Posted inଖେଳ

ବିଶ୍ୱକପ୍‌ ସ୍ଥଗିତ ଲାଗି ବିସିସିଆଇକୁ ଦାୟୀ କଲେ ଅଖତର୍‌

କରାଚୀ, ୨୩।୭: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ ସ୍ଥଗିତ ହୋଇଛି। ଏହା ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାର କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ କରୋନା ଭାଇରସ୍‌ର ପ୍ରକୋପକୁ ଦୃଷ୍ଟିରେ ରଖି କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଏହାକୁ ସ୍ଥଗିତ ରଖିବାକୁ ନିକଟରେ ନିଷ୍ପତ୍ତି ନେଇଥିଲା। ଏହି ଟି୨୦ ବିଶ୍ୱକପ୍‌ ଆସନ୍ତା ବର୍ଷ ଅନୁଷ୍ଠିତ ହେବ ବୋଲି ନିକଟରେ ଏକ ବୈଠକରେ ଆଇସିସି ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଆଇସିସିର ଏହି ନିଷ୍ପତ୍ତିକୁ ନେଇ ପ୍ରାକ୍ତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର୍‌ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବିଶ୍ୱକପ୍‌ ସ୍ଥଗିତ ଲାଗି ସେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଦାୟୀ କରିଛନ୍ତି। ଆଇପିଏଲ୍‌ ଆୟୋଜନ କରିବା ଲକ୍ଷ୍ୟରେ ବିସିସିଆଇ ବିଶ୍ୱକପ୍‌କୁ ସ୍ଥଗିତ ରଖିଛି ବୋଲି ଅଖତର୍‌ ଅଭିଯୋଗ କରିଛନ୍ତି। ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ଅଖତର୍‌ ପାକିସ୍ତାନ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେବା ଅବସରରେ କହିଛନ୍ତି, ‘ବିସିସିଆଇ ଆଇପିଏଲ୍‌ ଆୟୋଜନ କରିବା ଲାଗି ବିଶ୍ୱକପ୍‌କୁ ସ୍ଥଗିତ କରିଦେଇଛି। ବିଶ୍ୱକପ୍‌ ନ ହେଲେ ଏସିଆ କପ୍‌ ନିଶ୍ଚିତ ରୂପେ ଆୟୋଜିତ ହୋଇପାରିଥାନ୍ତା। ଭାରତ ଓ ପାକିସ୍ତାନ ପରସ୍ପର ବିପକ୍ଷରେ ଖେଳିବା ଲାଗି ଏହା ଏକ ସୁନ୍ଦର ସୁଯୋଗ ରହିଥିଲା। ଏହା ନ ହେବା ପଛରେ ବହୁତ କାରଣ ରହିଛି। ଯାହାକୁ ମୁଁ ଯିବାକୁ ଚାହୁଁ ନାହିଁ।’ ପାକିସ୍ତାନର ଏହି ପୂର୍ବତନ କ୍ରିକେଟର୍‌ ଆହୁରି ମଧ୍ୟ କହିଛନ୍ତି ଯେ, ‘ଟି୨୦ ବିଶ୍ୱକପ୍‌ ମଧ୍ୟ ଆୟୋଜିତ ହୋଇପାରିଥାନ୍ତା। କିନ୍ତୁ ମୁଁ ପ୍ରଥମରୁ କହିଛି ଯେ ସେମାନେ ଏହାକୁ ହେବାକୁ ଦେବେ ନାହିଁ। ବିଶ୍ୱକପ୍‌ ନର୍କକୁ ଯାଉ କିନ୍ତୁ ଆଇପିଏଲ୍‌କୁ କ୍ଷତି ନ ପହଞ୍ଚତ୍ବା ଆବଶ୍ୟକ।’ ଏଠାରେ ଉଲ୍ଲେଖଯୋଗ୍ୟ, ବିଶ୍ୱକପ୍‌ ଆୟୋଜକ ଅଷ୍ଟ୍ରେଲିଆ କରୋନା ମହାମାରୀ ସମୟରେ ଏତେ ବଡ଼ ଇଭେଣ୍ଟ ଆୟୋଜନ କରିବାକୁ ଅସମର୍ଥ ହୋଇଥିଲା। କରୋନା ସମୟରେ ଏତେ ସଂଖ୍ୟକ ଖେଳାଳିଙ୍କୁ ସୁରକ୍ଷିତ ରଖିବା ସମ୍ଭବପର ନୁହେଁ ବୋଲି ପୂର୍ବରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଥିଲା। ଯେଉଁଥି ପାଇଁ ବିଶ୍ୱକପ୍‌ ସ୍ଥଗିତ ରଖିବାକୁ ଆଇସିସି ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri