ବଜାରରେ ରୟାଲ ଏନ୍‌ଫିଲ୍ଡର ଅଲ୍‌

ନୂଆଦିଲ୍ଲୀ,୨୯।୩ (ଅଭୟ ଦାଶ): ରୟାଲ ଏନ୍‌ଫିଲ୍ଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ କ୍ଲାସିକ୍‌ ୬୫୦ର ଅନାବରଣ ସର୍ବଭାରତୀୟ ସ୍ତରରେ ହୋଇଯାଇଛି। ଏପରିକି କ୍ଲାସିକ୍‌ ୬୫୦ରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଓ ଫିଚର ସାମିଲ ରହିଛି। ଏପରିକି ଏହାର ସୌନ୍ଦର୍ଯ୍ୟ, ଆଧୁନିକ ଡିଜାଇନ ଏବଂ ଅତ୍ୟାଧୁନିକ କାରିଗରିକୁ ମୋଟର ସାଇକେଲ ଚାଳନାର ସ୍ଥାୟୀ ଭାବନା ସହି ଏକତ୍ରିତ କରାଯାଇଛି। ବେସ୍ପୋକ୍‌ କାରିଗରି ଏବଂ ଡିଜାଇନ ସହିତ ଏହି ମୋଟରସାଇକେଲ କ୍ଲାସିକ୍‌ ଅଟୋମୋଟିଭ୍‌ ଡିଜାଇନ, ସୌନ୍ଦର୍ଯ୍ୟ ଏବଂ ଇଞ୍ଜିନିୟରିଂର ସଂସ୍କୃତିକୁ ପ୍ରତିନିଧିତ୍ୱ କରିଛି ।
ସେହିଭଳି ସାରା ଭାରତରେ ଏହାର ବୁକିଂ, ଟେଷ୍ଟ ରାଇଡ ଓ ସେଲ ନିକଟରେ ଆରମ୍ଭ ହୋଇଯାଇଛି। ରୟାଲ ଏନ୍‌ଫିଲ୍ଡ କ୍ଲାସିକ ୬୫୦ ୪ଟି ଆକର୍ଷଣୀୟ କଲରରେ ଉପଲବ୍ଧ ହେଉଛି। ଏହାର ଏକ୍ସ-ଶୋ ରୁମ୍‌ ମୂଲ୍ୟ ବା କ୍ଲାସିକ୍‌ ୬୫୦କୁ ୩,୩୭,୦୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଶୁଭାରମ୍ଭ କରାଯାଇଛି।
ଅପରପକ୍ଷରେ ହଟରୋଡ ଭାରିଆଣ୍ଟ ଭାଲାମ ରେଡ୍‌ ଏବଂ ବ୍ରଣ୍ଟିଙ୍ଗଥ୍ରୋପ ବ୍ଲୁ କଲରର ମୂଲ୍ୟ ୩,୩୭,୦୦୦ ଟଙ୍କା, କ୍ଲାସିକ୍‌ ଭାରିଆଣ୍ଟ ଟିଏଲ କଲର ମୂଲ୍ୟ ୩,୪୧,୦୦୦ ଟଙ୍କା ଏବଂ କ୍ରୋମ ଭାରିଆଣ୍ଟ ବ୍ଲାକ୍‌ କ୍ରୋମ କଲରର ମୂଲ୍ୟ ୩,୫୦,୦୦୦ ଟଙ୍କାରେ ଉପଲବ୍ଧ ହେଉଛି।
ଏ ସମ୍ପର୍କରେ ଆଇସର ମୋଟର୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ରୟାଲ ଏନ୍‌ଫିଲ୍ଡର ସିଇଓ ବି ଗୋବିନ୍ଦରାଜନ କହିଛନ୍ତି, କ୍ଲାସିକ୍‌ ୬୫୦ କେବଳ ଏକ ମୋଟରସାଇକେଲ ନୁହେଁ-ଏହା ଆମର ସମୃଦ୍ଧ ପରମ୍ପରା ପ୍ରତି ଏକ ଅବଦାନ। ଯେଉଁଠାରେ କାଳଜୟୀ ଡିଜାଇନ ସହଜ ପ୍ରଦର୍ଶନ ସହିତ ଏକତ୍ର ହୋଇଛି। ଏହା ରୟାଲ ଏନ୍‌ଫିଲ୍ଡର ଭାବନାକୁ ଆଗକୁ ବଢ଼ାଉଛି, ଯେବେକି ରାଇଡର୍‌ ଏବଂ ମେଶିନ ମଧ୍ୟରେ ରହିଥିବା ଏକ ଅତୁଟ ବନ୍ଧନ ସହିତ କାରିଗରିକୁ ଏକତ୍ର କରୁଛି। ଆମର ପ୍ରମାଣିତ ୬୫୦ସିସି ସମାନ୍ତରାଳ ଟ୍ବିନ୍‌ ପ୍ଲାଟଫର୍ମ ଉପରେ ନିର୍ମିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri