ଗ କରି ନିର୍ବାଚନ ମଇଦାନକୁ ଦଳୀୟ ପ୍ରାର୍ଥୀ ଛାଡ଼ିବାକୁ ଜୋରଦାର୍‌ ଲାଗି ପଡ଼ିଛନ୍ତି। ଏଭଳି ସ୍ଥଳେ ନିର୍ବାଚନ ସମୟରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବା ରାଜ୍ୟର ଶାସକ ଦଳ ଅର୍ଥାତ୍‌ ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ମତଦାନର ୧୦ଦିନ ପୂର୍ବରୁ ଧାନ କିଣାବିକା ଆରମ୍ଭ ହେଉଛି। ଫଳରେ ଅନ୍ୟବର୍ଷ ଭଳି ଯଦି ଏଥର ମଧ୍ୟ ଆରମ୍ଭରୁ ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟବସ୍ଥିତ ହୋଇପଡ଼େ, ତାହା ଶାସକ ବିରୋଧୀ ଜନମତ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ଆଉ ସେଭଳିସ୍ଥିତି ଉପୁଜିଲେ ବିରୋଧୀ ଭାଜପା ଏବଂ କଂଗ୍ରେସ ତା’ର ଫାଇଦା ଉଠାଇବେ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଅନ୍ୟପଟେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଆଇନଗତ ମାନ୍ୟତା ପ୍ରଦାନ, ସ୍ବାମୀନାଥନ କମିଶନଙ୍କ ସୁପାରିସରେ ଏମ୍‌ଏସ୍‌ପି ନିର୍ଦ୍ଧାରଣ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଦୋଳନ ଜାରି ରଖିଛି। ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଏହା ସତ୍ତ୍ବେ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ମୋଦି ସରକାର ସେଥିପ୍ରତି ନୀରବ ରହିଛନ୍ତି, ଫଳରେ ଚାଷୀ ଭୋଟ ଭାଜପା ବିପକ୍ଷରେ ଯିବାକୁ ମଧ୍ୟ ଏଡ଼ାଇ ଦେଇ ହେଉନାହିଁ। ତେବେ ଏଥିରୁ କଂଗ୍ରେସ କିଭଳି ଲାଭ ଉଠାଇ ପାରୁଛି, ତାହା ମତଦାନ ଫଳାଫଳ ଆସିବା ପରେ ଜଣାପଡ଼ିବ। ରାଜନୈତିକ ସମୀକ୍ଷକ ସତ୍ୟନାରାୟଣ ପାଢ଼ୀ କହିଛନ୍ତି, ଧାନ କିଣାବିକା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ସୁବ୍ୟବସ୍ଥା ଭିତରେ ବ୍ୟାପକ ଅବ୍ୟବସ୍ଥା ଲାଗିରହିଛି। ଏହି ବ୍ୟବସ୍ଥା ଆଜିର ନୁହେଁ, ଏହା ଦୀର୍ଘଦିନର ଏବଂ ଯାହାର ନିଦାନ ଏଯାଏ ବାହାରି ପାରି ନାହିଁ। ଡିଜିଟାଲ ପ୍ରକ୍ରିୟାରେ ପ୍ରତି ୬ ମାସରେ ଚାଷୀଙ୍କ ନାମ ପଞ୍ଜୀକରଣ, ଧାନ ବିକ୍ରିବଟାରେ ଟୋକନ ବ୍ୟବସ୍ଥା, କଟ୍‌ନୀ ଛଟ୍‌ନୀ, ପି.ସି କାରବାର, ଧାନ ସୁରକ୍ଷିତ ରଖିବା ପାଇଁ ମଣ୍ଡିରେ ସ୍ଥାନାଭାବ, ବର୍ଷାରେ ଭିଜି ଧାନ ଗଜାହେବା, ମଣ୍ଡିରେ ଦଲାଲଙ୍କ ଦୌରାତ୍ମ୍ୟ ଭଳି ଅନେକ ଅଭିଯୋଗ ନେଇ ଚାଷୀ ମନରେ ଏକ ସୁପ୍ତ ଅସନ୍ତୋଷର ବହ୍ନି ପାଉଁଶତଳର ନିଆଁ ଭଳି ରହିଛି। ଏଥର ଧାନ ସଂଗ୍ରହ ପ୍ରକ୍ରିୟାରେ ସେଭଳି ଅନିୟମିତତା ଲାଗି ରହିଲେ, ମତଦାନରେ ସେହି ପାଉଁଶତଳର ନିଆଁ ଲେଲିହାନ ଶିଖା ସ୍ବରୂପ ଧାରଣ କରିବାର ସମ୍ଭାବନା ରହିଛି ବୋଲି ପାଢ଼ୀ କହିଛନ୍ତି। ସେହିପରି ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଧାନ ସଂଗ୍ରହ ନୀତି ଓଡ଼ିଶାରେ ବିଫଳ ହୋଇଛି। ବିକେନ୍ଦ୍ରିତ ନୀତି କେନ୍ଦ୍ରୀକରଣ କରିବା ଫଳରେ ଜମି ପଞ୍ଜୀକରଣ, ଟୋକନ କଟକଣା, କଟ୍‌ନୀ ଛଟ୍‌ନୀ, ବସ୍ତା, ସୁତୁଲି, ଧାନ ଉଠିବା ଆଦି ସମସ୍ୟା ଲାଗିରହିଛି। ଚଳିତ ଋତୁ ନିର୍ବାଚନ ବର୍ଷ ଏବଂ ଠିକ୍‌ ଏହି ସମୟରେ ଧାନକିଣା। ଏଣୁ ନିର୍ବାଚନରେ ନିଶ୍ଚୟ ଏହାର ପ୍ରଭାବ ପଡ଼ିବ ଏବଂ ଅବ୍ୟବସ୍ଥା ହେଲେ ଆନ୍ଦୋଳନ ଦୁର୍ବାର ହେବ ବୋଲି ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri