Categories: ବାଣିଜ୍ୟ

ଆର୍‌ବିଆଇ ପକ୍ଷରୁ ‘ସତର୍କ ତାଲିକା’ ଜାରି

ନୂଆଦିଲ୍ଲୀ,୯।୯:ଭାରତରେ ଅନଧିକୃତ ଆର୍ଥକ ସଂସ୍ଥାର ଓ୍ବେବ୍‌ସାଇଟ ଏବଂ ଆପ୍‌ ଜରିଆରେ ବିନିମୟ ମୁଦ୍ରା (ଫୋରେକ୍ସ) କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଏକ ସତର୍କ ତାଲିକା ଜାରି କରାଯାଇଛି। ବିଶେଷକରି ସ୍ବୀକୃତି ପାଇ ନ ଥିବା ସଂସ୍ଥାଗୁଡ଼ିକ ସହ କାରବାର ନ କରିବା ଲାଗି ବିଜ୍ଞପ୍ତି ମାଧ୍ୟମରେ ସର୍ବସାଧାରଣଙ୍କୁ ଅବଗତ କରାଯାଇଛିି। ଏପରିକି ବେନାମୀ ସଂସ୍ଥା ଜରିଆରେ ଅର୍ଥ କାରବାର ନ କରିବା ପାଇଁ ସମସ୍ତଙ୍କୁ ବାରଣ ମଧ୍ୟ କରାଯାଇଛି। ସେହିଭଳି ଭେଣ୍ଡରମାନଙ୍କ ଲାଗି ଜାରି କରାଯାଇଥିବା ଉକ୍ତ ତାଲିକାରେ ଆଲ୍‌ପାରି, ଏନିଏଫ୍‌ଏକ୍ସ, ଆଭା ଟ୍ରେଡ୍‌, ବିନୋମୋ, ଇଟୋରୋ, ଏକ୍ସନେସ୍‌ ଭଳି ୩୦ରୁ ଊର୍ଦ୍ଧ୍ୱ ବେନାମୀ ସଂସ୍ଥାର ନାମ ଅନ୍ତର୍ଭୁକ୍ତ ରହିଛି।

Share