ଐଶ୍ୱର୍ଯ୍ୟାଙ୍କୁ ନିଜ ମା’ ବୋଲି କହିଥିଲେ ୨୯ ବର୍ଷର ଯୁବକ, ସତ ସାମ୍ନାକୁ ଆସିବା ପରେ…

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଜୀବନରେ ଏପରି ଅନେକ ଘଟଣା ଘଟିଥିଲା ଯେତେବେଳେ ସେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ଏକଦା ଜଣେ ଯୁବକ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ମା’ ବୋଲି କହିଥିଲେ। ଏହା ପରେ ଐଶ୍ୱର୍ଯ୍ୟା ଚର୍ଚ୍ଚାରେ ରହିଥିଲେ।

ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ମା’ ବୋଲି କହିଥିବା ୨୯ ବର୍ଷର ଯୁବକ ନାମ ସଂଗୀତ ଥିଲା। ସେ କହିଥିଲେ ଯେ, ୧୯୮୮ ମସିହାରେ ଐଶ୍ୱର୍ଯ୍ୟା ତାଙ୍କୁ ଆଇଭିଏଫ ମାଧ୍ୟମରେ ଜନ୍ମ ଦେଇଥିଲେ। ଐଶ୍ୱର୍ଯ୍ୟାଙ୍କ ମାତାପିତା ବୃନ୍ଦା ରାୟ ଏବଂ କୃଷ୍ଣରାଜ ରାୟ ତାଙ୍କୁ ଜନ୍ମ ପରେ ଦୁଇ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଥିଲେ। ପରେ ତାଙ୍କ ପିତା ଆଡିଭେଲୁ ରେଡ୍ଡୀ ତାଙ୍କୁ ବିଶାଖାପାଟନମକୁ ଆଣିଥିଲେ ଏବଂ ବର୍ତ୍ତମାନ ସେ ସେହି ପରିବାର ସହିତ ରହୁଥିବା କହିଥିଲେ।

ଏ ନେଇ ତାଙ୍କୁ ପ୍ରମାଣ ମଗାଯାଇଥିଲା। ସେତେବେଳେ ସେ କହିଥିଲେ ଯେ, ତାଙ୍କ ପରିବାର ତାଙ୍କ ଜନ୍ମ ସହ ଜଡିତ ପ୍ରମାଣକୁ ଧୀରେ ଧୀରେ ଲିଭାଇ ଦେଇଛନ୍ତି। ସେ ଚାହୁଁଛନ୍ତି ଯେ ତାଙ୍କ ମା’ ଐଶ୍ୱର୍ଯ୍ୟା ବର୍ତ୍ତମାନ ତାଙ୍କ ସହ ମାଙ୍ଗାଲୁରୁରେ ରୁହନ୍ତୁ। ମୁଁ ଅନ୍ତତଃ ମୋ ମା’ଙ୍କ ଫୋନ ନମ୍ବର ଚାହୁଁଛି ବୋଲି ଯୁବକ କହିଥିଲେ।

ଅବଶ୍ୟ, ପରେ ଉକ୍ତ ବ୍ୟକ୍ତିଙ୍କ ସତ୍ୟତା ମଧ୍ୟ ସାମ୍ନାକୁ ଆସିଲା । ତାଙ୍କ ନାମ ସଂଗୀତ ନୁହେଁ ବରଂ ଆଦିରେଦୀ ସନ୍ଦୀପ ଥିଲା। ପୋଲିସ କହିଛି ଯେ, ଯଦି ଐଶ୍ୱର୍ଯ୍ୟା ରାୟ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରନ୍ତି, ତେବେ ତାଙ୍କ ଉପରେ ପାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share