ଆଲିଆଙ୍କ ମହଙ୍ଗା ନେକଲେସ

ମୁମ୍ବାଇ: ନିକଟରେ ଲଣ୍ଡନରେ ଆୟୋଜିତ ହୋପ ଗାଲା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଯୋଗ ଦେଇଥିଲେ। ଆଲିଆ ନିଜେ ଏହି କାର୍ଯ୍ୟକ୍ରମ ହୋଷ୍ଟ କରିଥିଲେ। ଭାରତରେ ଅବହେଳିତ କିଶୋରମାନଙ୍କ ପାଇଁ ପାଣ୍ଠି ସଂଗ୍ରହ ପାଇଁ ସଲାମ ବମ୍ବେ ଫାଉଣ୍ଡେସନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଇଭେଣ୍ଟରୁ ଆଲିଆ ଭଟ୍ଟଙ୍କ ଷ୍ଟାଇଲିସ ଲୁକ ସାମ୍ନାକୁ ଆସିଛି ଯାହା ବିଷୟରେ ଅନେକ ଚର୍ଚ୍ଚା ହେଉଛି। ହୋଷ୍ଟ ଆଲିଆ ଗତକାଲି ରାତିରେ ଏକ ଧଳା ଶାଢିରେ ନିଜର ଜଲଓ୍ବା ଦେଖାଇଥିଲେ। ଏହା ବ୍ୟତୀତ ସେ ଓ୍ବାଇନ କଲର ଗାଉନ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଏହି ଗାଉନଠାରୁ ସେ ପିନ୍ଧିଥିqବା ହାରକୁ ନେଇ ହେଉଛି ଚର୍ଚ୍ଚା। ଆଲିଆଙ୍କ ଏହି ହାରଟି ସମଗ୍ର ସମାବେଶକୁ ଲୁଟ କରୁଥିବା ପରି ମନେ ହେଉଥିଲା । ଜିଗର ଅଭିନେତ୍ରୀ ଗାଉନ ସହିତ ଏକ ବଡ଼ ନୀଳମଣି ଏବଂ ହୀରା ହାର ପିନ୍ଧିଥିଲେ। ବର୍ତ୍ତମାନ ଆଲିଆ ଭଟ୍ଟଙ୍କ ଏହି ହାରର ମୂଲ୍ୟ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ଯାହାର ଦାମ ଶୁଣଇ ଆଖି ତରାଟି ହୋଇ ଯାଉଛି।

ତାଙ୍କର ପ୍ରଥମ ଚ୍ୟାରିଟି ଶୋକୁ ପାଳନ କରିବା ପାଇଁ ହୋଷ୍ଟ ଆଲିଆ ବୁଲଗେରୀର ଏକ ହୀରା ହାର ପିନ୍ଧିଥିଲେ। ସେ ଏହାକୁ ଏକ ମ୍ୟାଚିଙ୍ଗ ନିଲମ ରିଂ ସହ କମ୍ପ୍ଲିଟ କରିଥିଲେ। ଖବର ଅନୁଯାୟୀ, ଆଲିଆଙ୍କ ହାର ଏବଂ ରିଙ୍ଗର ମୂଲ୍ୟ ପ୍ରାୟ ୨୦କୋଟି ଟଙ୍କା ବୋଲି କୁହାଯାଉଛି।
ଅଭିନେତ୍ରୀ ଚଳିତ ବର୍ଷ ପ୍ରଥମ ଥର ପାଇଁ ଲଣ୍ଡନରେ ହୋପ ଗାଲା ଶୋ ଆୟୋଜନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସଙ୍ଗୀତକାର ହର୍ଷଦୀପ କୌର, ହାସ୍ୟ ଅଭିନେତା ରୋହନ ଯୋଶୀ ଏବଂ ନିର୍ଦ୍ଦେଶକ ଗୁରିନ୍ଦର ଚଢା ଏବଂ ଅନ୍ୟମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଭେନ୍ୟୁ ମାଣ୍ଡାରିନ ଓରିଏଣ୍ଟାଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ଆଲିଆ ଦୁଇଟି ପୋଷାକରେ ନଜର ଆସିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ସମାଜସେବୀ ନତାଶା ପୁନାୱାଲାଙ୍କ ସହ ପୋଜ ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri