Posted inଖେଳ

ଏଥିପାଇଁ କୁଲଦୀପଙ୍କ ସ୍ଥାନରେ ସୁନ୍ଦରଙ୍କୁ ବାଛିଥିଲେ ରାହାନେ, ଏବେ କହିଲେ ମନକଥା

ଚେନ୍ନାଇ,୨୮।୧: ଅଷ୍ଟ୍ରେଲିଆରେ ଲଗାତାର ଦୁଇଟି ଟେଷ୍ଟ ସିରିଜ୍‌ ଜିତିବା ପରେ ପ୍ରଶଂସକମାନେ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶଂସାରେ ଶତମୁଖ। ଏହି ବିଜୟ ପଛରେ ଦିଗ୍ଗଜ ଖେଳାଳି ନୁହନ୍ତି ବରଂ ଯୁବ ଖେଳାଳିଙ୍କ ଶ୍ରେୟ ଅଧିକ ରହିଛି। ବିଶେଷଭାବେ ଶୁଭମନ ଗିଲ, ମହମ୍ମଦ ସିରାଜ, ନବଦୀପ ସାଇନି, ରିଷଭ ପନ୍ତ, ଶାର୍ଦ୍ଦୁଳ ଠାକୁର ଏବଂ ଓ୍ବାଶିଂଟନ ସୁନ୍ଦର ଆବଶ୍ୟକ ସମୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି।

୩୩ ବର୍ଷ ପରେ ଗାବାରେ ଖେଳାଯାଇଥିବା ଟେଷ୍ଟରେ ହାରିଥିଲା ଅଷ୍ଟ୍ରେଲିଆ। ଅନ୍ତିମ ଟେଷ୍ଟରେ ଡେବ୍ୟୁ କରୁଥିବା ସୁନ୍ଦର ଏବଂ ଶାର୍ଦ୍ଦୁଳ ଶତକୀୟ ଭାଗିଦାରୀ କରିଥିଲେ। ପରେ ପନ୍ତ ଦଳକୁ ଜିତାଇଥିଲେ। ତେବେ ଏହି ନିର୍ଣ୍ଣାୟକ ମୁକାବିଲାରେ ରବିଚନ୍ଦ୍ରନ ଅଶ୍ୱିନ ଆହତ ହୋଇଥିବା ଯୋଗୁ କୁଲଦୀପ ଯାଦବଙ୍କ ବଦଳରେ ସୁନ୍ଦରଙ୍କୁ ସୁଯୋଗ ମିଳିଥିଲା। ଏହାର ପୂର୍ଣ୍ଣ ଲାଭ ଉଠାଇଥିଲେ ସୁନ୍ଦର।

ନିକଟରେ ସୁନ୍ଦରଙ୍କୁ ନେଇ କାମଚଳା ଅଧିନାୟକ ଥିବା ଅଜିଙ୍କ୍ୟ ରାହାନେ କହିଛନ୍ତି, କୁଲଦୀପଙ୍କ ସ୍ଥାନରେ ସୁନ୍ଦରଙ୍କୁ ତାଙ୍କର ବ୍ୟାଟିଂ ପାଇଁ ଚୟନ କରାଯାଇଥିଲା। ୫ ବୋଲରଙ୍କୁ ନେଇ ଟିମ୍‌ ଇଣ୍ଡିଆ ଓହ୍ଲାଇବାକୁ ଚିନ୍ତା କରାଯାଇଥିଲା। ସୁନ୍ଦର ଏଥିପାଇଁ ଭଲ ବିକଳ୍ପ ଥିଲେ। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ବୋଲି ନିଜକୁ ପ୍ରମାଣିତ ମଧ୍ୟ କରିଛନ୍ତି। ସେ ପ୍ରଥମ ମ୍ୟାଚ୍‌ରେ ୪ ଉଇକେଟ ନେବା ସହ ୮୪ ରନ୍‌ କରିଥିଲେ। ଷ୍ଟିଭ୍‌ ସ୍ମିଥ୍‌ଙ୍କ ଭଳି ଖେଳାଳିଙ୍କ ଶିକାର କରିଛନ୍ତି ସେ।
ସିରିଜ୍‌ ଜିତିବା ପରେ ଏନେଇ ଦୁଃଖ ପ୍ରକାଶ କରିଥିଲେ ରାହାନେ। ସିରିଜ୍‌ରେ ତାଙ୍କୁ ଖେଳିବାର ସୁଯୋଗ ମିଳି ନ ଥିବାରୁ ସେ କୁଲଦୀପଙ୍କୁ ‘ତୁମ ସମୟ ପୁଣି ଆସିବ’ ବୋଲି କହିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri