କେମିୟୋ ରୋଲ ପାଇଁ ବି ହାଇ ଡିମାଣ୍ଡ କରନ୍ତି ଅଜୟ!

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟକଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଅଜୟ ଦେବଗନ । ତାଙ୍କର ଆଉ ଦ୍ୱିତୀୟ ପରିଚୟର ଆବଶ୍ୟକତା ନାହିଁ । ୨ ଏପ୍ରିଲ, ୧୯୬୯ରେ ଜନ୍ମ ନେଇଥିବା ଅଜୟ ଫିଲ୍ମ ‘ଫୁଲ ଔର କାଣ୍ଟେ’ରୁ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ସେବେଠାରୁ ଏବେ ପର୍ଯ୍ୟନ୍ତ ବଲିଉଡରେ ଆକ୍ଟିଭ ଅଛନ୍ତି ଅଜୟ । ପ୍ରତିବର୍ଷ ତାଙ୍କ ହାତରେ ରହୁଛି କିଛି ନା କିଛି ଅଫର । ତେବେ ବଲିଉଡ କ୍ୟାରିୟର ଭଳି ସେ ତାଙ୍କ ଲାଇଫଷ୍ଟାଇଲକୁ ବି ବେଶ ସଜେଇ କରି ରଖିଛନ୍ତି । କୁାହାଯାଏ ଅଜୟ ବଲିଉଡରେ କାମ ଆରମ୍ଭ କରିବା ଦିନରୁ ନିଜ ଚରିତ୍ର ଉପରେ ପୂର୍ଣ୍ଣ ଧ୍ୟାନ ଦେଇଥାଆନ୍ତି । ଏହାସହ ଛୋଟମୋଟ ଚରିତ୍ର ହେଲେ ବି ସେ ଏହାପାଇଁ ଭଲ ଦାମ ଡିମାଣ୍ଡ କରିଥାଆନ୍ତି ।
ଅଜୟଙ୍କ ନିକଟରେ ରହିଛି ୬ ସିଟର ଏକ ପ୍ରାଇଭେଟ ଜେଟ ଯାହାର ଦାମ୍ ୮୪ କୋଟି ଟଙ୍କା ହେବ ବୋଲି କୁହାଯାଏ । ଏହାର ନାମ ରହିଛି ହକର ୮୦୦ । ତାଙ୍କର ରୋଜଗାର ବି ବେଶ ଭଲ । ପ୍ରତି ବ୍ରାଣ୍ଡର ଫି ବାବଦରେ ସେ ଅତିକମରେ ୨ କୋଟି ଟଙ୍କା ନେଇଥାଆନ୍ତି । ଏହାସହ ଫିଲ୍ମରେ ଅଭିନୟ ପାଇଁ ସେ ୩୦-୫୦ କୋଟି ଟଙ୍କା ଦାବି କରିଥାଆନ୍ତି । ମୁଖ୍ୟ ରୋଲରେ ଅଭିନୟ ପାଇଁ ସେ କୁଆଡେ ମୋଟା ଅଙ୍କ ଦାବି କରନ୍ତି ବୋଲି କୁହାଯାଉଛି । ନିକଟରେ ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡି’ରେ ଏକ କେମିୟୋ ରୋଲ ପାଇଁ ଅଜୟ ୧୧ କୋଟି ଟଙ୍କା ଡିମାଣ୍ଡ କରିଥିଲେ । ସେହିପରି ‘ଆର୍‌ଆର୍‌ଆର୍‌’ରେ ବି କେମିୟୋ ରୋଲ ପାଇଁ ସେ ୨୫ କୋଟି ଟଙ୍କା ଡିମାଣ୍ଡ କରିଥିଲେ ବୋଲି କୁହାଯାଏ ।
ଅଜୟଙ୍କର ମୁମ୍ବାଇ ନିକଟ ଜୁହୁରେ ଏକ ବହୁତଳ ପ୍ରାସାଦ ରହିଛି । ଯାହାର ନାମ ରହିଛି ଶିବଶକ୍ତି । ସେ ଏଠାରେ ତାଙ୍କ ସମ୍ପୂର୍ଣ୍ଣ ପରିବାର ସହ ରହୁଛନ୍ତି । ଏହାର ଦାମ ପାଖାପାଖି ୩୦ କୋଟି ଟଙ୍କା ହେବ ବୋଲି କୁହାଯାଏ । ଏହା ଦେଖିବାକୁ ଖୁବ୍ ସୁନ୍ଦର । ଏଥିରେ ସ୍ୱିଇମିଙ୍ଗ ପୁଲ, ମିନି ଥିଏଟର, ଲାଇବ୍ରେରୀ ଓ ସ୍ପାର୍ଟସ ରୁମ ବି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri