ଗଞ୍ଜାମ,୮ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଦାମୋଦରପୁର ଗ୍ରାମ ସ୍ଥିତ ବାବା ଆଖଣ୍ଡଳମଣୀ ମନ୍ଦିର ପୂଜକ ତ୍ରିନାଥ ସାହୁ (୭୦) ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।
ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ। ଯଦି କେହି ତାଙ୍କର ସନ୍ଧାନ ପାଆନ୍ତି ତେବେ ଗଞ୍ଜାମ ଥାନାକୁ ଅବଗତ କରାଇବାକୁ ଅନୁରୋଧ କରାଯାଇଛି। ତାଙ୍କର ସାମାନ୍ୟ ମାନସିକ ସମସ୍ୟା ରହିଥିବା ପରିବାର ପକ୍ଷରୁ କୁହାଯାଇଛି। ସେ୨ଦିନ ତଳେ ଗଞ୍ଜାମ ସହରରୁ ଏକ ଯାତ୍ରୀବାହି କ୍ୟାଣ୍ଟରରେ ଚଢିବା କିଛି ଲୋକ ଦେଖିଛନ୍ତି। ସେ ଯିବାବେଳେ ଧଳା ସାର୍ଟ ଓ ଧୋତି ପିନ୍ଧିଥିବା ପରିବାର ଲୋକେ କହିଛନ୍ତି।
Dharitri – Odisha’s No.1 Odia Daily


