ସବୁ ଜୀବନର ମୂଲ୍ୟ ସମାନ

ପ୍ୟାରିସ୍‌,୧୦ା୧୧:ଗାଜାରେ ଇସ୍ରାଏଲ ଏବଂ ପାଲେଷ୍ଟିନୀୟ ସଶସ୍ତ୍ର ଗୋଷ୍ଠୀ ହମାସ୍‌ ମଧ୍ୟରେ ମାସାଧିକ କାଳ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଆହ୍ବାନ ଦେଇଛନ୍ତି। ସମସ୍ତଙ୍କ ଜୀବନର ମୂଲ୍ୟ ସମାନ କହି ଗାଜାବାସୀଙ୍କୁ ତୁରନ୍ତ ମାନବୀୟ ସହାୟତା ଯୋଗାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଯୁଦ୍ଧ ପ୍ରଭାବିତ ଗାଜାକୁ ସହାୟତା ଏବଂ ସେଠାକାର ନିରସ୍ତ୍ର ଜନତାଙ୍କୁ ସୁରକ୍ଷା ଦେବା ପାଇଁ ଇସ୍ରାଏଲକୁ ବୁଝାଇବା ସକାଶେ ଗୁରୁବାର ପ୍ୟାରିସ୍‌ରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜାତିସଂଘ, ଆମେରିକା, ୟୁରୋପୀୟ ସଂଘ (ଇୟୁ) ସମେତ ଜୋର୍ଡାନ, ଇଜିପ୍ଟ ଓ ଉପସାଗରୀୟ ଦେଶଗୁଡ଼ିକର ପ୍ରତିନିଧି ଏଥିରେ ଯୋଗଦେଇଛନ୍ତି। ଇସ୍ରାଏଲକୁ ନିମନ୍ତ୍ରଣ କରାଯାଇ ନାହିଁ। ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ମାକ୍‌ରଁ କହିଛନ୍ତି, ଇସ୍ରାଏଲୀ ସୈନ୍ୟ ହମାସ୍‌ ବିରୋଧୀ ଅଭିଯାନରେ ଗାଜା ଷ୍ଟ୍ରିପ୍‌ ଉପରେ ରକେଟ୍‌ ମାଡ଼ ଜାରି ରଖିଥିବାବେଳେ ସେଠାକାର ନାଗରିକଙ୍କୁ ଜରୁରୀ ମାନବୀୟ ସହାୟତା ଦିଆଯିବା ଆବଶ୍ୟକ। ସବୁ ଜୀବନର ସମାନ ମୂଲ୍ୟ ରହିଛି। ସାର୍ବଜନୀନ ଓ ମାନବୀୟ ମୂଲ୍ୟବାଧକୁ ନେଇ ଯେଉଁମାନେ ଆମ ସହ ଅଛନ୍ତି, ସେମାନଙ୍କ ପାଇଁ କୌଣସି ପ୍ରକାର ଦୋମୁହାଁ ନୀତି ରହିବ ନାହିଁ। ବିନା ନିୟମରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ଆଗକୁ ନିଆଯାଇପାରିବ ନାହିଁ। ଏକଥା ଇସ୍ରାଏଲକୁ ଜଣାଅଛି। ଆମ ସମସ୍ତଙ୍କ ପାଇଁ ଆତଙ୍କବାଦର ଜାଲ ସମାନ ବୋଲି ମାକ୍‌ରଁ ପ୍ରକାଶ କରିଥିବା ତାଙ୍କ ଅଫିସ୍‌ ସୂତ୍ରରୁ ପ୍ରକାଶ।
ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ୧.୫ ନିୟୁତ ଲୋକ ବା ଗାଜା ଜନସଂଖ୍ୟାର ପ୍ରାୟ ୭୦% ଗଣପଳାୟନ କଲେଣି। ପାଲେଷ୍ଟିନୀୟ ଅଞ୍ଚଳରେ ଏହି ସଙ୍କଟର ସମାଧାନ ନିମନ୍ତେ ୧.୨ ବିଲିୟନ୍‌ ଆମେରିକୀୟ ଡଲାର ସହାୟତା ଆବଶ୍ୟକ। ଦୁଇ-ରାଷ୍ଟ୍ର ସମାଧାନ ସୂତ୍ର ଆପଣାଇ ମଧ୍ୟପ୍ରାଚ୍ୟକୁ ଶାନ୍ତି ଫେରାଇ ଆଣିବା ପାଇଁ କୂଟନୈତିକ ଉଦ୍ୟମ ଲୋଡ଼ା। ପାଲେଷ୍ଟାଇନ୍‌ ପ୍ରଧାନମନ୍ତ୍ରୀ ମୋହାମଦ ଶତାୟେହ ଏଥିରେ ଯୋଗଦେଇ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଛନ୍ତି। ଆଉ କେତେ ପାଲେଷ୍ଟିନୀୟ ନିହତ ହେଲେ ଯୁଦ୍ଧ ଶେଷ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri