ନୂଆବର୍ଷରେ ଏକାଠି ନଜର ଆସିବେ ଅକ୍ଷୟ-କ୍ରିତି

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଫିଲ୍ମ ‘ଲକ୍ଷ୍ମୀ’ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାପରେ ବି ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବେ ଟୁଇଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଏହାଏକ ଆକ୍ସନ ଓ କମେଡି ଫିଲ୍ମ ହୋଇଥିବା ବେଳେ ଆସନ୍ତା ବର୍ଷ ଜାନୁୟାରୀରେ ଅକ୍ଷୟ ଏହାର ଶୁଟିଂ ଆରମ୍ଭ କରିବାକୁ ଯାଉଥିବାରୁ ଏବେ ଏହା ଟୁଇଟରରେ ଟ୍ରେଣ୍ଡ କରୁଛି । ଫିଲ୍ମ ସମିକ୍ଷକ ତରଣ ଆଦର୍ଶ ଟୁଇଟ କରି କହିଛନ୍ତି, ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ଶୁଟି ଆସନ୍ତା ବର୍ଷ ଜାନୁୟାରୀରେ ଆରମ୍ଭ କରିବାକୁ ଯାଉଛି । ଜୈସଲମରରେ ଏହାର ଶୁଟିଂ କରାଯିବ । ଏଥିରେ କ୍ରିତି ସାନନଙ୍କ ବ୍ୟତୀତ ଆଉ ଜଣେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ହେଲେ ଏପର୍ଯ୍ୟନ୍ତ ତାଙ୍କ ନାଁ ଜଣାପଡି ନାହିଁ । ଏହାର ପ୍ରଯୋଜକ ରହିଛନ୍ତି ସାଜିଦ ନାଡିୟାଡୱାଲା । ସୂଚନାଯୋଗ୍ୟ, ଚଳିତ ବର୍ଷ ଦୀପାବଳିରେ ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ ବମ’କୁ ନେଇ ବିବାଦ ଉପୁଜିବାରୁ ଏବେ ଏହାର ନାଁ ପରିବର୍ତ୍ତନ କରି ‘ଲକ୍ଷ୍ମୀ’ ରଖାଯାଇଛି । କରୋନା ମହାମାରୀ କାରଣରୁ ଏହା ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବ ।

Share