Posted inଫୁରସତ

ବିଉଟି ଉଇଥ୍‌ ବ୍ରେନ୍‌’ର ଉଦାହରଣ ପାଲଟିଛନ୍ତି ଐଶ୍ୱର୍ଯ୍ୟା: ୟୁପିଏସ୍‌ସି ଉର୍ତ୍ତୀର୍ଣ୍ଣ ହେବା ପରେ ରହିଛି ଏଭଳି ସ୍ବପ୍ନ

ମିସ୍‌ ଇଣ୍ଡିଆ ପ୍ରତିଯୋଗୀରୁ ଆଇଏଏସ୍‌ ଅଫିସର ହେବାର ଯାତ୍ରା ସହଜ ନ ଥିଲା। ହେଲେ ଅସମ୍ଭବ ତ ବିଲକୁଲ୍‌ ନ ଥିଲା। ‘ବିଉଟି ଉଇଥ୍‌ ବ୍ରେନ୍‌’ର ଏଭଳି ଏକ ଉଦାହରଣ ପାଲଟିଛନ୍ତି ଐଶ୍ୱର୍ଯ୍ୟା ଶୋରେନ୍‌। ଦୃଢ଼ ମନୋବଳ ସାଙ୍ଗକୁ କଠିନ ପରିଶ୍ରମ ଦ୍ୱାରା ସେ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ଲାଭ କରିଛନ୍ତି। ଫଳରେ ସେ ଜଣେ ମଡେଲରୁ ରୋଲମଡେଲ୍‌ ପାଲଟିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା ନିଜ ବିଷୟରେ ଅନେକ କଥା କହିଛନ୍ତି। ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା।

ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ପ୍ରଶାସନିକ ସେବାରେ ଯୋଗଦେବାକୁ ନିଶ୍ଚିତ କରିଥିଲେ। କଲେଜ ସମୟରେ ସେ ପାଠପଢ଼ା ଛଡ଼ା ଅନ୍ୟ ଆକ୍ଟିଭିଟି ମଧ୍ୟ କରୁଥିଲେ। ସେତେବେଳେ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ମା’ଙ୍କ ସ୍ବପ୍ନ ଥିଲା ତାଙ୍କୁ ସେହି ମଞ୍ଚରେ ଦେଖିବା ଲାଗି। ଶେଷକୁ ତାହା ହିଁ ହୋଇଥିଲା। ସେ ଫାଇନାଲିଷ୍ଟ ହୋଇଥିଲେ। ଏହାପରେ ତାଙ୍କୁ ବିଜ୍ଞାପନର ଅଫର ମିଳିଥିଲା। ମନିଷ ମାଲହୋତ୍ରା, ଋତୁ ବେରିଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ଡିଜାଇନର ତାଙ୍କ ର଼୍ୟାମ୍ପ ଶୋ’ରେ ଭାଗ ନେବାକୁ ଅନୁରୋଧ କରିଥିଲେ। ଏସବୁ ମଧ୍ୟରେ ସେ ପଢ଼ା ଛାଡ଼ି ନ ଥିଲେ। ମଡେଲିଂ ପ୍ରୋଜେକ୍ଟ ସାରିବା ପରେ ସେ ପ୍ରଶାସନିକ ସେବା ପାଇଁ ପଢ଼ାପଢ଼ି ଆରମ୍ଭ କରିଥିଲେ। ଶେଷରେ ସେ ସଫଳ ହୋଇଛନ୍ତି। ମଡେଲିଂ କରିବା ତାଙ୍କର ସଉକ ଥିଲା ସତ ହେଲେ ସ୍ବପ୍ନ ଥିଲା ଜଣେ ଆଇଏଏସ୍‌ ହେବା। ତାହା ଏବେ ପୂରଣ ହୋଇଛି। ଏବେ ସେ କାମ କରିବାକୁ ନେଇ ଉତ୍ସାହିତ ଅଛନ୍ତି। ମହିଳାଙ୍କ ଶିକ୍ଷା, ସ୍ବପ୍ନକୁ ପୂରଣ କରିବା ଦିଗରେ ସେ କାମ କରିବେ। ଏବେ କିନ୍ତୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାକୁ ନେଇ ସେ ବେଶ୍‌ ଖୁସି ଥିବା ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri