ଆଜିଠୁ ବନ୍ଦ ହେଲା ସମସ୍ତ ବେଳାଭୂମି

ବ୍ରହ୍ମପୁର ଅଫିସ,୧୩ା୧: ସାରା ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଗୁରୁବାର ୧୦ ହଜାର ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

 

ଜାନୁୟାରୀ ୧୪ ମକର ସଂକ୍ରାନ୍ତି ଉପଲକ୍ଷେ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲାର ସମସ୍ତ ବେଳାଭୂମି ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଆଜିଠୁ ୧୭ ତାରିଖ ଯାଏ ଗୋପାଳପୁର, ସୋନାପୁର ପରି ସମସ୍ତ ବେଳାଭୂମି ବନ୍ଦ ରହିବ। ଏନେଇ ଟୁଇଟ୍‌ କରି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।