ଏହି ସବୁ ବଡ ଫିଲ୍ମକୁ ସଲମାନ କରିଥିଲେ ରିଜେକ୍ଟ କିନ୍ତୁ ଶାହରୁଖ ଏଥିରେ ଅଭିନୟ କରି ହୋଇଥିଲେ ସୁପରଷ୍ଟାର

ମୁମ୍ବାଇ,୨୫।୪: ସଲମାନ ଖାନ୍‌ ତାଙ୍କ ଫିଲ୍ମ କିସି କା ଭାଇ କିସି କି ଜାନ ଯୋଗୁ ଲଗାତାର ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ବକ୍ସ ଅଫିସରେ ଏହା ସେତେଟା ହିଟ୍‌ ହୋଇପାରି ନାହିଁ। ରିଲିଜ୍‌ ହେବାର ପ୍ରଥମ ସପ୍ତାହରେ ଫିଲ୍ମ ୬୫କୋଟିର ବ୍ୟବସାୟ କରିପାରିଛି। ତେବେ ଆପଣଙ୍କୁ କେତୋଟି ଫିଲ୍ମ୍ମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ସଲମାନ ଖାନ୍‌ ମନା କରି ଦେଇଥିଲେ କିନ୍ତୁ ଶାହରୁଖ ଖାନ୍‌ ଏହି ଫିଲ୍ମରେ ଅଭିନୟ କରି ବଲିଉଡ୍‌ର କିଙ୍ଗ୍‌ ଭାବେ ପରିଚିତ ହୋଇଥିଲେ।

ଫିଲ୍ମ ବାଜିଗର ୯୦ଦଶକରେ ରିଲିଜ ହୋଇଥିଲା। ଅବ୍ବାସ-ମସ୍ତାନାଙ୍କ ନିର୍ଦ୍ଦେଶନା ଦେଇଥିବା ଏହି ଫିଲ୍ମର ସସପେନ୍ସ ଓ ଥ୍ରୀଲର ମିଶ୍ରିତ ଟ୍ବିଷ୍ଟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ବକ୍ସ ଅଫିସରେ ଏହି ଫିଲ୍ମ ହିଟ୍‌ ହୋଇଥିଲା। ଏହି ଫିଲ୍ମ ଯୋଗୁ ଶାହରୁଖଙ୍କୁ ଇଣ୍ଡଷ୍ଟ୍ରୀରେ ନୂଆ ପରିଚୟ ମିଳିଥିଲା। ତେବେ ଏହି ଫିଲ୍ମ ପ୍ରଥମେ ସଲମାନ ଖାନ୍‌ଙ୍କୁ ଅଫର୍‌ କରାଯାଇଥିଲା କିନ୍ତୁ କିଛି କାରଣ ବଶତଃ ସେ ମନା କରି ଦେଇଥିଲେ।

ଡିଡିଏଲଜି ବା ଦିଲ୍‌ବାଲେ ଦୁଲହନିଆ ଲେ ଜାଏଙ୍ଗେ ଫିଲ୍ମରେ ଶାହରୁଖଙ୍କ ଅଭିନୟ ତାଙ୍କ କ୍ୟାରିୟରରେ ସବୁଠୁ ଭଲ ଅଭିନୟ କରିଥିବା ଫିଲ୍ମ ବୋଲି କୁହାଯାଏ। ଏହି ଫିଲ୍ମ ବଲିଉଡ୍‌ର ଅଲ ଟାଇମ୍‌ ବ୍ଳକବଷ୍ଟର ଫିଲ୍ମ ଭାବେ ପରିଚିତ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୟଶ୍‌ରାଜ ଫିଲ୍ମ ପ୍ରଡକ୍ସନର ଏହି ଫିଲ୍ମକୁ ପ୍ରଥମେ ସଲମାନଙ୍କୁ ଅଫର୍‌ କରାଯାଇଥିଲା। ତେବେ ଏହାକୁ ବି ସଲମାନ ମନା କରି ଦେଇଥିଲେ। ରିପୋର୍ଟ ମୁତାବିକ ସଲମାନଙ୍କ ପରେ ଏହି ଫିଲ୍ମର ନିର୍ମାତାମାନେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଅଫର୍‌ ଦେଇଥିଲେ। କିନ୍ତୁ ସେ ବି ମୁଖ୍ୟ ଚରିତ୍ର ରାଜ ମଲହୋତ୍ରାର ଭୂମିକାରେ ଅଭିନୟ କରିବାକୁ ମନା କରିଥିଲେ। ପରେ ଶାହରୁଖ ଏଥିପାଇଁ ରାଜି ହୋଇଥିଲେ।

ସଲମାନ ଖାନ୍‌ ଅଭିନୟ ପାଇଁ ଅରାଜି ହୋଇଥିବା ବ୍ଲକ୍‌ବଷ୍ଟର ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ଚକ୍‌ ଦେ ଇଣ୍ଡିଆ। ଏହାକୁ ମଧ୍ୟ ସଲମାନ ଖାନ୍‌ ମନା କରିଥିଲେ। କିନ୍ତୁ କିଙ୍ଗ୍‌ ଖାନ୍‌ଙ୍କର ଚମତ୍କାର ଅଭିନୟକୁ ଦର୍ଶକ ବହୁ ପରିମାଣରେ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri