ସ୍ବାମୀଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଏପରି କରନ୍ତି ଐଶ୍ୱର୍ଯ୍ୟା ରାୟ

ବଲିଉଡରେ ବଚ୍ଚନ ପରିବାର ପ୍ରଶଂସକଙ୍କ ପାଇଁ ସବୁବେଳେ ପ୍ରିୟ ହୋଇ ରହିଆସିଛି। ପ୍ରଶଂସକମାନେ ଏହି ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ମଧ୍ୟ ଅପେକ୍ଷା କରନ୍ତି। ପାରିବାରିକ ସମ୍ପର୍କ କିପରି ପରିଚାଳିତ ହୁଏ, ବଚ୍ଚନ ପରିବାରକୁ ଏକ ଉଦାହରଣ ଭାବରେ ନିଆଯାଇପାରେ। ବଚ୍ଚନ ପରିବାରରେ ବୋହୂ ଐଶ୍ୱର୍ଯ୍ୟା ଏବଂ ଶାଶୁ ଜୟାଙ୍କ ମଧ୍ୟରେ ବନ୍ଧନ ଏତେ ଗଭୀର ଏବଂ ସ୍ବତନ୍ତ୍ର ଯେ ଉଭୟ ବଙ୍ଗଳା ଭାଷାରେ କଥାବାର୍ତ୍ତା କରନ୍ତି। ଜୟା ବଙ୍ଗଳୀ ପରିବାରରୁ ଆସିଥିବାରୁ ଏହି ଭାଷାକୁ ଭଲଭାବେ ଜାଣିଥିବାବେଳେ ଐଶ୍ୱର୍ଯ୍ୟା ରିତୁପର୍ନୋ ଘୋଷଙ୍କ ‘ଚୋଖରେ ବାଲେ’ପାଇଁ ଶୁଟିଂ କରୁଥିବା ସମୟରେ ଏହା ଶିଖିଥିଲେ। ଏକ ସାକ୍ଷାତକାରରେ ଅଭିଷେକ କହିିଛନ୍ତି ଯେ, ମା ଏବଂ ସ୍ତ୍ରୀ ତାଙ୍କ ବିରୋଧରେ ପ୍ରାୟତଃ କଥା ହୁଅନ୍ତି। ମୋତେ ସବକ ଶିଖାଇବା ପାଇଁ ଐଶ୍‌ ମୋ ମା’ଙ୍କ ସହାୟତା ନିଅନ୍ତି। ଯେତେବେଳେ ମୋ ବିରୋଧରେ ଷଡଯନ୍ତ୍ର ଚାଲେ, ସେମାନେ ବଙ୍ଗଳାରେ କଥାବାର୍ତ୍ତା ହୁଅନ୍ତି। ଫଳରେ ମୁଁ ସେ ସବୁ ବୁଝିପାରେ ନାହିଁ ବୋଲି ସେ କହିଛନ୍ତି।
ଉଭୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ଏବଂ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହିତ ତାଙ୍କ ପରିବାରର ଫଟୋ ବାଣ୍ଟନ୍ତ। ତାଙ୍କ ଝିଅ ଆରାଧ୍ୟା ମଧ୍ୟ ଅଧିକାଂଶ ସୋସିଆଲ ମିଡିଆ ପୋଷ୍ଟରେ ଦେଖାଯାଏ। ପ୍ରଶଂସକମାନେ ମଧ୍ୟ ତାଙ୍କର ଫଟୋକୁ ବହୁତ ପସନ୍ଦ କରନ୍ତି। ଅଭିଷେକ ଖୁବ ଶୀଘ୍ର ଚିତ୍ରାଙ୍ଗଦାା ସିଂଙ୍କ ସହ ‘ବବ ବିଶ୍ୱାସ’ରେ ନଜର ଆସିବେ। ଅନ୍ୟ ପଟେ ଐଶ୍ୱର୍ଯ୍ୟା ମଣିରତ୍ନମଙ୍କ ସହ ‘ପୋନିୟିନ ସେଲଭାନ’ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri