ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡର ପ୍ରଥମ ପ୍ରିମିୟମ ଇଲେକ୍‌ଟ୍ରିକ ଦୁଇଚକିଆ ଯାନର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ମଡେଲ ତଥା ଅର୍ବାନ ଇଲେକ୍‌ଟ୍ରିକ ସ୍କୁଟର କମ୍ପ୍ଲିଟ୍‌ଲି ବିଲ୍ଟ-ଅପ୍‌ ୟୁନିଟ୍‌ (ସିବିୟୁ) ଭାବେ ଭାରତର କିଛି ବଛାବଛା ପ୍ରମୁଖ ନଗରରେ ଏହା ଉପଲବ୍ଧ ହେବ। ଏହାର ଡେଲିଭରି ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହାର ଇଲେକ୍‌ଟ୍ରି ଡ୍ରାଇଭ, ଫର୍‌ୱାର୍ଡ-ଲୁକିଂ ଡିଜାଇନ ଓ ନୂତନ ଟେକ୍ନୋଲୋଜି ସହ ଏହି ନୂଆ ସ୍କୁଟରକୁ ଏକ ସତେଜ ମୋବିଲିଟି ଅନୁଭୂତି ପାଇଁ ନିର୍ମାଣ କରାଯାଇଛି।

ଏ ସମ୍ପର୍କରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆର ପ୍ରେସିଡେଣ୍ଟ ବିକ୍ରମ ପାୱା କହିଛନ୍ତି, ଅଲ୍‌-ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪ ହେଉଛି, ବିଏମ୍‌ଡବ୍ଲ୍ୟୁ ମୋଟୋରାଡ୍‌ ଇଣ୍ଡିଆ ବ୍ରାଣ୍ଡ୍‌ରେ ଇଲେକ୍‌ଟ୍ରୋ-ମୋବିଲିଟିର ଏକ ସମ୍ପୂର୍ଣ୍ଣ ନୂତନ ଯୁଗର ଆରମ୍ଭ। ଲିକ୍ୱିଡ୍‌-କୁଲ୍‌ଡ ଇଲେକ୍‌ଟ୍ରିକ ମୋଟର ସହିତ ବିଏମ୍‌ଡବ୍ଲ୍ୟୁ ସିଇ ୦୪ର ଅଭିନବ ଇଲେକ୍‌ଟ୍ରିକ ଡ୍ରାଇଭ ୪୨ ଏଚ୍‌ପି (୩୧କେଡବ୍ଲ୍ୟୁ)ର ସର୍ବାଧିକ ଆଉଟ୍‌ପୁଟ୍‌ ପ୍ରଦାନ କରୁଛି। ପର୍‌ମାନେଣ୍ଟ ମ୍ୟାଗ୍ନେଟ ଇଲେକ୍‌ଟ୍ରିକ ମୋଟର ବିଏମ୍‌ଡବ୍ଲ୍ୟୁ କାର୍‌ଗୁଡିକ ଭଳି ବ୍ୟାଟେରି ଓ ରିୟର ହୁଇଲ୍‌ ମଧ୍ୟରେ ଫ୍ରେମ୍‌ରେ ମାଉଣ୍ଟ ହୋଇଛି। କ୍ଲାସିକ ପାଇଁ ‘ଟ୍ରାଫିକ୍‌ ଲାଇଟ୍‌ ଘଣ୍ଟା ପ୍ରତି ୦ରୁ ୫୦କି.ମି.ରେ ଷ୍ଟାର୍ଟ ହେଉଛି, ଏହା କେବଳ ୨.୬ସେକେଣ୍ଡରେ ଏକ ତତ୍କାଳ ଆକ୍ସିିଲରେଶନ ପ୍ରଦାନ କରୁଛି। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୨୦ କି.ମି. ରହିଛି। ୮.୫ କେଡବ୍ଲ୍ୟୁଏଚ୍‌ର ଶୁଦ୍ଧ କ୍ଷମତା ସହ ଲିଥିୟମ-ଆୟନ ବ୍ୟାଟେରି ୧୩୦କି.ମି.ର ବିସ୍ତୃତ ରେଞ୍ଜ ଏବଂ ପ୍ରତି ୧୦୦ କି.ମି. ପିଛା ୭.୭ କେଡବ୍ଲ୍ୟୁଏଚ୍‌ର ଏନର୍ଜି କଞ୍ଜମ୍ପଶନ ପ୍ରଦାନ କରୁଛି। ଏହା ଏକ ମାଗଣା ୨.୩ କେଡବ୍ଲ୍ୟୁ ହୋମ୍‌ ଚାର୍ଜର ସହିତ ଆସିବ, ଯାହ ୦-୮୦% ଚାର୍ଜ ପାଇଁ ୩ ଘଣ୍ଟା ୩୦ ମିନିଟ୍‌ ମିନିଟ୍‌ ସମୟ ନେଇଥାଏ। ଅପ୍‌ସନାଲ ବିଏମ୍‌ଡବ୍ଲ୍ୟୁ ୱାଲ୍‌ବକ୍ସ ଚାର୍ଜର କେବଳ ୬୫ମିନିଟ୍‌ରେ ସମାନ ସ୍ତରର ଚାର୍ଜିଂ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri