ପରଦାରେ ଅଜୟଙ୍କ ‘ଦେ ଦେ ପ୍ୟାର ଦେ’, କାହାଣୀ ଦର୍ଶକଙ୍କ ମନ କିଣୁଛି

ବମ୍ବେ: ଶୁକ୍ରବାର ପରଦାକୁ ଆସିଛି ବଲିଉଡ୍‌ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’। ଅଜୟ ଦେବଗନ, ରକୁଲପ୍ରିତ, ତବ୍ବୁ ଅଭିନିତ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଛି। ସୋସିଆଲ ମିଡିଆରେ ଏହାକୁ ପଇସା ବସୁଲ, ବ୍ଲକବଷ୍ଟର ଭଳି କମେଣ୍ଟ ମିଳୁଥିବା ଦେଖାଯାଉଛି।

ଫିଲ୍ମଟିରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳୁଛି ଅଜୟଙ୍କୁ। ପୂର୍ବେ ସେ ଅନେକ କମେଡି ଏବଂ ଆକ୍ସନ ଫିଲ୍ମ କରିଥିଲେ ହେଁ ଏହା କିଛି ଅଲଗା ବୋଲି ଅନେକେ ମତ ପ୍ରକାଶ କରୁଛନ୍ତି।

ଏହାର କାହାଣୀକୁ ଯଦି ଦେଖାଯାଏ, ଅଜୟ ବିବାହିତ ଥିବା ବେଳେ ବୟସରେ ସାନ ରକୁଲଙ୍କୁ ଭଲ ପାଇ ବସୁଛନ୍ତି। ସେହିଭଳି ତବ୍ବୁ ଅଜୟଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। ମାତ୍ର ସେ ସ୍ବାମୀଙ୍କଠାରୁ ଅଲଗା ରହୁଛନ୍ତି। ଅଜୟଙ୍କ ଜୀବନରେ ଆଉ ଜଣେ ନାରୀ ଆସିବା ପରେ କ’ଣ ଘଟୁଛି, ତାହା ଉପରେ ଫିଲ୍ମଟି ପର୍ଯ୍ୟବେଶିତ।

Share