ଗର୍ଭବତୀ ଥିବା ଦେଖାଇବାକୁ ଯାଇ ଏତେ ମହଙ୍ଗା ଡ୍ରେସ ପିନ୍ଧିଲେ ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ମା’ ହେବାକୁ ଯାଉଛନ୍ତି । ଏବେ ସେ ତାଙ୍କ ପ୍ରେଗ୍ନେନସି ଟାଇମକୁ ଖୁବ୍ ଏନଜୟ କରୁଛନ୍ତି । ୨୭ ଜୁନ ୨୦୨୨ରେ ସେ ମାଆ ହେବାକୁ ଯାଉଥିବା ଖବର ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଆଉ ଏବେ ଏହି ଖୁସିକୁ ସେ ଖୁବ ଉପଭୋଗ କରୁଛନ୍ତି । ଏହାସହ ନିଜ କ୍ୟାରିୟର ଉପରେ ବି ସେତିକି ନଜର ରଖିଛନ୍ତି । ନିକଟରେ ସେ ତାଙ୍କ ଅପକମିଂ ଫିଲ୍ମ ଡାର୍ଲିଂସର ପ୍ରମୋଶନରେ ଯାଇଥିଲେ ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଏଥିରେ ଆଲିଆ ଯେଉଁ ଡ୍ରେସ ପିନ୍ଧିଛନ୍ତି ସେଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ବାରି ହୋଇ ପଡୁଛି । ୧୯ ଜୁଲାଇ ୨୦୨୨ରେ ଆଲିଆ ଡାର୍ଲିଂସର ପ୍ରମୋଶନରେ ଯାଇଥିଲେ । ସବୁଥର ପରି ଏଥର ବି ଆଲିଆ ଏକ ଫ୍ଲୋରାଲ ପ୍ରିଣ୍ଟ ଡ୍ରେସ ପିନ୍ଧିଥିଲେ । ଲାଇଟ ମେକଅପ ସହ କେଶ ଖୋଲା ରଖି ସେ ତାଙ୍କ ଲୁକ୍ସକୁ କମ୍ପ୍ଲିଟ କରିଥିଲେ । ଫଟୋରେ ସେ ତାଙ୍କ କୋଷ୍ଟାର ବିଜୟଙ୍କ ସହ ସ୍ମାଇଲିଂ ଫେସରେ ପୋଜ ଦେଉଥିବା ଦେଖାଯାଇଛି । ଆଉ ସେ ଯେଉଁ ଡ୍ରେସ ପିନ୍ଧିଛନ୍ତି ତାହା ତାଙ୍କ ପସନ୍ଦର ବ୍ରାଣ୍ଡ ଜିମ୍ମରମ୍ୟାନର । ଏହି ସୁନ୍ଦର ପ୍ଲିଟେଡ ମିନି ଡ୍ରେସର ଦାମ କିନ୍ତୁ ଏବେ ସମସ୍ତଙ୍କୁ ଚକିତ କରି ଦେଇଛି । ଶୁଣିବାକୁ ମିଳିଛି ଏହି ଡ୍ରେସର ଦାମ କୁଆଡେ ୮୨,୦୦୦ଟଙ୍କା । ଏହି ଦାମ ସମସ୍ତଙ୍କୁ ଚମକାଇ ଦେଇଛି । ତେବେ ପ୍ରେଗ୍ନେନସି ଖୁସିକୁ ଏନଜୟ କରୁଥିବା ଆଲିଆଙ୍କ ପାଇଁ ଏହା କିଛି ବଡ କଥା ନୁହେଁ ବୋଲି ବି ଆଲୋଚନା ହେଉଛି ।

Share