ବିବାହ ପରେ ନୂଆ ଘରକୁ ସିଫ୍ଟ କରିବେ ଆଲିଆ!

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଏବେ ନିଜ ପର୍ସନାଲ ଲାଇଫରେ ବିଜି ଅଛନ୍ତି । ବଲିଉଡ୍ ନାୟକ ରଣବୀର କପୁରଙ୍କୁ ଆଲିଆ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିବା ବେଳେ ସେ ଏବେ ଅଧିକାଂଶ ସମୟରେ ରଣବୀରଙ୍କ ମା’ ନିତୁ କପୁର ଓ ଭଉଣୀ ରିଦ୍ଧିମା କପୁରଙ୍କ ସହ ନଜର ଆସୁଛନ୍ତି । କେତେବେଳେ ପାର୍ଟିରେ ତ କେତେବେଳେ ମାର୍କେଟରେ ପୁଣି କେତେବେତେ ଆଲିଆ ନିତୁ କପୁରଙ୍କ ଘରେ ନଜର ଆସୁଛନ୍ତି । ଏବେ ରଣବୀରଙ୍କର ଏକ ନୂଆ ଘରର କନଷ୍ଟ୍ରକଶନ୍ କାମ ଚାଲିଥିବା ବେଳେ ମଝିରେ ମଝିରେ ଆଲିଆ ସେଠାକୁ ଯାଉଥିବା ଦେଖାଯାଇଛି । ସେ ସେଠାରେ ଘରର ଉପରୁ ତଳ ପର୍ଯ୍ୟନ୍ତ କନଷ୍ଟ୍ରକଶନ୍ କାମକୁ ବୁଲି ବୁଲି ଦେଖୁଛନ୍ତି । ଆଲୋଚନା ହେଉଛି କି ଆଲିଆ ବୋଧହୁଏ ରଣବୀରଙ୍କୁ ବିବାହ କରିବା ପରେ ଏହି ନୂଆ ଘରକୁ ସିଫ୍ଟ ହେବେ । ତେଣୁ ତାଙ୍କ ହିସାବରେ ବି ଘରର କିଛିଟା ଡିଜାଇନ୍ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

Share