ବଦଳି ଗଲେଣି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରୁ ଡେବ୍ୟୁ କରିଥିବା ଆଲିଆ ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି। ଖୁବ ଶୀଘ୍ର ତାଙ୍କୁ ରଣବୀର ସିଂଙ୍କ ସହ ‘ରକି ଔର ରାନୀ କି ପ୍ରେମ କାହାନୀ’ ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମ ବ୍ୟତୀତ ଆଲିଆ ମଧ୍ୟ ତାଙ୍କ ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତ। ରଣବୀର କପୁରଙ୍କୁ ବିବାହ ଏବଂ ଝିଅ ରାହାଙ୍କ ଜନ୍ମ ପରେ ଆଲିଆଙ୍କ ପାରିବାରିକ ଦାୟିତ୍ୱ ବଢିଯାଇଛି।
ନିଜ ପ୍ରାଥମିକତା ବିଷୟରେ ଆଲିଆ କହିଛନ୍ତି, ମୁଁ ଇଣ୍ଡଷ୍ଟ୍ରିରେ ଏକ ଦଶନ୍ଧି ଅତିକ୍ରମ କରିଛି। ଏହି ଏକ ଦଶନ୍ଧି ମଧ୍ୟରେ ଜୀବନ ମଧ୍ୟ ସଂପୂର୍ଣ୍ଣ ବଦଳି ଯାଇଛି। ଏକ ସମୟ ଥିଲା ଯେତେବେଳେ ମୁଁ କ୍ୟାରିୟର ପାଇଁ ଶୋଇବା, ସମୟ, ପରିବାର ଉପରେ ଆପୋଷ ବୁଝାମଣା କରୁଥିଲି ଏବଂ କେବଳ ଶୁଟିଂ ଏବଂ କାମ ଉପରେ ଧ୍ୟାନ ଦେଇଥିଲି। ବର୍ତ୍ତମାନ ମୋର ଏକ ପରିବାର ଅଛି। ସେଠାରେ ଝିଅ ଏବଂ ସ୍ବାମୀ ଅଛନ୍ତି। ବଗତ ଦଶ ବର୍ଷ ମଧ୍ୟରେ ମୁଁ ନିଜ କ୍ୟାରିୟର ଉପରେ ବହୁତ ଧ୍ୟାନ ଦେଇଥିଲେ। ଏହାଦ୍ୱାରା ପରିବାର ଏବଂ ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତାଇବାକୁ ସକ୍ଷମ ହୋଇ ନ ଥିଲି। ବର୍ତ୍ତମାନ ନିଜ ପ୍ରିୟ ଲୋକଙ୍କୁ ମଧ୍ୟ ପୂର୍ଣ୍ଣ ସମୟ ଦେବାକୁ ଚାହୁଁଛି। ଏସବୁ ସହ ସେ ଅଭିନୟ ଜାରି ରଖିବେ ବୋଲି କହନ୍ତି ଆଲିଆ।
ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ଏକ ରୋମାଣ୍ଟିକ କମେଡି ଫିଲ୍ମ। ଏହି ଫିଲ୍ମରେ ରଣବୀର ସିଂ ଏବଂ ଆଲିଆଙ୍କ ବ୍ୟତୀତ ଶବାନା ଆଜମୀ, ଜୟା ବଚ୍ଚନ ଏବଂ ଧର୍ମେନ୍ଦ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କରଣ ଜୋହରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁଲାଇ ୨୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri