Posted inଜାତୀୟ

ଅଜିତ ପାଓ୍ବାରଙ୍କ ଏଣ୍ଟ୍ରି ପରେ ସିନ୍ଦେ ଶିବିରରେ ହଟଚମଟ, ଏନସିପିକୁ ସରକାରରେ ସାମିଲ କରିବା ନେଇ ନା ଖୁସ କିଛି ବିଧାୟକ

ମୁମ୍ବାଇ,୫।୭: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୂହୁର୍ତ୍ତରେ ଘଡିକରେ ଘୋଡା ଛୁଟୁଛି। ପୁତୁରା ଅଜିତ ପାୱାର ଶରଦ ପାୱାରଙ୍କ ଦଳ ଛାଡି ଭାଜପା-ସିନ୍ଦେ(ଶିବସେନା)ମେଣ୍ଟରେ ଯୋଗ ଦେଇଛନ୍ତି। ଏବଂ ଏକାଥରକେ ଉପ ମୁଖ୍ୟମନ୍ତ୍ରୀର ପଦ ହାତେଇଛନ୍ତି। ଦୁଇ ପାଓ୍ବାରଙ୍କ ମଧ୍ୟରେ ଦଳର ମାଲିକାନାକୁ ନେଇ ଦ୍ୱନ୍ଦ ଯୁଦ୍ଧ ଚାଲିଛି। ଏନେଇ ଦୁଇ ଦଳ ନିଜ ଶକ୍ତି ପ୍ରଦର୍ଶନ ପାଇଁ ବୈଠକ ଡାକିଛନ୍ତି। ତେବେ ଏହାରି ଭିତରେ ଏକ ଘରକିଆ ହୋଇଯାଇଛନ୍ତି ଏକନାଥ ସିନ୍ଦେ। ଉଦ୍ଧବଙ୍କ ଶିବସେନା ଦଳ ଛାଡି ଭାଜପା-ଶିନ୍ଦେ ସରକାର କରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରେ ରାଜ୍‌ କରିଥିଲେ ମଧ୍ୟ ଦଳରେ ନିଜ ଅସ୍ତିତ୍ୱକୁ ନେଇ ଚିନ୍ତାରେ ଅଛନ୍ତି।

ମହାରାଷ୍ଟ୍ର ରାଜନୀତିର ଏହି ମହାନାଟକ ମଧ୍ୟରେ ସିନ୍ଦେଙ୍କୁ କୋଣଠେସା କରାଯାଇଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏସବୁ ଭିତରେ ସଞ୍ଜୟ ରାଉତଙ୍କ ଏକ ବୟାନ ଖୁବ୍‌ ଚର୍ଚ୍ଚା ହେଉଛି। ସେ କହିଥିଲେ, ଖୁବ୍‌ ଶୀଘ୍ର ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ହରାଇବେ। ଏବଂ ଏବେ ସିନ୍ଦେଙ୍କ ସକ୍ରିୟତା ମଧ୍ୟ ଏହା ସୂଚାଇ ଦେଉଛି।

ଅଜିତଙ୍କ ଦଳରେ ଏଣ୍ଟ୍ରି ମାରିବା ପର ଠାରୁ ସିନ୍ଦେ ଗୋଷ୍ଠୀରେ ହଇଚଇ ଖେଳିଯାଇଛି। ସେପଟେ ବଡ ପାଓ୍ବର ଏବଂ ଛୋଟା ପାଓ୍ବାର ନିଜ ଶକ୍ତି ପ୍ରଦର୍ଶନ ପାଇଁ ବୈଠକ କରୁଥିବାବେଳେ ସିନ୍ଦେ ଠାଣେସ୍ଥିତ ତାଙ୍କ ନିଜସ୍ବ ବାସଭବନରେ ତାଙ୍କ ଗୋଷ୍ଠୀ ସହ ଲଗାତାର ବୈଠକ ଜାରି ରଖିଛନ୍ତି।

ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ପୂର୍ବରୁ ମହା ଅଗାଡୀ ମେଣ୍ଟ ସମୟରେ ସିନ୍ଦେ ମନ୍ତ୍ରୀମଣ୍ଡଳରେ ଅଜିତଙ୍କ ଉପସ୍ଥିତିକୁ ସହ୍ୟ କରିପାରୁ ନ ଥିଲେ। କିନ୍ତୁ ବର୍ତ୍ତମାନ ଭାଜପା ଚାପରେ ପଡି ସେ ନିଜ ଶତ୍ରୁକୁ ଦଳରେ ସ୍ଥାନ ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭାଜପାର ଏପରି ନିଷ୍ପତ୍ତିରେ ସେ ଭିତରେ କୁହୁଳିବାରେ ଲାଗିଛନ୍ତି। ତେବେ ଏହି କିଛି ଦିନ ଭିତରେ ସେ ବହୁତ ସକ୍ରିୟ ଦେଖାଯାଉଛନ୍ତି। ଏବଂ ଲଗାତାର ସେ ତାଙ୍କ କର୍ମୀଙ୍କ ସହ ବୈଠକ ଜାରି ରଖିଛନ୍ତି।

ଭାଜପାରେ ସିନ୍ଦେଙ୍କ ଯୋଗଦାନ ପରେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଥିଲେ। ଏଥିସହ ତାଙ୍କ ଗୋଷ୍ଠୀକୁ ମହାରାଷ୍ଟ୍ର ସରକାରରେ ବିଭିନ୍ନ ପଦରେ ରଖାଯିବା ନେଇ ଭାଜପା ଆଶ୍ୱସନା ଦେଇଥିବାବେଳେ ଏପର୍ଯ୍ୟନ୍ତ ତାହା ପୂରଣ କରି ନାହିଁ। କିନ୍ତୁ ଅଜିତ ଦଳକୁ ଏଣ୍ଟ୍ରି ମାରୁ ମାରୁ ଅର୍ଥ ବିଭାଗ ରଖିବାକୁ ଜିଦ୍‌ ଧରିଛନ୍ତି। ଯାହାକୁ ନେଇ ନାରାଜ ଅଛନ୍ତି ସିନ୍ଦେ ଗୋଷ୍ଠୀ। ତେବେ ଏହି ଆନ୍ତରୀଣ କନ୍ଦଳରେ ଚୁପ୍‌ ରହିଛି ଭାଜପା।

ଅନ୍ୟପଟେ ଉଦ୍ଧବଙ୍କ ଶିବସେନାରେ ବିଦ୍ରୋହୀ ହୋଇ ଦଳ ଛାଡିଥିବା ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀଙ୍କ ଅଯୋଗ୍ୟ ଘୋଷଣାକୁ ନେଇ ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଉଦ୍ଧବ ଗୋଷ୍ଠୀ। ଏନେଇ ଶ୍ରୀଘ୍ର ଶୁଣାଣି କରିବାକୁ ସେମାନେ ଦାବି କରିଛନ୍ତି। ତେବେ ଯଦି ଶିନ୍ଦେ ଗୋଷ୍ଠୀଙ୍କ ପଦ ରଦ୍ଦ ହୋଇଯାଏ ତେବେ ଭାଜପା ଲାଭରେ ରହିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ସିନ୍ଦେ ଗୋଷ୍ଠୀଙ୍କ ପଦ ରଦ୍ଦ ହେଲେ ମଧ୍ୟ ଅଜିତ ପାଓ୍ବାରଙ୍କ ବିଧାୟକଙ୍କୁ ନେଇ ଭାଜପା ମହାରାଷ୍ଟ୍ରରେ ସରକାର ଗଢି ପାରିବ। ଏଥିପାଇଁ ଏନସିପିରେ ବିଭାଜନ କରି ଭାଜପା ଅଜିତଙ୍କୁ ନିଜ ପଟକୁ ଆଣିଛି। ମୁଖ୍ୟମନ୍ତ୍ରୀ ପଦ ଆଳରେ ସିନ୍ଦେଙ୍କୁ କାଠ କଣ୍ଢେଇ ସଜେଇଥିବା ଭାଜପାର ଏହି କ୍ଷମତା ଷ୍ଟ୍ରାଟେଜି ସିନ୍ଦେଙ୍କ ପାଇଁ ବଡ ଚେତାବନୀ ବୋଲି ଚର୍ଚ୍ଚା ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri