Posted inଖେଳ

ସୌରଭ କୁମାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ରାଜକୋଟ୍‌, ୩ା୧୦(ପି.ଟି.): ଇରାନୀ କପ୍‌ର ଦ୍ୱିତୀୟ ଦିବସରେ ଅଲ୍‌ରାଉଣ୍ଡର ସୌରଭ କୁମାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ବିପକ୍ଷରେ ଅବଶିଷ୍ଟ ଭାରତ ଏକାଦଶ ଏହାର ସ୍ଥିତିକୁ ମଜଭୁତ କରିଦେଇଛି। ସୌରଭ ଷ୍ଟ୍ରୋକ୍‌ଭରା ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୨ଟି ଉଇକେଟ ଅକ୍ତିଆର କରିଛନ୍ତି। ସେ ୭୮ ବଲ୍‌ରେ ୧୦ ଚୌକା ସହ ୫୫ ରନ୍‌ କରିଥିବା ବେଳେ ଜୟନ୍ତ ଯାଦବଙ୍କ ସହ ୭ମ ଉଇକେଟ ପାର୍ଟନରଶିପ୍‌ରେ ୭୧ ରନ୍‌ ଯୋଗ କରିଥିଲେ। ସୌରଭଙ୍କ ଏହି ଉପଯୋଗୀ ଇନିଂସ୍‌ ବଳରେ ଅବଶିଷ୍ଟ ଭାରତ ଏକାଦଶ ସୌରାଷ୍ଟ୍ର ବିପକ୍ଷରେ ୨୭୬ ରନ୍‌ର ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଛି। ସୌରାଷ୍ଟ୍ର ଦଳର ସବୁଠାରୁ ସଫଳ ବୋଲର ଥିଲେ ଚେତନ ସାକାରିଆ। ସେ ୫ଟି ଉଇକେଟ ଅକ୍ତିଆର କରିଥିଲେ। ତାଙ୍କ ବୋଲିଂରେ ଶିକାର ହୋଇଥିବା ବ୍ୟାଟରମାନେ ହେଲେ, ମୟଙ୍କ ଅଗ୍ରଓ୍ବାଲ, ଶ୍ରୀକର ଭରତ, ଜୟନ୍ତ ଯାଦବ, ସୌରଭ କୁମାର ଓ ମୁକେଶ କୁମାର। ସୌରାଷ୍ଟ୍ରର ଦ୍ୱିତୀୟ ଇନିଂସରେ
ସୌରଭ ଦୁଇ ଓପନ ହାର୍ଭିକ ଦେସାଇ (୨୦) ଓ ସ୍ନେଲ ପଟେଲ (୧୬)ଙ୍କ ଉଇକେଟ ନେବାରୁ ଅବଶିଷ୍ଟ ଭାରତ ଏକାଦଶ ମ୍ୟାଚରେ ଏହାର ସ୍ଥିତିକୁ ଆହୁରି ସୁଦୃଢ କରିନେଇଥିଲା। ଷ୍ଟମ୍ପ୍ସ ଅପସାରଣ ବେଳକୁ ଚିରାଗ ଜାନି ୩ ଓ ଧର୍ମେନ୍ଦ୍ର ସିଂ ଜାଡେଜା ୮ ରନ କରି ଅପରାଜିତ ରହିଥିଲେ। ୨୦୧୯-୨୦ ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର ରବିବାର ଖେଳ ଶେଷ ସୁଦ୍ଧା ୧୭ ଓଭରରେ ୨ ଉଇକେଟ ବିନିମୟରେ ୪୯ ରନ କରିଛି। ଦଳ ଆହୁରି ୨୨୭ରନ ପଛରେ ରହିଛି।
ସଂକ୍ଷିପ୍ତ ସ୍କୋର
ସୌରାଷ୍ଟ୍ର ପ୍ରଥମ ଇନିଂସ: ୯୬
ଅବଶିଷ୍ଟ ଭାରତ ଏକାଦଶ ପ୍ରଥମ ଇନିଂସ: ୩୭୪ (ସର୍ଫରାଜ ଖାଁ-୧୩୮, ହନୁମା ବିହାରୀ-୮୨, ସୌରଭ କୁମାର-୫୫; ଚେତନ ସାକାରିୟା-୫/୯୩, ଚିରାଗ ଜାନି-୨/୫୮, ଜୟଦବେ ଉନାଡକଟ୍‌-୨/୧୦୦)। ସୌରାଷ୍ଟ୍ର ଦ୍ୱିତୀୟ ଇନିଂସ: ୪୯/୨ (ସୌରଭ କୁମାର -୨/୪)।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri