ଆଖଣ୍ଡଳମଣିଙ୍କ ବେଢ଼ା ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ବିତ

ଭଦ୍ରକ,୧୯ା୧୦(ଡି.ଏନ୍‌.ଏ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ା ସଂପ୍ରସାରଣ କାର୍ଯ୍ୟ ସୋମବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମନ୍ଦିର ବେଢ଼ାରେ ଥିବା ୧୬ ଓ ବାହାର ବେଢ଼ାରେ ଥିବା ୩ ଭୋଗଦୋକାନକୁ ଭାଙ୍ଗିବା କାର୍ଯ୍ୟ ଚାଲୁରହିଛି। ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର, ବିଡିଓ ଜ୍ୟୋତି ବିକାଶ ଦାଶ, ଧାମନଗର ଆଡିଶନାଲ ତହସିଲଦାର ଅଭିପ୍ସା ପଟ୍ଟନାୟକ ପୀଠରେ ଉପସ୍ଥିତ ରହି ବେଢ଼ା ସଂପ୍ରସାରଣ କାର୍ଯ୍ୟ ତ୍ୱରାନ୍ବିତକୁ ତଦାରଖ କରୁଛନ୍ତି। ଜିଲାର ୩ ଜଣ ଏସ୍‌ଡିପିଓ, ଧୂଷୁରୀ ଥାନାଧିକାରୀ, ଆରଡ଼ି ଫାଣ୍ଡି ଅଧିକାରୀଙ୍କ ସମେତ ୩ ପ୍ଲାଟୁନ ପୋଲିସ ପୀଠରେ ମୁତୟନ ହୋଇଛନ୍ତି। ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ମଧ୍ୟ ପୀଠରେ ଉପସ୍ଥିତ ଅଛନ୍ତି। ବେଢ଼ା ସଂପ୍ରସାରଣ କାର୍ଯ୍ୟକୁ ସାଧାରଣରେ ସ୍ବାଗତ କରାଯାଇଛି।