ମଦପିଇ ଗଣ୍ଡଗୋଳ: ଯୁବକଙ୍କୁ ଇଟା ଫିଙ୍ଗି ମାରିଦେଲେ

ଝାରସୁଗୁଡା ଅଫିସ,୫।୧୧: ଝାରସୁଗୁଡା ଜିଲା ବଡମାଲ ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମ ଯାମ୍ପ ପଡାରେ ଗତ ଗୁରୁବାର ରାତିରେ ଏକ ହତ୍ୟା କାଣ୍ଡ ଘଟିଛି। ମଦପିଇ କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କେତେକ ଯୁବକ ଜଣେ ଯୁବକଙ୍କୁ ବିଅର ବୋତଲ ଓ ଇଟାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କୁମ୍ଭାରୀ ଗ୍ରାମର ଯୋତିଶ ସାହୁ(୨୭)। ଏ ନେଇ ମୃତକଙ୍କ ସ୍ତ୍ରୀ ପିଙ୍କି ସାହୁ ଶୁକ୍ରବାର ବଡମାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭତ୍ତିିକରି ପୋଲିସ ଏକ ହତ୍ୟା ମାମଲା ରୁଜୁ ତଦନ୍ତ ଚଳାଇଛି । ଏହି ଘଟଣାରେ ୫ଜଣ ଯୁବକଙ୍କ ସମ୍ପୃକ୍ତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ଏଥି ମଧ୍ୟରୁ ୩ଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି ।