ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର ସଫଳତା ଅନେକାଂଶରେ ଫିକା ପଡିଯାଇଛି। ଗୋଟେ ଶିକ୍ଷାନୁଷ୍ଠାନ ଅନ୍ୟର ଉତ୍ପାଦକୁ ନିଜର କହିବା ପରି ଧୂର୍ତ୍ତାମି ଭାରତର ଛବିକୁ ନିଶ୍ଚିତ ଭାବେ ମଳିନ କରିଛି। କିନ୍ତୁ ଏହିସବୁ ମଧ୍ୟରେ ଏଆଇ ତଥା କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ସରକାରଙ୍କ ଘୋଷଣା ଅଧିକ ସନ୍ଦେହ ସୃଷ୍ଟି କରୁଛି।
ନୂଆଦିଲ୍ଲୀରେ ଆୟୋଜିତ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର ଉଦ୍‌ଘାଟନ ଅବସରରେ କୁହାଯାଇଛି ଯେ, ଭବିଷ୍ୟତରେ ଭାରତ ବିଶ୍ୱର ତିନି ଏଆଇ ମହାଶକ୍ତି ମଧ୍ୟରେ ରହିବ। ଅର୍ଥାତ୍‌ ଭାରତ ଏଆଇ କ୍ଷେତ୍ରରେ ନିକଟ ଭବିଷ୍ୟତରେ ପ୍ରଗତି ହାସଲ କରିବ। ଭାରତର ଏଆଇ ଅଭିଯାନ ବିକଶିତ ଭାରତର ଏକ ମୁଖ୍ୟ ଅଂଶ ବୋଲି କୁହାଯାଇଛି। ଏବେ ଭାରତ ଭାଇବ୍ରାନ୍ସି ଇଣ୍ଡେକ୍ସ ୨୦୨୫ରେ ଗବେଷଣା, ପ୍ରତିଭା ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ବିଶ୍ୱରେ ତୃତୀୟ ସ୍ଥାନରେ ଅଛି। ଏଆଇ କ୍ଷେତ୍ରରେ ଭାରତ କେବଳ ଏକ ବଜାର ନ ହୋଇ ଏଆଇର ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ଘୋଷଣା ଯେକୌଣସି ଭାରତୀୟଙ୍କ ପାଇଁ ଖୁସିର କଥା ହେବ, ଯଦି ଆମେ ଆମ ସରକାରଙ୍କ ଏହି ଘୋଷଣାକୁ ତାଙ୍କ ବାସ୍ତବ କାର୍ଯ୍ୟକଳାପ ସହିତ ତୁଳନା ନ କରିବା। କିନ୍ତୁ ଯେଉଁ ମୁହୂର୍ତ୍ତରେ ଆମେ ସରକାରଙ୍କ ବାସ୍ତବ କାମକୁ ତୁଳନା କରିବା, ଏହା କେବଳ ଏକ ତୁଚ୍ଛା ଘୋଷଣା ବୋଲି ବୁଝିବାରେ ବିଳମ୍ବ ହେବନାହିଁ। ଘୋଷଣା ଓ ବାସ୍ତବତା ଭିତରେ ଆକାଶ ପାତାଳ ପ୍ରଭେଦ ଜଳଜଳ ଦେଖାଯିବ।
ଗୋଟିଏ ପଟେ ଏଆଇ କ୍ଷେତ୍ରରେ ଦେଶ ଆଗକୁ ବଢିବ ବୋଲି ସରକାର କହୁଥିବା ବେଳେ ଅନ୍ୟପଟେ ସମଗ୍ର ଦେଶରୁ ସାଇଣ୍ଟିଫିକ୍‌ ଟେମ୍ପେରାମେଣ୍ଟ ତଥା ବୈଜ୍ଞାନିକ ମନୋଭାବ କମ କରିବାର ପ୍ରୟାସରେ ଟିକେ ବି କମ୍‌ କରାଯାଉନାହିଁ। ଦିନକୁ ଦିନ ଦେଶକୁ ଏକ ମଧ୍ୟଯୁଗୀୟ ଅନ୍ଧବିଶ୍ୱାସ ଭିତରକୁ ଠେଲି ଦିଆଯାଉଛି। ଆମ ପ୍ରତିରକ୍ଷାମନ୍ତ୍ରୀ ରାଫେଲ ଯୁଦ୍ଧ ବିମାନରେ ସିନ୍ଦୂରରେ ସ୍ବସ୍ତିକ ଅଙ୍କନ କରୁଛନ୍ତି, ଯାହାଦ୍ୱାରା କି କିଛି ଯେପରି ଅମଙ୍ଗଳ ନ ହୁଏ। ଡଜନ ଡଜନ କେନ୍ଦ୍ରମନ୍ତ୍ରୀ କୁମ୍ଭ ମେଳାରେ ବୁଡ ପକେଇ ପାପ କ୍ଷୟ କରୁଛନ୍ତି। ବାଗେଶ୍ୱର ବାବାଙ୍କ ପାଖରେ ଅନେକ ମନ୍ତ୍ରୀ, ନେତା, ଅଫିସର ଧାଡ଼ି ଲଗାଉଛନ୍ତି। ବଳାତ୍କାର ଓ ହତ୍ୟା ଅପରାଧରେ ଜେଲଦଣ୍ଡ ଭୋଗୁଥିବା ବାବାଙ୍କର ଭିଆଇପି ଭକ୍ତ ମଣ୍ଡଳୀରେ ସରକାରର ଅଧା ନେତା,ମନ୍ତ୍ରୀ ଅଛନ୍ତି। ମନ୍ଦିର ପ୍ରତିଷ୍ଠାକୁ ଏକ ରାଷ୍ଟ୍ରୀୟ କାର୍ଯ୍ୟ ଭାବେ ପାଳନ କରାଯାଉଛି। ସାରା ପ୍ରଶାସନ ସବୁକିଛି ଛାଡ଼ି ସେଇ କାମରେ ଲାଗିଯାଉଛି। ଗୋଟେ ଦେଶର ସରକାର ଓ ତା’ର ମୁଣ୍ଡିଆଳଙ୍କର ଏହି ସବୁ କାର୍ଯ୍ୟ ଦେଶକୁ ବିଜ୍ଞାନର ବିକାଶ ଦିଗରେ ନେବ ନା ଅନ୍ଧବିଶ୍ୱାସର କୂଅ ଭିତରକୁ ନିକ୍ଷେପ କରିବ, ଏହା ବେଶ୍‌ ଅନୁମେୟ। ଏହି ରାସ୍ତାରେ ଯାଇ ଭାରତ କ’ଣ ବିଶ୍ୱର ପ୍ରମୁଖ ଏଆଇ ଶକ୍ତିରେ ପରିଣତ ହେବ? ଏଆଇ ସମ୍ପର୍କିତ ସରକାରଙ୍କ ଭାଷଣ ଯଦି ଗୋଟିଏ ପଟେ ଯାଉଥାଏ, ତେବେ ତାଙ୍କ ବାସ୍ତବ କାମ ଠିକ୍‌ ତା’ର ବିପରୀତ ଦିଗରେ ଯାଉଛି।
ବିଶ୍ବର ଶହେଟି ଉଚ୍ଚମାନର ଶିକ୍ଷାନୁଷ୍ଠାନ ଭିତରେ ଭାରତର ସ୍ଥାନ ନଗଣ୍ୟ। ଗବେଷଣା ଅନୁଷ୍ଠାନକୁ ସରକାରୀ ପ୍ରୋତ୍ସାହନ ନାହିଁ। ଶିକ୍ଷାନୁଷ୍ଠାନ ଅପେକ୍ଷା ମନ୍ଦିର ପ୍ରତିଷ୍ଠା ବଡ କାମ ବୋଲି ଆମ ଦେଶରେ ପରିଗଣିତ କରାଯାଉଛି। ସରକାର ବି ସେହି କାମ ପୂରଣ କରିବାରେ ଲାଗିଛନ୍ତି ଓ ମନ୍ଦିର ପ୍ରତିଷ୍ଠାକୁ ତାଙ୍କର ଐତିହାସିକ ସଫଳତା ଭାବେ ବର୍ଣ୍ଣନା କରୁଛନ୍ତି। ରାଜନୈତିକ ଦଳର ଇସ୍ତାହାର ଏବଂ ପ୍ରତିଶ୍ରୁତିରେ ଶିକ୍ଷା ଓ ସ୍ବାସ୍ଥ୍ୟ କଥା କମ୍‌ ରହି ମନ୍ଦିର କଥା ବେଶି ରହୁଛି। ତା’ହେଲେ ଦେଶ କୁଆଡେ ଯିବ? ଯୁବକମାନଙ୍କୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରୁ ଦୂରେଇ ନେଇ ତାଙ୍କୁ ଧର୍ମ ନାମରେ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ଓ ତାହାକୁ ହିଁ ପ୍ରଗତିର ପଥ ଭାବେ ପ୍ରଦର୍ଶିତ କରାଯାଉଛି। ବିଚରା ଯୁବକମାନେ ଧର୍ମ ରକ୍ଷା ପାଇଁ ପତାକା ଧରି ରାସ୍ତାରେ ଚିତ୍କାର କରୁଛନ୍ତି। ଏହି ଚିନ୍ତାଧାରା ସହିତ ଓ ଏହି ରାସ୍ତାରେ ଚାଲି ଦେଶ କ’ଣ ଏଆଇ କ୍ଷେତ୍ରରେ ବିକାଶ କରିବ? ଏହା କେବଳ ଆଉ ଏକ ମନ୍‌ କୀ ବାତ୍‌ ଛଡା ଆଉ କିଛି ନୁହେଁ।
ଆମ ଦେଶରେ ଚନ୍ଦ୍ର ଅଭିଯାନର ସଫଳତା ବିଷୟରେ ଯେତିକି ଆଲୋଚନା ହୁଏନି, ତା’ଠାରୁ ଅଧିକ ଆଲୋଚନା ହୁଏ ଇସ୍ରୋ ମୁଖ୍ୟଙ୍କ ମନ୍ଦିର ଯିବା ବିଷୟରେ। ତା’ମାନେ ଆମେ ଭବିଷ୍ୟତ ପିଢ଼ିକୁ କୁଆଡେ ଠେଲୁଛେ? ଆମ ମନ୍ତ୍ରୀ ହନୁମାନକୁ ପ୍ରଥମ ମହାକାଶଚାରୀ ବୋଲି ଛାତ୍ରଙ୍କୁ କହୁଛନ୍ତି। ସମ୍ପ୍ରତି ଦେଶର ଶୀର୍ଷ ନ୍ୟାୟାଳୟ ସାବରିମାଲା ମନ୍ଦିରକୁ ମହିଳା ପ୍ରବେଶ କରିବେ କି ନାହିଁ, ସେ ବିଷୟରେ ଦିନ ଦିନ ସାରୁଛନ୍ତି। ସରକାରୀ ଆଡ୍‌ଭୋକେଟ ନିଜେ କେସ୍‌ର ଗୋଟିଏ ପକ୍ଷ ହେଉଛନ୍ତି। ତା’ହେଲେ ବିଚାର କଲେ – ଗୋଟେ ଦେଶ ଭାବେ ଆମ ବୈଜ୍ଞାନିକ ଚିନ୍ତାଧାରା କେଉଁ ଆଡ଼କୁ ଯାଉଛି? ଆଜି ଯଦି ଆମେ ମାନୁଛୁ, ମହିଳାଙ୍କ ପ୍ରବେଶ ଯୋଗୁ କୌଣସି ସ୍ଥାନ ଅପବିତ୍ର ହୋଇଯାଏ, ତା’ହେଲେ ଆମ ବୈଜ୍ଞାନିକ ମନୋଭାବ କେତେ ରସାତଳକୁ ଗଲାଣି ଓ ଆମେ କେତେ ଅନ୍ଧବିଶ୍ୱାସ ଭିତରେ ଅଛେ, ଏହା ସହଜରେ ଅନୁମେୟ। ଆମ ଦେଶର ବିଦ୍ୱାନମାନେ ବିଦେଶକୁ ଗଲେ ଆଉ ଦେଶକୁ ଫେରିବାର ନାଁ ନେଉନାହାନ୍ତି। କାରଣ ଆମ ଦେଶରେ ଗବେଷଣା ଭିତ୍ତିଭୂମି ଅପେକ୍ଷା ମନ୍ଦିର ଭିତ୍ତିଭୂମି ଉପରେ ଅଧିକ ଧ୍ୟାନ ଦିଆଯାଉଛି ଓ ଖର୍ଚ୍ଚ କରାଯାଉଛି। ଆଜିକାଲି ତ ଖୋଜାଯାଉଛି ଅତୀତରେ କେଉଁ ମାଟି ତଳେ କି ମନ୍ଦିର ଥିଲା କି ମୂର୍ତ୍ତି ଥିଲା। ଶିକ୍ଷାନୁଷ୍ଠାନ ଅପେକ୍ଷା ତଥାକଥିତ ଧର୍ମ ପାଇଁ ଯେଉଁଠି ଅଧିକ ଗୁରୁତ୍ୱ ଦିଆଯାଏ, ସେଠି ସ୍କଲାର ଓ ଉନ୍ନତ ମସ୍ତିଷ୍କମାନେ ବିଦେଶରେ ରହିବାକୁ ହିଁ ଅଧିକ ଉଚିତ ମଣିବେ ଓ ମଣୁଛନ୍ତି ବି। ଏପରି ସ୍ଥଳେ ସରକାରଙ୍କ ଏଆଇ କ୍ଷେତ୍ରରେ ବିକାଶର ସ୍ବପ୍ନ, କେବଳ ସ୍ବପ୍ନ ଓ ପ୍ରହେଳିକା ଛଡା ଅଧିକ କିଛି ନୁହେଁ। ଯଦି ସତରେ ଆମେ ଏଆଇ ଓ ଅନ୍ୟାନ୍ୟ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବିକାଶ କରିବାକୁ ଚାହୁଁଛୁ, ତେବେ ଭବିଷ୍ୟତ ପିଢିଙ୍କ ଭିତରେ ଆମକୁ ବୈଜ୍ଞାନିକ ମନୋଭାବକୁ ବଢେଇବାକୁ ହେବ। ବିଶ୍ବାସ ଓ ଅନ୍ଧବିଶ୍ବାସରୁ ଊର୍ଦ୍ଧ୍ୱକୁ ଉଠି ଆମକୁ ତଥ୍ୟ, ତତ୍ତ୍ୱଭିତ୍ତିକ ହେବାକୁ ପଡିବ।

ବିଚିତ୍ର ବିଶ୍ବାଳ

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ‘ମୋଦିଙ୍କ ଗୋଟିଏ କଲ…’, ବୟାନକୁ ନେଇ ହେଲାଣି ଚର୍ଚ୍ଚା

ତେହରାନ୍‌,୧୦।୩: ଭାରତରେ ଅବସ୍ଥାପିତ UAEର ପ୍ରଥମ ରାଷ୍ଟ୍ରଦୂତ ହୁସେନ ହାସନ ମିର୍ଜା କହିଛନ୍ତି ଯେ ତାଙ୍କ ଦେଶ ଇରାନ-ଇସ୍ରାଏଲ ବିବାଦରେ ସାମିଲ ହେବାକୁ ଇଚ୍ଛା କରେ ନାହିଁ,…

ଗର୍ଜିଲେ ଚାଷୀ: ଅଧେ ଚାଷୀଙ୍କୁ ଉଠାଇନେଲା ପୋଲିସ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ…

ବି.ଏଡ୍‌ ନାମଲେଖା ପାଇଁ ଆଜି ଏନ୍‌ସିଇଟି ଆବେଦନର ଶେଷ ତାରିଖ

ଭୁବନେଶ୍ୱର,୧୦ା୩ (ସୁଚିସ୍ମିତା ସାହୁ): ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନ୍ୟାଶନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ସିଇଟି)-୨୦୨୬ର ଆବେଦନ ମଙ୍ଗଳବାର ଶେଷ ହେଉଛି। ରାତି ୧୧ଟା ୫୦…

ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ୨୦ ଗୁଣା ଅଧିକ କରିବେ ଆକ୍ରମଣ

ଓ୍ବାଶିଂଟନ,୧୦।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଦ୍ୱାରା ତୈଳ ଯୋଗାଣ ବନ୍ଦ କରିବା ବିରୁଦ୍ଧରେ ଏକ କଠୋର ଚେତାବନୀ ଦେଇଛନ୍ତି।…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ: ପାକିସ୍ତାନରେ ଦୁଇ ସପ୍ତାହ ସ୍କୁଲ ବନ୍ଦ, ୨୫% କଟିବ ଦରମା

ନୂଆଦିଲ୍ଲୀ,୧୦ା୩: ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ଏକ ବିପର୍ଯ୍ୟୟ ପାଲଟିଛି । ପରିସ୍ଥିତି ଏପରି ହୋଇଛି ଯେ ସୋମବାର ପାକିସ୍ତାନର ପ୍ରଧାନମନ୍ତ୍ରୀ…

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୦।୩: ICC ୨୦୨୬ ଟି-୨୦ ବିଶ୍ୱକପ ପାଇଁ ‘ଟିମ ଅଫ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରିଛି। ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ଚାରି ଜଣ ଖେଳାଳିଙ୍କୁ ଏହି…

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ

ନୂଆପଡ଼ା,୧୦ା୩ (ମକାରୁ ବେମାଲ):ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି। ଜିଲା…

‘ଟିକେ ଲଜ୍ଜା କର ଟିମ ଇଣ୍ଡିଆ…’ ଜୟ ଶାହା, ସୂର୍ଯ୍ୟକୁମାର ଯାଦବଙ୍କ ଉପରେ କିଏ ଆଉ କାହିଁକି କହିଲେ ଏମିତି? ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆ ୨୦୨୬ ର ICC T20 ବିଶ୍ୱକପ ଜିତିଛି। ଏହି ବିଜୟ ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଭାରତୀୟ ଦଳ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri