ଅଖିଲ ଗୁପ୍ତା ଭାରତୀ ଆକ୍ସାର ନ୍ୟୁ ଚେୟାରମ୍ୟାନ

ଭୁବନେଶ୍ୱର,୨୫।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ତଥା ଭାରତୀ ଆକ୍ସା ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଅଧ୍ୟକ୍ଷ ( ନ୍ୟୁ ଚେୟାରମ୍ୟାନ) ଭାବେ ଅଖିଲ ଗୁପ୍ତା ନିକଟରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଭାରତୀ ଏଣ୍ଟରପ୍ରାଇଜେସ୍‌ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ଗୁପ୍ତା ଦୀର୍ଘ ୪୦ ବର୍ଷ ଧରି ବିଭିନ୍ନ ଘରୋଇ ସଂସ୍ଥା ଓ ବୀମା କମ୍ପାନୀଗୁଡିକରେ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି। ସେହିଭଳି ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ‘ଭାରତୀ ଏୟାରଟେଲ୍‌’ର ଅଭିବୃଦ୍ଧିରେ ଗୁପ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏପରିକି ରୂପାନ୍ତରିତ ଅଭିଯାନ ପରିକଳ୍ପନା କରି ତାହାକୁ ସଫଳତାର ସହ କାର୍ଯ୍ୟକାରୀ କରିବାର ଗୁପ୍ତାଙ୍କର ଅତୁଳନୀୟ ଅବଦାନ ରହିଛି, ସେ ତାଙ୍କ କ୍ୟାରିୟର୍‌ରେ ୱାରବଗ୍‌ ପିନ୍‌କସ୍‌, ଟାମାସେକ୍‌, କେକେଆର, କତାର ଫାଉଣ୍ଡେଶନ ଏଣ୍ଡାଓମେଣ୍ଟ, ଏଆଇଏଫ୍‌, ସେକ୍ୟୁଆ କ୍ୟାପିଟାଲ୍‌ ଭଳି ଅଗ୍ରଣୀ ନିବେଶକଙ୍କ ସହ ସହଯୋଗିତା ସ୍ଥାପନ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଭାରତୀ ଏୟାରଟେଲ୍‌, ଭାରତୀ ଇନଫ୍ରାଟେଲ୍‌ ଓ ଏୟାରଟେଲ୍‌ ଆଫ୍ରିକାକୁ ମଧ୍ୟ ସେ ସଫଳତାର ସହ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ କରାଇଥିଲେ।
ଏ ସମ୍ପର୍କରେ ଭାରତୀ ଆକ୍ସା ଲାଇଫ୍‌ ଇନସ୍ୟୁରାନ୍ସର ଅଧ୍ୟକ୍ଷ ଅଖିଲ୍‌ ଗୁପ୍ତା କହିଛନ୍ତି, ଭାରତୀ ଆକ୍ସା ଲାଇଫ୍‌ ଇନସ୍ୟୁରାନ୍ସର ନେତୃତ୍ୱ ନେଇ ମୁଁ ଗର୍ବିତ, କାରଣ ଆମ ପାଖରେ ଅଭିନବତା ଏବଂ ଉପଭୋକ୍ତାଙ୍କ ବୀମା ବିନିଯୋଗ ସହିତ ସ୍ଥାୟୀ ଅଭିବୃଦ୍ଧିର ଗଭୀର ବୁଝାମଣା ଉପଯୋଗ କରିବାର ଏକ ବିରାଟ ସୁଯୋଗ ରହିଛି।
ଭାରତୀ ଆକ୍ସା ଲାଇଫ୍‌ ଇନସ୍ୟୁରାନ୍ସକୁ ସୁଦୃଢ଼ କରିବା ପାଇଁ ସମର୍ପିତ ଏକ ପ୍ରତିଭାଶାଳୀ ଏବଂ ଉତ୍ସାହୀ ଟିମ୍‌ ରହିଛି। ଏପରିକି ଆମର ଗ୍ରାହକ ଏବଂ ଶିଳ୍ପସଂସ୍ଥାର ବିଶ୍ୱସ୍ତ ଅଂଶୀଦାର ଭାବେ କାମ କରିବାକୁ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ନିର୍ଦ୍ଦେଶକଙ୍କ ସହ ବା ବୋର୍ଡ ସହ କାମ କରିବାକୁ ମୁଁ ଉତ୍ସାହିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri