ଭକ୍ତଙ୍କୁ ଗର୍ଭଗୃହ ମନା

ବ୍ରହ୍ମଗିର,୧୦।୬(ଡି.ଏନ୍‌.ଏ): ଅଲାରନାଥଙ୍କ ଅନବସର ଦର୍ଶନ ସମୟରେ ଭକ୍ତଙ୍କୁ ଗର୍ଭଗୃହକୁ ମନା। ଭକ୍ତମାନେ ଅର୍ଦ୍ଦଳି ନିକଟରୁ ଠାକୁରଙ୍କୁ ଦର୍ଶନ କରିବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ବ୍ରହ୍ମଗିରି ତହସିଲଦାର ସ୍କୃତିରଞ୍ଜନ ଶତପଥୀ ଏକ ଖବରଦାତା ସମ୍ମିଳନୀରେ ଜଣାଇବା ସହିତ କାର୍ଯ୍ୟକାରୀ କରାଯାଇଛି। ପ୍ରକାଶ ଯେ, ଅଲାରନାଥ ମନ୍ଦିରରେ ଗର୍ଭଗୃହ ସଙ୍କୀର୍ଣ୍ଣ ହୋଇଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଗୋଟିଏ ରହିଛି। ଅନବସର ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଫଳରେ ଦର୍ଶନ ପାଇଁ ଭକ୍ତଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥାଏ। ଅନ୍ୟପକ୍ଷରେ ଗର୍ଭଗୃହକୁ ଭକ୍ତମାନେ ଦର୍ଶନ କରିବାକୁ ଯିବା ଦ୍ୱାରା ବାହାରେ ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ଅସହ୍ୟ ହୋଇପଡ଼େ। ତେଣୁ ଗର୍ଭଗୃହକୁ ଯାଇ ଦର୍ଶନ କରିବାକୁ କେତେଜଣ ସେବାୟତ ବିରୋଧ କରିଥିଲେ। ଏନେଇ ଏହି ସେବାୟତଙ୍କ ମଧ୍ୟରୁ ମଧୁସୂଦନ ପୂଜାପଣ୍ଡା ହାଇକୋର୍ଟରେ ଏକ ପିଟିଶନ୍‌ ଦାଏର କରିଥିଲେ। ହାଇକୋର୍ଟ ଏକ ରାୟ ପ୍ରକାଶ କରି ଅନବସର ସମୟରେ ମନ୍ଦିରର ଗର୍ଭଗୃହକୁ ଭକ୍ତମାନେ ନ ଯାଇ ଅର୍ଦ୍ଦଳିଠାରୁ ଦର୍ଶନ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ା ଏହାସହ ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗମାନଙ୍କ ପାଇଁ ହୁଇଲଚେୟାର, ଭ୍ରାମ୍ୟମାଣ ଶୌଚାଳୟ ଆଦିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶନାମା ରହିଛି ା ଏହି ଦର୍ଶନ ସମୟରେ ମନ୍ଦିରର ନୀତିକାନ୍ତି ଅନୁଯାୟୀ ମଧ୍ୟାହ୍ନରେ ମଧ୍ୟାହ୍ନ ଧୂପ ହେଉଥିବାରୁ ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ଫଳରେ ଧାଡ଼ିରେ ଥିବା ଭକ୍ତମାନେ ଖରାରେ ଛିଡ଼ାହୋଇଥାନ୍ତି। ଏହି ସମୟରେ ଭକ୍ତମାନେ ଧାଡିରେ ନ ରହିବାକୁ ଅନୁରୋଧ କରାଯାଇଛି। ଶୃଙ୍ଗଳିତ ଦର୍ଶନ ପାଇଁ ସେବାୟତମାନଙ୍କ ସହ ଏକ ସମନ୍ବୟ ବୈଠକ କରାଯାଇ ନୀତିନିର୍ଘଣ୍ଟ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ବ୍ରହ୍ମଗିରି ଥାନା ଅଧିକାରୀ ଦିଲୀପ କୁମାର ଧଳ, ବ୍ରହ୍ମଗିରି ବିଡିଓ ପ୍ରଦ୍ୟୁମ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri