Posted inଜାତୀୟ

ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଡକାଯାଉ: କଂଗ୍ରେର ବଡ଼ ଦାବି

ନୂଆଦିଲ୍ଲୀ, ୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଶନିବାର କଂଗ୍ରେସ ପ୍ରସ୍ତାବ ଦେଇଛି। ୧୯୭୧ ଯୁଦ୍ଧ ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱକୁ ମନେ ପକାଇ ସରକାର ସବୁ ଦଳଙ୍କୁ ବିଶ୍ୱାସକୁ ନେବା ଆବଶ୍ୟକ ବୋଲି କଂଗ୍ରେସ ନେତାମାନେ କହିଛନ୍ତି।

ଏଥିସହିତ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଯାଇ ଗତ ୧୮ ଦିନ ମଧ୍ୟରେ ଘଟିଥିବା ଘଟଣା ସମ୍ପର୍କରେ ଆଲୋଚନା କରାଯିବାକୁ ବିରୋଧୀ ଦଳ ଦାବି କରିଛି। ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶନିବାର ଅପରାହ୍ନରେ କହିବାର କିଛି ସମୟ ପରେ ବହିର୍ବ୍ୟାପାର ସଚିବ ବିକ୍ରମ ମିସ୍ରି ଏହା ଘୋଷଣା କରିଥିଲେ। ଉଭୟ ଦେଶର ସାମରିକ ଅଭିଯାନ ମହାନିର୍ଦ୍ଦେଶକ ଜଳ, ସ୍ଥଳ ଓ ଆକାଶରେ ସମସ୍ତ ଗୁଳି ବିନିମୟ ଓ ସାମରିକ କାର୍ଯ୍ୟାନୁଷ୍ଠାନ ଅପରାହ୍ନ ୫ଟାରୁ ବନ୍ଦ ରଖିବାକୁ ରାଜି ହୋଇଥିବା ମିସ୍ରି କହିଥିଲେ।

ହେଲେ ଏହାର ୩ ଘଣ୍ଟା ପରେ ପାକିସ୍ତାନୀ ସେନା ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ଭଳି ସୀମାନ୍ତ ରାଜ୍ୟଗୁଡ଼ିକୁ ପୁନର୍ବାର ଟାର୍ଗେଟ କରିଛି। ପାକ୍‌ ରେଞ୍ଜର୍ସ ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ରେଖାରେ ତୁହାକୁତୁହା ଗୁଳିଗୋଳା ବର୍ଷଣ କରୁଛନ୍ତି। ସେହିପରି ଉତ୍ତର ଓ ପଶ୍ଚିମ ଭାରତର ଅନେକ ସହର ଆକାଶରେ ପାକିସ୍ତାନୀ ଡ୍ରୋନ୍‌ ଚକ୍କର ମାରୁଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ସହରଗୁଡ଼ିକରେ ବ୍ଲାକ୍‌ଆଉଟ୍‌୍‌ ଘୋଷଣା କରାଯିବା ସହ ଯୁଦ୍ଧ ସାଇରନ୍‌ ବଜାଇ ଜନସାଧାରଣଙ୍କୁ ସତର୍କ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଅବତରଣ, ଏମରଜେନ୍ସି ଷ୍ଟ୍ରିପରେ ପ୍ରଥମଥର ଓହ୍ଲାଇଲା ମୋଦିଙ୍କ ବିମାନ

ଗୁଆହାଟି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଜରୁରୀକାଳୀନ ଅବତରଣ ସୁବିଧା (ELF) ରେ ଅବତରଣ କରିଥିଲେ। ସେଠାରେ ସେ ଲଢ଼ୁଆ…

‘ଦେଶ ପ୍ରତି ସେମାନଙ୍କର ସମର୍ପଣ ସର୍ବଦା ମନେ ରହିବ’, ପୁଲୱାମା ଆକ୍ରମଣରେ ଶହୀଦକୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନିକଙ୍କ ବଳିଦାନକୁ ମନେ ପକାଇ…

କାର୍‌ରେ ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ: ତା’ପରେ ଘଟିଲା…

ଭୋପାଳ,୧୪ା୨:ଭୋପାଳରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ସହ ବ୍ଲାକ୍‌ମେଲ୍‌ କରାଯାଇଛି। ବଳାତ୍କାର ସମୟର ଭିଡିଓ ଶୁଟିଂ କରି ତାଙ୍କ ଠାରୁ ଟଙ୍କା ଦାବି କରାଯିବା ସହ…

ଯଦି ସେ ଶଙ୍କରାଚାର୍ଯ୍ୟ ଥିଲେ ତେବେ ଆପଣ କାହିଁକି ଲାଠିଚାର୍ଜ କରିଥିଲେ? ସମାଜବାଦୀ ପାର୍ଟି ଉପରେ ବର୍ଷିଲେ ଯୋଗୀ…

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି (SP) କୁ କଡ଼ା ସମାଲୋଚନା କରିଛନ୍ତି। ମାଘ ମେଳାରେ ଘଟିଥିବା ଘଟଣାକୁ ନେଇ ସେ…

ଅଭିନେତା ବିଜୟଙ୍କ ରାଲିରେ ଅଘଟଣ, ଭାଷଣ ସମୟରେ ଟଳି ପଡ଼ିଲେ ଯୁବକ

ଚେନ୍ନାଇ,୧୩।୨: ଶୁକ୍ରବାର ତାମିଲନାଡୁର ସାଲେମରେ ଟିଭିକେ ମୁଖ୍ୟ ଏବଂ ଅଭିନେତା ବିଜୟ ଥାଲାପତିଙ୍କ ଏକ ରାଲିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସାଲେମର ଜଣେ ପୋଲିସ ଅଧିକାରୀ…

ସେବା ତୀର୍ଥକୁ ଶିଫ୍ଟ ହେଲା PMO କାର୍ଯ୍ୟାଳୟ: ପ୍ରଥମ ଦିନ ୪ ବଡ଼ ନିଷ୍ପତ୍ତି ନେଲେ ମୋଦି

ନୂଆଦିଲ୍ଲୀ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ନୂତନ କାର୍ଯ୍ୟାଳୟ ‘ସେବା ତୀର୍ଥ’ ଉଦଘାଟନ କରିଛନ୍ତି। ଆଜିଠାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଇସିନା ହିଲର ସାଉଥ ବ୍ଲକରୁ ସେବା…

ବାଂଲାଦେଶର ଭବିଷ୍ୟତ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ବଙ୍ଗଳାରେ ଶୁଭେଚ୍ଛା ଜଣାଇଲେ ମୋଦି? ପଛରେ ରହିଛି ୨ ରହସ୍ୟ

ଢାକା,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ସଂସଦୀୟ ନିର୍ବାଚନରେ ବିଏନପି ଅଧ୍ୟକ୍ଷ ତାରିକ ରହମାନଙ୍କୁ ତାଙ୍କ ବିପୁଳ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri