ନଖର ରଙ୍ଗରୁ ବି ଜାଣିହେବ ଏସବୁ ସମସ୍ୟା…

ନଖର ରଙ୍ଗରୁ ଶରୀରରେ କେଉଁ ରୋଗ ହୋଇଛି ଅବା କେଉଁ ଅଙ୍ଗ ସ୍ବାଭାବିକ ଭାବେ କାର୍ଯ୍ୟ କରୁ ନାହିଁ ତାହା ସହଜରେ ଜଣାପଡ଼ିଥାଏ। ବିଭିନ୍ନ ରୋଗ ସହିତ ନଖର ସମ୍ପର୍କ ରହିଛି। ରୋଗ ଅନୁସାରେ ଗୋଡ଼ ଏବଂ ହାତ ନଖର ରଙ୍ଗରେ ପରିବର୍ତ୍ତନ ହୋଇଥାଏ। ନଖର ରଙ୍ଗ ଯଦି ଧଳା ପଡ଼ିଯାଉଛି ତାହା ଲିଭରରେ କିଛି ସମସ୍ୟାକୁ ସୂଚିତ କରିଥାଏ। ଦୀର୍ଘଦିନ ଧରି ନଖର ଅବସ୍ଥା ଏପରି ରହିଲେ ଗୁରୁତର ହେପାଟାଇଟିସ୍‌ ହେବାର ଆଶଙ୍କା ରହିଥାଏ । ନଖ ରଙ୍ଗ ହଳଦିଆ ଦିଶୁଛି ଅବା ରଙ୍ଗ ଧୀରେ ଧୀରେ ଗାଢରୁ ଅଧିକ ଗାଢ ହେବାରେ ଲାଗିଛି ତେବେ ଏହା ଫୁସ୍‌ଫୁସ୍‌ ସଂକ୍ରମଣକୁ ସୂଚିତ କରେ। ଏଭଳି ସ୍ଥିତି ମଧ୍ୟ ଜଣ୍ଡିସ୍‌ ବା କାମଳ ରୋଗର ଲକ୍ଷଣ ହୋଇପାରେ। ନଖର ରଙ୍ଗ ଅଧେ ସଫା ଓ ଅଧେ ଗୋଲାପୀ ଦେଖାଗଲେ ତାହା ମଳଦ୍ୱାର ସମସ୍ୟାକୁ ଦର୍ଶାଇଥାଏ। ନଖର ଉପର ଅଂଶ ହଳଦିଆ ଥାଇ ତଳ ଅଂଶ ଧଳା ପଡ଼ି ଯାଉଥିଲେ, ରକ୍ତହୀନତା ସମ୍ପର୍କରେ ସୂଚନା ମିଳିଥାଏ। ଶରୀରରେ ଦେଖା ଦେଉଥିବା ବିଭିନ୍ନ ରୋଗ ଦ୍ୱାରା ବିଭିନ୍ନ ହରମୋନ୍‌ ତଥା ରାସାୟନିକ ପଦାର୍ଥ କ୍ଷରଣରେ ଅନିୟମିତତା ସୃଷ୍ଟି ହୋଇଥାଏ। ଏହାର ପ୍ରଭାବ ନଖ ଉପରେ ପଡ଼ିଥାଏ ଫଳରେ ରଙ୍ଗରେ ପରିବର୍ତ୍ତନ ଆସିଥାଏ ବୋଲି ଚିକିତ୍ସା ବିଜ୍ଞାନୀ ମତପୋଷଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri