ଆଲିଆଙ୍କ ଲାଟେଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କ ପେଗ୍ନେସି ପିରିୟଡର ମଜା ଉଠାଉଛନ୍ତି । ନିକଟରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଥିବା ବେଳେ ସେଥିରେ ସେ ବେବି ବମ୍ପ ପ୍ଲାଣ୍ଟ କରୁଥିବା ନଜର ଆସିଛି । ନିକଟରେ ଆଲିଆ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଯେଉଁ ଫଟୋ ଶେୟାର କରିଛନ୍ତି ତାହା ଏବେ ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସୁଛି । ଆଲିଆ ଏବେ ତାଙ୍କ ଫିଲ୍ମ ବ୍ରାହ୍ମାସ୍ତ୍ରର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ଏବେ ଯେଉଁ ଫଟୋ ଶେୟାର କରିଛନ୍ତି ଏହା କିଛିଦିନ ପୂର୍ବର ବୋଲି କୁହାଯାଉଛି ।
ଏହି ଫଟୋରେ ଆଲିଆ ପିଙ୍କ ଟପ, ବ୍ଲାକ ବ୍ରେସ କୋଟ ଓ ବ୍ଲାକ ପ୍ୟାଣ୍ଟରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଏହାସହ ଏହି ଫଟୋରେ ଆଲିଆଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ନଜର ଆସୁଛି । ସୋସିଆଲ ମିଡିଆରେ ଆଲିଆଙ୍କ ଏହି ଫଟୋକୁ ଖୁବ୍ ପସନ୍ଦ କରାଯାଉଛି । ଏବେ ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share