ସାମ୍ନାକୁ ଆସିଲା ‘ସୂର୍ଯ୍ୟବଂଶୀ’, ‘୮୩’ ର ନୂଆ ରିଲିଜ୍ ଡେଟ୍‌!

ମୁମ୍ବାଇ: ଏବେ ବଲିଉଡ୍‌ରେ କିଛି ବଡ ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଛି । ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଓ ରଣବୀର କପୁରଙ୍କ ଫିଲ୍ମ ‘୮୩’ ରହୁଛି ସବୁଠାରୁ ଆଗରେ । କରୋନା ଭାଇରସ ସଂକ୍ରମଣ କାରଣରୁ ଦୁଇଟି ଯାକ ଫିଲ୍ମର ରିଲିଜ୍ ଡେଟ୍ ଘୁଞ୍ଚି ଘୁଞ୍ଚି ଯାଉଥିବା ବେଳେ ଆସନ୍ତା ବର୍ଷ ଏହା ଧୁମ୍ ମଚେଇବ ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ଫିଲ୍ମ ମେକର୍ସଙ୍କ ଦ୍ୱାରା ରିଲିଜ୍ ଡେଟ୍ ସମ୍ପର୍କରେ କିଛି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଟ୍ରେଡ୍ ଆନାଲିସିଷ୍ଟ ତରଣ ଆଦର୍ଶ ଟୁଇଟ୍ କରି ଏ ସମ୍ପର୍କରେ ସାମାନ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ‘ସୂର୍ଯ୍ୟବଂଶୀ’, ଓ ‘୮୩’ ଆସନ୍ତା ବର୍ଷ ରିଲିଜ୍ ହେବ । ୨୦୨୧ ମାର୍ଚ୍ଚ ୩୧ରେ ଏହା ରିଲିଜ୍ ହେବାର ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ଚଳିତ ବର୍ଷ ଫିଲ୍ମର ପ୍ରମୋଶନ ହୋଇ ପାରି ନ ଥିବା ବେଳେ କରୋନା ଲକ୍‌ଡାଉନ ଯୋଗୁ ଏହା ରିଲିଜ୍ ହୋଇପାରି ନାହିଁ ବୋଲି ସେ କହିଛନ୍ତି ।

Share