ଭାଇରାଲ ହେଉଛି ରିଚା-ଅଲିଙ୍କ ବାହାଘର କାର୍ଡ

ମୁମ୍ବାଇ: ବଲିଉଡ ଅଭିନେତା ଅଲି ଫାଜଲ ଏବଂ ରିଚା ଚଢା ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏନେଇ ବିବାହର ସମସ୍ତ ପ୍ରସ୍ତୁତ ଆରମ୍ଭ କରିଦେଲେଣି। ତେବେ ତାଙ୍କ ବିବାହ ସମ୍ପର୍କୀୟ ଖବର ଜାଣିବାକୁ ପ୍ରଶଂସକ ଚାହିଁ ରହିଥାନ୍ତି। ଏହାରି ଭିତରେ ରିଚା-ଅଲିଙ୍କ ବିବାହ ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମୁମ୍ବାଇର ଏକ ହୋଟେଲରେ ଦୁହେଁ ବିବାହ କରିବେ। ଏହାସହ ଦିଲ୍ଲୀ ଏବଂ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେବେ । ତେବେ ତାଙ୍କ ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଉପସ୍ଥିତ ରହିବେ ବୋଲି ଜଣାପଡିଛି।
କହିରଖୁଛୁ, ରିଚା-ଅଲି ଏପ୍ରିଲ ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। କିନ୍ତୁ କରୋନା ମହାମାରୀ ଏବଂ କୌଣସି କାମ ଯୋଗୁ ବିବାହ ବିଳମ୍ବ ହୋଇଥିଲା। ହେଲେ ଏବେ ଶେଷରେ ଦୁହେଁ ଅକ୍ଟୋବର ୬ରେ ବିବାହ କରିବାକୁ ଯାଉଛନ୍ତି।

Share