Posted inଖେଳ

ଫାଇନାଲରେ ଆଲ୍‌କାରେଜ, ରୁଡ୍‌

ନ୍ୟୁୟର୍କ,୧୧ା୯(ପି.ଟି): ୟୁଏସ୍‌ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି କାସ୍ପର ରୁଡ୍‌ ଓ କାର୍ଲୋସ ଆଲ୍‌କାରେଜ। ନରଓ୍ବେର କାସ୍ପର ରୁଡ୍‌ ଏକ ୫୫ ଶଟର ରାଲି ସହିତ ଫାଇନାଲରେ ପ୍ରବେଶ କରିଛନ୍ତି। ଲମ୍ବା ରାଲି ସହିତ ଚଳିତ ବର୍ଷର ନିଜର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିଲେ ୨୩ ବର୍ଷୀୟ ରୁଡ୍‌। ବିଶ୍ୱ ମାନ୍ୟତାରେ ୨୩ ନମ୍ବର ରୁଷିଆର କାରେନ୍‌ ଖାଚାନୋଭଙ୍କୁ ୭-୬(୫), ୬-୨, ୫-୭ ଓ ୬-୨ରେ ପରାସ୍ତ କରି ସେ ଫାଇନାଲରେ ପ୍ରବେଶ କରିଛନ୍ତି। ଆର୍ଥର ଆଶେ ଷ୍ଟାଡିୟମରେ ଏହି ମ୍ୟାଚ ଶେଷ ହେବା ପରେ ପୂରା ଷ୍ଟାଡିୟମ ରୁଡ୍‌ଙ୍କ ନାମରେ ପ୍ରକମ୍ପିତ ହୋଇଥିଲା। ତେବେ ରୁଡ୍‌ଙ୍କୁ ଚିଡ଼େଇବା ପାଇଁ ଦର୍ଶକ ଏମିତି କରିଥିବା ଜଣାପଡ଼ିଥିଲା। ଫ୍ରେଞ୍ଚ ଓପନ ଫାଇନାଲରେ ନାଡାଲଙ୍କ ନିକଟରୁ ପରାଜିତ ହେବା ପରେ ୟୁଏସ୍‌ ଓପନ ମୋ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ ପାଲଟିଛି। ପ୍ରଥମ ସେଟଟି ଟାଇବ୍ରେକରକୁ ଯାଇଥିଲା। ଏହି ସେଟ୍‌ରେ ଗୋଟିଏ ପଏଣ୍ଟ ପାଇଁ ୫୫ଶଟର ଲମ୍ବା ରାଲି ଦେଖିବାକୁ ମିଳିଥିଲା। ଏହି ରାଲିକୁ ଜିତିନେବା ସହିତ ମ୍ୟାଚକୁ ନିଜ ଆଡକୁ ମୋଡି ଦେଇଥିଲେ ରୁଡ୍‌। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ସ୍ପେନର କାର୍ଲୋସ ଆଲ୍‌କାରେଜ ଗାର୍ଫିଆଙ୍କୁ ଭେଟିବେ ରୁଡ୍‌। ଅନ୍ୟ ଏକ ସେମିଫାଇନାଲରେ ସ୍ଥାନୀୟ ଖେଳାଳି ଫ୍ରାନ୍ସେସ ଟିଆଫୋଙ୍କୁ କଡା ସଂଘର୍ଷପୂର୍ଣ୍ଣ ୫ସେଟ ବିଶିଷ୍ଟ ମୁକାବିଲାରେ ପରାସ୍ତ କରିଥିଲେ କାର୍ଲୋସ ଆଲ୍‌କାରେଜ ଗାର୍ଫିଆ। ସେ ୬-୭(୬-୮), ୬-୩, ୬-୧, ୬-୭(୫-୭), ୬-୩ରେ ଏହି ମ୍ୟାଚକୁ ଜିତି ନେଇଥିଲେ । ନାଡାଲଙ୍କୁ ପରାସ୍ତ କରିଥିବା ଟିଆଫୋ ପ୍ରଥମ ଏବଂ ତୃତୀୟ ସେଟ୍‌ ଜିତିଥିବା ବେଳେ ଉଭୟ ସେଟ୍‌କୁ ଟାଇବ୍ରେକରରେ ଜିତିଥିଲେ। ଏହି ମ୍ୟାଚଟି ୪ ଘଣ୍ଟା ୧୯ ମିନିଟ ଧରି ଖେଳାଯାଇଥିଲା। ମାତ୍ର ୧୯ ବର୍ଷ ବୟସରେ ଫାଇନାଲରେ ପହଞ୍ଚି ପିଟ୍‌ ସାମ୍ପ୍ରାସଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ଆଲ୍‌କାରେଜ। ଓପନ୍‌ ଏରାରେ ଏକମାତ୍ର ଖେଳାଳି ଭାବେ ପିଟ୍‌ ସାମ୍ପ୍ରାସ ଫାଇନାଲରେ ପ୍ରବେଶ କରିଥିଲେ। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଜିତିଲେ କାସ୍ପର ରୁଡ୍‌ ଏଟିପି ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନକୁ ଉନ୍ନୀତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri