ଏହି ଦିନ ରିଲିଜ୍‌ ହେବ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମକୁ ଦେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ତାଙ୍କ ଜଲଓ୍ବା ସମସ୍ତେ ଦେଖିସାରିଛନ୍ତି। ବର୍ତ୍ତମାନ ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଆସିବାକୁ ଯାଉଛି। ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ ଓ କ୍ରିତି ସାନନ ନଜର ଆସିବେ। ଫିଲ୍ମର ଦୁଇଟି ପୋଷ୍ଟର ୧୮ ଜାନୁୟାରୀରେ ରିଲିଜ୍‌ ହୋଇଯାଇଛି। ତେବେ ଏହାରି ଭିତରେ ଆଗାମୀ ଫିଲ୍ମ କେବେ ରିଲିଜ୍‌ ହେବ ତା’ ଉପରୁ ମଧ୍ୟ ପରଦା ଉଠିଛି। ଫିଲ୍ମଟି ଆସନ୍ତା ମାର୍ଚ୍ଚ ୧୮ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଆଶା କରାଯାଉଛି ଫିଲ୍ମ ‘ସୂର୍ଯ୍ୟବଂଶୀ’ ଭଳି ତାଙ୍କ ଆଗାମୀ ଫିଲ୍ମ ମଧ୍ୟ ସୁପରହିଟ୍‌ ହେବ।

 

Share