ଅଜବ ରେନ୍‌କୋଟ୍‌

ରେନ୍‌କୋଟ୍‌ କେବଳ ବର୍ଷାରୁ ରକ୍ଷା କରି ନଥାଏ ଏହାର ବିଭିନ୍ନ ଆକର୍ଷଣୀୟ ଡିଜାଇନ୍‌ ଟ୍ରେଣ୍ଡି ଲୁକ୍‌ ବି ଦେଇଥାଏ। କିନ୍ତୁ ଏମିତି ବି କିଛି ରେନ୍‌କୋଟ୍‌ ଅଛି; ଯାହା ଦେଖିବାକୁ ଖୁବ୍‌ ଅଜବ। ଆଉ ଏହି ଅଜବ ଡିଜାଇନ୍‌ ହିଁ ସେହି ରେନ୍‌କୋଟ୍‌କୁ ନିଆରା ଲୁକ୍‌ ଦେଇଥାଏ…

* ୟୁନିର୍ଭସାଲ୍‌ ମୋଟର ସାଇକେଲ୍‌ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ରେ ଏକକାଳୀନ ୩ଟି ସୁବିଧା ଉପଲବ୍ଧ ଥାଏ। ମୋଟର ସାଇକେଲ୍‌ ଚଲାଉଥିବା ଚାଳକ, ପଛରେ ବସିଥିବା ବ୍ୟକ୍ତି ଏବଂ ତା’ସହିତ ଖୋଦ୍‌ ମୋଟର ସାଇକେଲ୍‌କୁ ବି ବର୍ଷାରୁ ସୁରକ୍ଷା ଦେଇଥାଏ ଏହି ରେନ୍‌କୋଟ। ହାଇ କ୍ୱାଲିଟି ଅକ୍ସଫୋର୍ଡ ଫାବ୍ରିକ୍‌ ତଥା ସ୍ବତନ୍ତ୍ର ଓ୍ବାଟର୍‌ପ୍ରୁଫ୍‌ ପିଭିସି କୋଟିଂରେ ତିଆରି ହୋଇଥିବା ଏହି ରେନ୍‌କୋଟ୍‌କୁ କେବଳ ବାଇକ୍‌ ଚଲେଇଲାବେଳେ ନୁହେଁ, ସାଇକ୍ଲିଂ, ହାଇକିଂ, କ୍ୟାମ୍ପିଂ, ଟ୍ରାଭେଲିଂବେଳେ ବି ବ୍ୟବହାର କରାଯାଇପାରିବ।

* ସ୍କର୍ଟ-ଟପ୍ସ ଷ୍ଟାଇଲ୍‌ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ ପିନ୍ଧିଲେ କେହି ବି ଦ୍ୱନ୍ଦ୍ୱରେ ପଡିଯିବେ ଯେ, ଆପଣ ରେନ୍‌କୋଟ୍‌ ପିନ୍ଧିଛନ୍ତି ନା କୌଣସି ସ୍କର୍ଟ ଟପ୍ସ। ଅବିକଳ ସ୍କର୍ଟ ଓ ଟପ୍ସ ଷ୍ଟାଇଲ୍‌ରେ ଆସୁଥିବା ଏହି ରେନ୍‌କୋଟ୍‌କୁ ପିନ୍ଧିଲେ ବର୍ଷାଦିନେ ବେଶ୍‌ କମ୍ଫର୍ଟେବଲ୍‌ ଲାଗେ। ତା’ସହିତ ଏହାର ଲମ୍ବା ଟିକେ ଅଧିକ ରହୁଥିବାରୁ ଓଦା ହେବାର ସମ୍ଭାବନା ବି କମ୍‌ ରହିଥାଏ।

* ଟ୍ରାନ୍ସପରେଣ୍ଟ ଓ୍ବାଟରପ୍ରୁଫ୍‌ ରେନ୍‌କୋଟ୍‌: ଏହି ରେନ୍‌କୋଟ୍‌ ଟ୍ରାନ୍ସପରେଣ୍ଟ ହୋଇଥିବାରୁ ପୋଷାକ ଉପରେ ଏହାକୁ ପିନ୍ଧିଲେ ବି ଅନ୍ୟମାନେ ଆପଣଙ୍କ ପୋଷାକକୁ ସହଜରେ ଦେଖିପାରିବେ। ତେଣୁ ଏହା ଦ୍ୱାରା ଦୁଇଟି ସୁବିଧା ହୁଏ। ପ୍ରଥମତଃ ବର୍ଷାରୁ ରକ୍ଷା ମିଳେ, ଦ୍ୱିତୀୟରେ ଆପଣଙ୍କର ଷ୍ଟାଇଲିଶ୍‌ ଆଉଟ୍‌ଫିଟ୍‌କୁ ଅନ୍ୟମାନଙ୍କ ଆଗରେ ଶୋ’ ଅଫ୍‌ ବି କରିହୁଏ। ଏହି ରେନ୍‌କୋଟ୍‌ ଉଭୟ ନି ଲେଙ୍ଗ୍‌ଥ ଆଉ ଲଙ୍ଗ୍‌ ଲେଙ୍ଗ୍‌ଥରେ ମିଳିଥାଏ।

* ଫ୍ରକ୍‌ ଷ୍ଟାଇଲ ରେନ୍‌କୋଟ୍‌: ଫ୍ରକ୍‌ ଷ୍ଟାଇଲ୍‌ର ଦେଖାଯାଉଥିବା ଏହି ରେନ୍‌କୋଟ୍‌ ଯୁବତୀଙ୍କୁ ମଡର୍ନ ଲୁକ୍‌ ଦେଇଥାଏ। ବର୍ଷାଦିନେ ଫ୍ୟାଶନ୍‌ ସହ ସାଲିସ୍‌ କରିବାକୁ ଚାହୁଁ ନ ଥିବା ଷ୍ଟାଇଲିଶ୍‌ ଯୁବତୀଙ୍କ ପାଇଁ ଏହା ଏକ ଭଲ ଅପ୍ସନ। ଖାସ୍‌ କରି ନି ଲେଙ୍ଗ୍‌ଥରେ ଆସୁଥିବା ଏହି ରେନ୍‌କୋଟ୍‌ ନି ଲେଙ୍ଗ୍‌ଥ ଆଉଟ୍‌ଫିଟ୍‌ ସହ ହିଁ ଭଲ ମାନିଥାଏ। ତା’ଛଡ଼ା ଘେରବାଲା ତଥା ଫ୍ଲୋରାଲ ଡିଜାଇନ୍‌ର ଫ୍ରକ୍‌ ଷ୍ଟାଇଲ୍‌ ରେନ୍‌କୋଟ୍‌ ଅଧିକ ସୁନ୍ଦର ଦେଖାଯାଇଥାଏ।

* ପୋଲ୍‌କା ଡଟ୍‌ ରେନ୍‌କୋଟ୍‌: ଅଲ୍‌ ଟାଇମ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ ପୋଲ୍‌କା ଡଟ୍‌ ଆଉଟ୍‌ଫିଟ୍‌। ଏବେ ପୋଲ୍‌କା ଡଟ୍‌ ରେନ୍‌କୋଟ୍‌ ବି ମାର୍କେଟରେ ମିଳିଲାଣି, ଯାହା ଷ୍ଟାଇଲିଶ୍‌ ଲାଗିବା ସହ ବିଭିନ୍ନ ଲେଙ୍ଗ୍‌ଥରେ ବି ଆସୁଛି।

* ଲେସ୍‌ ରେନ୍‌କୋଟ୍‌: ଏହା ବି ଏକ ଷ୍ଟାଇଲିଶ୍‌ ରେନ୍‌କୋଟ୍‌। ଏହି ରେନ୍‌କୋଟ୍‌ର ଭିତର ପାର୍ଶ୍ୱରେ ଯେକୌଣସି ଟ୍ରାନ୍ସପରେଣ୍ଟ କଲର୍‌ର ଏକ ଓ୍ବାଟର୍‌ପ୍ରୁଫ୍‌ କପଡ଼ା ଥାଏ ଏବଂ ବାହାର ପାର୍ଶ୍ୱରେ ସେହି କଲର୍‌ର ଲେସ୍‌ କାମ ହୋଇଥିବା କପଡ଼ା ଲାଗିଥାଏ। ଫଳରେ ଏହା ବର୍ଷାରୁ ରକ୍ଷା କରିବା ସହ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ବିଭିନ୍ନ ଲେଙ୍ଗ୍‌ଥ୍‌ରେ ବି ଏହା ମାର୍କେଟରେ ଉପଲବ୍ଧ ହୋଇଥାଏ।

* ଓ୍ବେଷ୍ଟ ଲେଙ୍ଗ୍‌ଥ ରେନ୍‌କୋଟ୍‌: ଅଣ୍ଟା ପର୍ଯ୍ୟନ୍ତ ଲମ୍ବା ରହୁଥିବାରୁ ଏହାକୁ ପିନ୍ଧି ବର୍ଷାରେ ଯିବାବେଳେ ଆପଣଙ୍କ ପୋଷାକ ଅଣ୍ଟା ପର୍ଯ୍ୟନ୍ତ ଓଦା ହେବନାହିିଁ, କିନ୍ତୁ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ଆପଣ ଓଦା ହୋଇଯିବେ। କେବଳ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଏହାକୁ ଯୁବପିଢ଼ି ପସନ୍ଦ କରୁଛନ୍ତି। ଯେଉଁମାନେ ସଟ୍ସ ପିନ୍ଧୁଛନ୍ତି, ସେମାନେ ଚାହିଁଲେ ଏହାକୁ ପିନ୍ଧି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri