Posted inଖେଳ

ବିଶ୍ୱକପ୍‌ରେ ଆଫଗାନିସ୍ତାନକୁ ଏକ ଲଢ଼ୁଆ ଟିମ୍‌ରେ ପରିବର୍ତ୍ତିତ କରିଛନ୍ତି ଏହି ପୂର୍ବତନ ଭାରତୀୟ କ୍ରିକେଟର, ଇଂଲଣ୍ଡ ପରେ ପାକିସ୍ତାନ ବି…

ନୂଆଦିଲ୍ଲୀ,୨୪।୧୦: ବିଶ୍ୱକପ୍‌ ୨୦୨୩ରେ ଆଫଗାନିସ୍ତାନ ଟିମ୍‌ର ପ୍ରଦର୍ଶନ ଚର୍ଚ୍ଚାର କାରଣ ପାଲଟିଛି। ସୋମବାର ପାକିସ୍ତାନ ଟିମ୍‌ ଆଫଗାନିସ୍ତାନ ବିପକ୍ଷରେ ବିଜେତା ହେବାର ଆଶା ନେଇ ମଇଦାନକୁ ଓହ୍ଲାଇଥିଲା। ହେଲେ ତାହା ହୋଇପାରି ନାହିଁ। ଆଫଗାନିସ୍ତାନ ଟିମ୍‌ ପୁଣିଥରେ ଜବରଦସ୍ତ ପ୍ରଦର୍ଶନ କରି ପାକିସ୍ତାନ ଲାଗି ସେମିଫାଇନାଲ ରାସ୍ତାକୁ କଠିନ କରିଛି। ପ୍ରଥମ ଥର ଲାଗି ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପାକିସ୍ତାନକୁ ଆଫଗାନିସ୍ତାନ ପରାସ୍ତ କରିଛି। ଏହାପୂର୍ବରୁ ଦୁଇ ଦଳ ୭ ଥର ମୁହାଁମୁହିଁ ହୋଇଥିଲେ ହେଁ ସବୁଥିରେ ପାକିସ୍ତାନ ବିଜେତା ହୋଇଥିଲା। ମ୍ୟାଚ୍‌ରେ ପାକିସ୍ତାନ ଆଫଗାନିସ୍ତାନକୁ ୨୮୩ ରନ୍‌ର ଟାର୍ଗେଟ ଦେଇଥିଲା। ଏହାକୁ ଦଳ ମାତ୍ର ୨ ଉଇକେଟ ହରାଇ ସହଜରେ ହାସଲ କରିନେଇଥିଲା। ତେବେ ଏହି ସଫଳତା ପଛରେ ଖେଳାଳି, କୋଚ୍‌ଙ୍କ ସହ ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା ଥିବା କୁହାଯାଉଛି।

ଅଜୟ ଜାଡେଜାଙ୍କୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ମେଣ୍ଟର ଭାବେ ନିଯୁକ୍ତ କରିଥିଲା। କାରଣ ତାଙ୍କର ଭାରତୀୟ ମଇଦାନ ବିଷୟରେ ଜ୍ଞାନ ରହିଥିଲା। ଏବେ ତାଙ୍କର ବର୍ଷ ବର୍ଷର ଅଭିଜ୍ଞତା ଆଫଗାନିସ୍ତାନ ଟିମ୍‌ର ସଠିକ୍‌ ମାର୍ଗଦର୍ଶକ ସାଜିଛି। ଦଳ ଏବେ ବିଶ୍ୱକପ୍‌ରେ ବଡ଼ ବଡ଼ ଟିମ୍‌ ସହ ସହଜରେ ପ୍ରତିଦ୍ୱନ୍ଦ୍ୱିତା କରିପାରୁଥିବା ଏକ ଶକ୍ତିଶାଳୀ ଟିମ୍‌ରେ ପରିବର୍ତ୍ତିତ ହୋଇଛି। ପ୍ରଥମେ ଇଂଲଣ୍ଡ ପରେ ପାକିସ୍ତାନକୁ ପରାଜିତ କରିବା ଏହାର ଉଦାହରଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri