ଏହିସବୁ ସାମାନ୍ୟ ଅଭ୍ୟାସ କରିଦିଏ ଦରିଦ୍ର

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି ଅଭ୍ୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ତାଙ୍କୁ ଦରିଦ୍ର କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ଚାଣକ୍ୟ କହିଛନ୍ତି, ଜଣେ ବ୍ୟକ୍ତି ଗରିବ ହେଲେ ମଧ୍ୟ ପରିଷ୍କାର ହେବା ଉଚିତ୍‌। ତାଙ୍କ ଅନୁଯାୟୀ, ମଇଳା ପୋଷାକ ପିନ୍ଧୁଥିବା ବ୍ୟକ୍ତିଙ୍କ ଘରେ କେବେବି ଲକ୍ଷ୍ମୀ ବାସ କରନ୍ତି ନାହିଁ।

ପରିଷ୍କାର ଦାନ୍ତ ବିଷୟରେ ଚାଣକ୍ୟ କହିଛନ୍ତି। ସେ କହିଛନ୍ତି, ଯେଉଁ ବ୍ୟକ୍ତି ଦାନ୍ତକୁ ଅପରିଷ୍କାର ରଖନ୍ତି କିମ୍ବା ସଫା କରନ୍ତି ନାହିଁ, ସେମାନଙ୍କୁ ଦାରିଦ୍ର୍ୟ ପିଛାଛାଡେ ନାହିଁ। ଏହା ଏଥିସହ ଯିଏ ଦାନ୍ତକୁ ସଫା ରଖେ ସେ ସର୍ବଦା ଖୁସି ରୁହେ।

ଯିଏ ଅଧିକ ଖାଏ ସେ କେବେବି ଧନୀ ହୋଇପାରିବେ ନାହିଁ। ଚାଣକ୍ୟ କହିଛନ୍ତି, ଅଧିକ ଖାଉଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟମଧ୍ୟ ଖରାପ ହୋଇଥାଏ।

ଜଣେ ସର୍ବଦା ମଧୁର କଥା କହିବା ଉଚିତ୍‌। ଲୋକେ କଟୁ କଥା କହୁଥିବା ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି ନାହିଁ। ଏଥି ସହ ସେମାନଙ୍କର ଶତ୍ରୁମାନଙ୍କ ସଂଖ୍ୟା ବଢ଼ିଥାଏ।

ଭୁଲ ଉପାୟରେ ରୋଜଗାର କରିଥିବା ଟଙ୍କା ଅଧିକ ସମୟ ଧରି ରହେ ନାହିଁ । ଆହୁରି ମଧ୍ୟ ଚାଣକ୍ୟ କହିଛନ୍ତି, ଜଣେ ଲୋଭୀ ବ୍ୟକ୍ତି ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ସେ ସନ୍ତୁଷ୍ଟ ଏବଂ ଖୁସି ରହିବାକୁ ଅସମର୍ଥ ହୋଇଥାଏ।