Posted inଖେଳ

ଏଥିପାଇଁ କୁଲଦୀପଙ୍କ ସ୍ଥାନରେ ସୁନ୍ଦରଙ୍କୁ ବାଛିଥିଲେ ରାହାନେ, ଏବେ କହିଲେ ମନକଥା

ଚେନ୍ନାଇ,୨୮।୧: ଅଷ୍ଟ୍ରେଲିଆରେ ଲଗାତାର ଦୁଇଟି ଟେଷ୍ଟ ସିରିଜ୍‌ ଜିତିବା ପରେ ପ୍ରଶଂସକମାନେ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶଂସାରେ ଶତମୁଖ। ଏହି ବିଜୟ ପଛରେ ଦିଗ୍ଗଜ ଖେଳାଳି ନୁହନ୍ତି ବରଂ ଯୁବ ଖେଳାଳିଙ୍କ ଶ୍ରେୟ ଅଧିକ ରହିଛି। ବିଶେଷଭାବେ ଶୁଭମନ ଗିଲ, ମହମ୍ମଦ ସିରାଜ, ନବଦୀପ ସାଇନି, ରିଷଭ ପନ୍ତ, ଶାର୍ଦ୍ଦୁଳ ଠାକୁର ଏବଂ ଓ୍ବାଶିଂଟନ ସୁନ୍ଦର ଆବଶ୍ୟକ ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି।

୩୩ ବର୍ଷ ପରେ ଗାବାରେ ଖେଳାଯାଇଥିବା ଟେଷ୍ଟରେ ହାରିଥିଲା ଅଷ୍ଟ୍ରେଲିଆ। ଅନ୍ତିମ ଟେଷ୍ଟରେ ଡେବ୍ୟୁ କରୁଥିବା ସୁନ୍ଦର ଏବଂ ଶାର୍ଦ୍ଦୁଳ ଶତକୀୟ ଭାଗିଦାରୀ କରିଥିଲେ। ପରେ ପନ୍ତ ଦଳକୁ ଜିତାଇଥିଲେ। ତେବେ ଏହି ନିର୍ଣ୍ଣାୟକ ମୁକାବିଲାରେ ରବିଚନ୍ଦ୍ରନ ଅଶ୍ୱିନ ଆହତ ହୋଇଥିବା ଯୋଗୁ କୁଲଦୀପ ଯାଦବଙ୍କ ବଦଳରେ ସୁନ୍ଦରଙ୍କୁ ସୁଯୋଗ ମିଳିଥିଲା। ଏହାର ପୂର୍ଣ୍ଣ ଲାଭ ଉଠାଇଥିଲେ ସୁନ୍ଦର।

ନିକଟରେ ସୁନ୍ଦରଙ୍କୁ ନେଇ କାମଚଳା ଅଧିନାୟକ ଥିବା ଅଜିଙ୍କ୍ୟ ରାହାନେ କହିଛନ୍ତି, କୁଲଦୀପଙ୍କ ସ୍ଥାନରେ ସୁନ୍ଦରଙ୍କୁ ତାଙ୍କର ବ୍ୟାଟିଂ ପାଇଁ ଚୟନ କରାଯାଇଥିଲା। ୫ ବୋଲରଙ୍କୁ ନେଇ ଟିମ୍‌ ଇଣ୍ଡିଆ ଓହ୍ଲାଇବାକୁ ଚିନ୍ତା କରାଯାଇଥିଲା। ସୁନ୍ଦର ଏଥିପାଇଁ ଭଲ ବିକଳ୍ପ ଥିଲେ। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ବୋଲି ନିଜକୁ ପ୍ରମାଣିତ ମଧ୍ୟ କରିଛନ୍ତି। ସେ ପ୍ରଥମ ମ୍ୟାଚ୍‌ରେ ୪ ଉଇକେଟ ନେବା ସହ ୮୪ ରନ୍‌ କରିଥିଲେ। ଷ୍ଟିଭ୍‌ ସ୍ମିଥ୍‌ଙ୍କ ଭଳି ଖେଳାଳିଙ୍କ ଶିକାର କରିଛନ୍ତି ସେ।
ସିରିଜ୍‌ ଜିତିବା ପରେ ଏନେଇ ଦୁଃଖ ପ୍ରକାଶ କରିଥିଲେ ରାହାନେ। ସିରିଜ୍‌ରେ ତାଙ୍କୁ ଖେଳିବାର ସୁଯୋଗ ମିଳି ନ ଥିବାରୁ ସେ କୁଲଦୀପଙ୍କୁ ‘ତୁମ ସମୟ ପୁଣି ଆସିବ’ ବୋଲି କହିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri