ଏଲିଅନ୍‌ ଖୋଜିବ ଜେମ୍ସ ଓ୍ବେବ୍‌ ଟେଲିସ୍କୋପ୍‌

ଓ୍ବାଶିଂଟନ, ୨୬ା୧୨: ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବୈଜ୍ଞାନିକମାନେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ବୃହତ୍ତମ ସ୍ପେସ୍‌ ଟେଲିସ୍କୋପ୍‌ ଜେମ୍ସ ଓ୍ବେବ୍‌କୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଶନିବାର ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୫ଟା ୫୦ରେ ୟୁରୋପୀୟ ଆରିଏନ୍‌-୫ ରକେଟ ମାଧ୍ୟମରେ ପ୍ରେରଣ କରିଛି। ଫ୍ରେଞ୍ଚ ଗୁଇନାର ଲଞ୍ଚ୍‌ ବେସ୍‌ରୁ ଏହି ଟେଲିସ୍କୋପ୍‌ର ଉତ୍‌କ୍ଷେପଣ କରାଯାଇଛି। ନାସା, ୟୁରୋପୀୟ ସ୍ପେସ୍‌ ଏଜେନ୍ସି ଏବଂ କାନାଡା ସ୍ପେସ୍‌ ଏଜେନ୍ସି ଦ୍ୱାରା ଜେମ୍ସ ଓ୍ବେବ୍‌ ପ୍ରସ୍ତୁତ ହୋଇଛି। ଏଥିରେ ୧୦ ବିଲିୟନ ଡଲାର ବା ପ୍ରାୟ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାର ଡିଜାଇନ୍‌ ସମ୍ପୂର୍ଣ୍ଣ ହେବାକୁ ୩୦ ବର୍ଷ ଲାଗିଯାଇଥିଲା। ୧୯୯୦ରେ ପଠାଯାଇଥିବା ହବଲ୍‌ ଟେଲିସ୍କୋପ ଅପେକ୍ଷା ଏହା ଶହେ ଗୁଣ ଅଧିକ ଶକ୍ତିଶାଳୀ। ଏହା ମାଧ୍ୟମରେ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ଅବସ୍ଥାରେ କିପରି ଗାଲାକ୍ସି, ସୌରମଣ୍ଡଳ ଏବଂ ଗ୍ରହଗୁଡିକ ସୃଷ୍ଟିହେଲେ ସେ ବିଷୟରେ ତଥ୍ୟ ଯୋଗାଇବ। ଏହି ଟେଲିସ୍କୋପ୍‌ ୟୁନିଭର୍ସ ସୃଷ୍ଟିର ରହସ୍ୟ ଉନ୍ମୋଚନ ସହ ଏଲିଅନମାନଙ୍କ ଉପସ୍ଥିତି ମଧ୍ୟ ଚିହ୍ନଟ କରିବ। ଏହା ମାଧ୍ୟମରେ ବୈଜ୍ଞାନିକମାନେ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଉପରୁ ପରଦା ହଟାଇ ପାରିବେ ବୋଲି ଆଶା କରିଛନ୍ତି।
ଅପ୍‌ଟିକ୍ସକୁ ସୁନାର ଏକ ସୂକ୍ଷ୍ମ ପ୍ରସ୍ତରରେ ଆବୃତ୍ତ କରାଯାଇଛି। ଏହି ପ୍ରସ୍ତର ଟେଲିସ୍କୋପ୍‌କୁ ଥଣ୍ଡା ରଖିବା ସହ ଇନଫ୍ରା ରେଡ୍‌ ରଶ୍ମିରୁ ସୁରକ୍ଷା ଦେବ। ଏହାର କ୍ୟାମେରାକୁ ସୂର୍ଯ୍ୟର ଉତ୍ତାପରୁ ରକ୍ଷା କରିବା ପାଇଁ ସେଥିରେ ଏକ ଟେନିସ୍‌ କୋର୍ଟ ଆକାରର ୫ ସ୍ତରୀୟ ସନ୍‌ଶିଲ୍ଡ ଲଗାଯାଇଛି। ଜେମ୍ସ ଓ୍ବେବ୍‌ ଦୂରବୀକ୍ଷଣ ଯନ୍ତ୍ରର ବ୍ୟାସ ୨୧ ମିଟର, ଦର୍ପଣ ବା ମିରର୍‌ ଆକାର ୬.୫ ମିଟର ହେବ। ଏହା ସୂର୍ଯ୍ୟକିରଣର ବିପରୀତ ଦିଗରୁ ମହାକାଶରୁ ଆସୁଥିବା ଇନଫ୍ରାରେଡ୍‌ ତରଙ୍ଗକୁ ଧରିପାରିବ। ହବଲ୍‌ର ମିରର୍‌ ଆକାର ୨.୪ ମିଟର। ଜେମ୍ସ ଓ୍ବେବ୍‌ର ଓଜନ ୬,୨୦୦ କେଜି ଏବଂ ଅପରେଟିଂ ତାପମାତ୍ରା ବିଯୁକ୍ତ ୨୩୦ ଡିଗ୍ରୀ ସେଲ୍‌ସିୟସ୍‌ ହୋଇଥିବାବେଳେ ହବଲ୍‌ର ଓଜନ ୧୨,୨୦୦ କେଜି ଓ ଅପରେଟିଂ ତାପମାତ୍ରା ୨୦ ଡିଗ୍ରୀ ସେଲ୍‌ସିୟସ୍‌।
ଓ୍ବେବ୍‌ ଆମେରିକା ଇତିହାସର ସର୍ବବୃହତ ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନ ପ୍ରକଳ୍ପ। ଏହାକୁ ହବଲ୍‌ ଟେଲିସ୍କୋପ୍‌ର ଉତ୍ତରାଧିକାରୀ ବୋଲି ମଧ୍ୟ କୁହାଯାଉଛି। ୧୯୯୦ରେ ନାସା ଏହାର ପ୍ରଥମ ସ୍ପେସ୍‌ ଟେଲିସ୍କୋପ୍‌ ହବଲ୍‌କୁ ମହାକାଶ ପଠାଇଥିଲା। ତେବେ ୬ ମାସ ପୂର୍ବେ ହବଲ୍‌ ସ୍ପେସ୍‌ ଟେଲିସ୍କୋପ୍‌ ହଠାତ୍‌ କାମ ବନ୍ଦ କରିଦେଇଥିଲା। ପୃଥିବୀଠାରୁ ପ୍ରାୟ ୧୦ ଲକ୍ଷ ମାଇଲ ଦୂରରେ ଲାଙ୍ଗ୍ରାଗିଆନ୍‌ ପଏଣ୍ଟ(ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଏକ ବିନ୍ଦୁ ବା ସ୍ଥାନ ଯେଉଁଠି ପରସ୍ପରର ଗୁରୁତ୍ୱାକର୍ଷଣ ଶକ୍ତି ପରସ୍ପରକୁ ପ୍ରଭାବଶୂନ୍ୟ କରିଥାନ୍ତି) ଏଲ୍‌୨ରେ ସ୍ଥାପିତ ହେବ। ପୃଥିବୀ ପଛରେ ରହିବା ସହ ସୂର୍ଯ୍ୟ ଚାରିପାଖରେ ଏହା ପରିକ୍ରମଣ କରିବ। ଏହା ସାହାଯ୍ୟରେ ପୃଥିବୀଠାରୁ ୬୩ ଆଲୋକ ବର୍ଷ ଦୂରରେ ଅବସ୍ଥିତ ଗ୍ରହଗୁଡ଼ିକର ମଧ୍ୟ ଅଧ୍ୟୟନ କରାଯାଇପାରିବ। ପ୍ରାୟ ୧୪ ବିଲିୟନ ବର୍ଷ ପୂର୍ବର ବିଗ୍‌ ବ୍ୟାଙ୍ଗ୍‌ ଘଟଣା ଉପରୁ ମଧ୍ୟ ପରଦା ହଟିପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri