ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା। ଏହା ଏକ ମଜାଦାର ପାରିବାରିକ ମନୋରଞ୍ଜନଧର୍ମୀ ଫିଲ୍ମ। ଦର୍ଶକଙ୍କୁ କିନ୍ତୁ ଏହି ଫିଲ୍ମ ଦେଖିବାକୁ ଏବେ ଅପେକ୍ଷା କରିବାକୁ ପଡ଼ିବ। କାରଣ ଫିଲ୍ମ ରିଲିଜ୍ ଡେଟ୍ରେ ପରିବର୍ତ୍ତନ କରାଯାଇଛି। ‘ଧୁରନ୍ଧର ୨’ର ଆୟ ଏବଂ କ୍ରେଜ ଯୋଗୁ ରିଲିଜ୍ ତାରିଖରେ ପରିବର୍ତ୍ତନ କରାଯାଇଛି। ପ୍ରଯୋଜକ ଅକ୍ଷୟ କୁମାର ‘ଧୁରନ୍ଧର ୨’ ସଫଳତାରେ ଭୟଭୀତ ହୋଇ ଏପରି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ପ୍ରଥମେ ଏପ୍ରିଲ ୧୦ରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିବାବେଳେ ଫିଲ୍ମଟି ଏବେ ଏପ୍ରିଲ ୧୭ରେ ରିଲିଜ୍ ହେବ। ଏହାସହ ‘ଧୁରନ୍ଧର ୨’ ଭଳି ‘ଭୂତ ବଙ୍ଗଳା’ ମଧ୍ୟ ପ୍ରେକ୍ଷାଳୟରେ ଆଗୁଆ ଦେୟଯୁକ୍ତ ପ୍ରିଭ୍ୟୁ ୧୬ ଏପ୍ରିଲ ରାତି ୯ଟାରେ ଆରମ୍ଭ ହେବ।
ବାଲାଜୀ ମୋସନ ପିକଚର୍ସ, କେପ ଅଫ ଗୁଡ ଫିଲ୍ମ ସହିତ ମିଶି ‘ଭୂତ ବଙ୍ଗଳା’ ନିର୍ମାଣ କରାଯାଇଛି। ଏଥିରେ ଅକ୍ଷୟ କୁମାର, ଭାମିକା ଗବ୍ବି, ପରେଶ ରାୱଲ, ତବୁ, ରାଜପାଲ ଯାଦବ, ଜିଶୁ ସେନଗୁପ୍ତା ଏବଂ ମିଥିଳା ପାଲକର ଅଭିନୟ କରିଛନ୍ତି। ଏହି ଫିଲ୍ମଟି ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଅକ୍ଷୟ କୁମାର, ଶୋଭା କପୁର ଏବଂ ଏକତା ଆର. କପୁରଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି।
Dharitri – Odisha’s No.1 Odia Daily

