ଆଲିଆଙ୍କ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ ଅବତାର

ମୁମ୍ବାଇ: ଭାସନ୍‌ ବାଲାଙ୍କ ନିର୍ଦ୍ଦେଶିତ କ୍ରାଇମ ଥ୍ରୀଲର ଫିଲ୍ମ ‘ଜିଗ୍‌ରା’ର ପ୍ରଥମ ଟିଜର ରିଲିଜ ହୋଇଛି। ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌ଙ୍କ ଭୂମିକାରେ ନଜରକୁ ଆସିଛନ୍ତି। ଉକ୍ତ ଟିଜର ଏକ ଭାବପ୍ରବଣ ଦୃଶ୍ୟରୁ ଆରମ୍ଭ ହୋଇଛି, ଯେଉଁଠାରେ ଆଲିଆ ଅଭିନୟ କରୁଥିବା ଚରିତ୍ରର ପୃଷ୍ଠଭୂମିକୁ ଦର୍ଶାଯାଇଛି। ସେ କିପରି ବିନା ମା’ବାପାଙ୍କ ସ୍ନେହରେ ବଢ଼ିଛନ୍ତି ସେନେଇ ଟିଜରର ପ୍ରାରମ୍ଭିକ ଦୃଶ୍ୟରେ ଆଲିଆ କହୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟରେ ଆଲିଆ ତାଙ୍କ ସଂଘର୍ଷ ବିଷୟରେ କହୁଛନ୍ତି। ପରିବାରର ଏକମାତ୍ର ସଦସ୍ୟ ତଥା ତାଙ୍କ ଭାଇ ବିଦେଶରେ ଜେଲରେ ଥିବା ଜାଣି ଆଲିଆଙ୍କ ହୃଦୟ ଭାଙ୍ଗିପଡ଼ିଛି। ତେବେ ଟିଜରଟି ଆଗକୁ ବଢ଼ିବା ସହ ଆଲିଆ ତାଙ୍କ ଭାଇଙ୍କୁ ଉଦ୍ଧାର କରିବା ପାଇଁ କ’ଣ ସବୁ କରିଛନ୍ତି ତାହା ଦେଖିବାକୁ ମିଳିଛି। ଫିଲ୍ମରେ ଅଭିନେତା ବେଦାଙ୍ଗ ରାଇନା ଆଲିଆଙ୍କ ଭାଇ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଟିଜରରେ ଅନେକ ହାଇ ଆକ୍ସନ୍‌ ସିକ୍ୱେନ୍ସ ଏବଂ ମାରପିଟ ଦୃଶ୍ୟ ରହିଛି, ଯେଉଁଥିରେ ଆଲିଆଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି। ଟିଜରର ଏକ ଦୃଶ୍ୟରେ ଅଭିନେତା ଅମିତାଭ ବଚ୍ଚନଙ୍କ ବିଷୟରେ ଆଲିଆ ଉଲ୍ଲେଖକରି କହିଛନ୍ତି, ସେ ହେଉଛନ୍ତି ପରବର୍ତ୍ତୀ ଆଙ୍ଗ୍ରି ୟଙ୍ଗ୍‌ ଓମ୍ୟାନ୍‌। ଆସନ୍ତା ଅକ୍ଟୋବର ୧୧ରେ ‘ଜିଗ୍‌ରା’ ମୁକ୍ତିଲାଭ କରିବ। ପ୍ରଥମ ଥର ପାଇଁ ଆଲିଆ ଜଣେ ଫିଲ୍ମ ନିର୍ମାତା ଭାବେ କରନ୍‌ ଜୋହରଙ୍କ ମିଶି ଏହି ଚଳଚ୍ଚିତ୍ରକୁ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri