ଜେଇଇ ମେନ୍‌ରେ ଆକାଶ ବାଇଜୁସ୍‌ର ସଫଳତା

ଭୁବନେଶ୍ୱର,୧।୫: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କୋଚିଂ ସେଣ୍ଟର ଆକାଶ ବାଇଜୁସ୍‌ର ଓଡ଼ିଶା ଶାଖା କ୍ରମାଗତ ୪ର୍ଥ ବର୍ଷ ପାଇଁ ଜେଇଇ ମେନ୍‌ ଫଳାଫଳରେ ରାଜ୍ୟ ଟପ୍ପର ସହ ଉଲ୍ଲେଖନୀୟ ସଫଳତା ମଧ୍ୟ ହାସଲ କରିଆସିଛି। ଏପରିକି ଚଳିତ ଥରର ଜେଇଇ ମେନ୍‌ ଫଳାଫଳରେ ମଧ୍ୟ ଆକାଶ ବାଇଜୁସ୍‌ର ଓଡ଼ିଶା ଶାଖାରୁ ମୋଟ ୩୪ ଜଣ ଛାତ୍ରୀଛାତ୍ର ୯୯ ପର୍ସେଣ୍ଟାଇଲରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌-୨୦୨୩ର ୨ୟ ପର୍ଯ୍ୟାୟ ଫଳାଫଳ ନିକଟରେ ପ୍ରକାଶିତ ହୋଇଯାଇଛି। ଉକ୍ତ ଫଳାଫଳ ଅନୁସାରେ ଆକାଶ ବାଇଜୁସ୍‌ର ଭୁବନେଶ୍ୱର ସେଣ୍ଟରର ଛାତ୍ରୀ ପ୍ରିୟଙ୍କା ସର ୯୯.୯୮ ପର୍ସେଣ୍ଟାଇଲ ସହ ରାଜ୍ୟ ଟପ୍ପର ହୋଇଛନ୍ତି। ଏପରିକି ସେ ଜେଇଇ ମେନ୍‌-୨୦୨୩ ଫଳାଫଳରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କ (ଏଆଇଆର୍‌) ୨୪୩ ତମ ସ୍ଥାନରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ଆକାଶ ବାଇଜୁସ୍‌ର ଭୁବନେଶ୍ୱର ଶାଖା ପକ୍ଷରୁ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଭୁବନେଶ୍ୱର ସେଣ୍ଟରର ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏ ସମ୍ପର୍କରେ ଆକାଶ ବାଇଜୁସ୍‌ର ରିଜିଓନାଲ ଡାଇରେକ୍ଟର (ପୂର୍ବ) ଅଜୟ ବାହାଦୁର ସିଂ କହିଛନ୍ତି, ଚଳିତ ବର୍ଷର ଜେଇଇ ମେନ୍‌ ଫଳାଫଳକୁ ନେଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଓଡ଼ିଶା ଟପ୍ପର ତଥା ଆକାଶ ବାଇଜୁସ୍‌ର ଓଡ଼ିଶା ଶାଖାର ଭୁବନେଶ୍ୱର ସେଣ୍ଟରର ଛାତ୍ରୀ ପ୍ରିୟଙ୍କାଙ୍କୁ ତାଙ୍କର ଅନନ୍ୟ ସଫଳତା ନିମନ୍ତେ ମଧ୍ୟ ଅଭିନନ୍ଦନ ଜଣାଉଛୁ। ସେହିଭଳି ଆମେ ତାଙ୍କର ଭବିଷ୍ୟତର ସମସ୍ତ ପ୍ରୟାସରେ ମଧ୍ୟ ସର୍ବକୁଶଳ କାମନା କରୁଛୁ ବୋଲି ସିଂ ମତପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ୨୦୧୯ରେ ପ୍ରିୟଙ୍କା ଆକାଶ ବାଇଜୁସ୍‌ର କ୍ଲାସରୁମ୍‌ ପ୍ରୋଗ୍ରାମରେ ଯୋଗ ଦେଇଥିଲେ। ଏପରିକି ସେ ଆକାଶର ବିଭିନ୍ନ ଚିନ୍ତାଧାରାକୁ ବୁଝିବା ନିମନ୍ତେ ନିଜର ଉଦ୍ୟମ ଜାରି ରଖିବା ସହ ଶିକ୍ଷା ଆହରଣ ସମୟ ସୂଚୀକୁ କଡ଼ାକଡ଼ି ଭାବେ ଅନୁପାଳନ କରି ଜେଇଇ ମେନ୍‌-୨୦୨୩ରେ ଶୀର୍ଷ ପର୍ସେଣ୍ଟାଇଲ ହାସଲ କରି ଏଲିଟ ତାଲିକାରେ ନିଜକୁ ସ୍ଥାନିତ କରିଛନ୍ତି। ବିଶେଷକରି ଜେଇଇ ଆଡଭାନ୍‌ସଡ କେବଳ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକନୋଲୋଜି (ଆଇଆଇଟି)ରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ଜେଇଇ ମେନ୍‌ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏବଂ ଅନ୍ୟ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ନାମ ଲେଖାଇବାକୁ ସୁଯୋଗ ମିଳିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri