Categories: ବାଣିଜ୍ୟ

ଓଡ଼ିଶାର ୩ ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବା

ନୂଆଦିଲ୍ଲୀ,୧୩।୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱର,କଟକ ଓ ରାଉରକେଲା ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ କରାଯାଇଛି। ବିଶେଷକରି କମ୍ପାନୀ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ କରାଯାଇଥିବା ଭୁବନେଶ୍ୱର ଓ ରାଉରକେଲା ହକି ଷ୍ଟାଡିୟମରେ ଅଲ୍‌ଟ୍ରାଫାଷ୍ଟ ୫ଜି ସେବାକୁ ମଧ୍ୟ ନିୟୋଜିତ କରିଛି। ଏପରିକି ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାଗୁଡ଼ିକ ଗ୍ରାହକଙ୍କ ପାଇଁ ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ। କାରଣ କମ୍ପାନୀ ଏହାର ନେଟ୍‌ୱର୍କ ସ୍ଥାପନ କରିବା ଓ ରୋଲ୍‌ଆଉଟ୍‌ ଶେଷ କରିବା କାମ ଜାରି ରଖିଛି। ୫ଜି ସକ୍ଷମ ଡିଭାଇସ୍‌ ଥିବା ଗ୍ରାହକମାନେ ରୋଲ୍‌ଆଉଟ୍‌ ଅଧିକ ବ୍ୟାପକ ହେବା ପର୍ଯ୍ୟନ୍ତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ହାଇସ୍ପିଡ୍‌ ଏୟାରଟେଲ୍‌ ୫ଜି ପ୍ଲସ୍‌ ନେଟ୍‌ୱର୍କ ଉପଭୋଗ କରିପାରିବେ।
ଏ ସମ୍ପର୍କରେ ଭାରତୀ ଏୟାରଟେଲ୍‌ର ଓଡ଼ିଶା ସିଓଓ ସୌମେନ୍ଦ୍ର ସାହୁ କହିଛନ୍ତି, ଆମେ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ କରୁଥିବା ଦୁଇଟି ଷ୍ଟାଡିୟମରେ ୫ଜି ସେବାକୁ ନିୟୋଜିତ କରି ଅତ୍ୟଧିକ ଆନନ୍ଦିତ। ଏପରିକି ଉଭୟ ଷ୍ଟାଡିୟମରେ ଗ୍ରାହକମାନେ ସୁପରଫାଷ୍ଟ୍‌ ନେଟ୍‌ୱର୍କର ଅନୁଭୂତି ପାଇପାରିବେ, ଯାହା ସେମାନଙ୍କୁ ହାଇ ଡେଫିନିଶନ ଭିଡିଓ ଷ୍ଟ୍ରିମିଙ୍ଗ୍‌, ମଲ୍ଟିପୁଲ ଚାର୍ଟିଂ, ଫଟୋ ଓ ଭିଡିଓଗୁଡ଼ିକର ତତ୍କାଳ ଅପ୍‌ଲୋଡିଂ ପାଇଁ ଅନୁମତି ଦେବ। ଭୁବନେଶ୍ୱର, କଟକ ଓ ରାଉରକେଲାରେ ମଧ୍ୟ ଆମର ୫ଜି ସେବାକୁ ଶୁଭାରମ୍ଭ କରିଛୁ। ଏହାର ଗ୍ରାହକମାନେ ଏବେ ଅଲ୍‌ଟ୍ରାଫାଷ୍ଟ୍‌ ନେଟ୍‌ୱର୍କର ଅନୁଭୂତି ପାଇପାରିବେ ଏବଂ ବର୍ତ୍ତମାନର ୪ଜି ସ୍ପିଡ୍‌ ତୁଳନାରେ ୨୦ରୁ ୩୦ ଗୁଣ ପର୍ଯ୍ୟନ୍ତ ଅଧିକ ସ୍ପିଡ୍‌ ଉପଭୋଗ କରିପାରିବେ। ଆମେ ସମଗ୍ର ରାଜ୍ୟରେ ୫ଜି ସେବା ଆରମ୍ଭ କରିବା ପାଇଁ ପ୍ରକ୍ରିୟାରେ ରହିଛୁ, ଯାହା ଗ୍ରାହକଙ୍କୁ ହାଇଡେଫିନିଶନ ଭିଡିଓ ଷ୍ଟ୍ରିମିଂ, ଗେମିଂ, ମଲ୍ଟିପୁଲ ଚାର୍ଟିଂ, ଫଟୋ ଓ ଭିଡିଓଗୁଡ଼ିକର ଇନ୍‌ଷ୍ଟାଣ୍ଟ ଅପ୍‌ଲୋଡିଂ ପାଇଁ ସୁପର୍‌ଫାଷ୍ଟ ପହଞ୍ଚ ଉପଭୋଗ କରିବାକୁ ଅନୁମତି ଦେବ।

Share