Categories: ଫୁରସତ

ଏରୋପ୍ଲେନ୍‌ ଘର

ସମସ୍ତଙ୍କର ଇଚ୍ଛା ନିଜର ଏକ ସୁନ୍ଦର ଘର କରିବା, ଯାହା ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ହୋଇଥିବ। ଏମିତି ଏକ ସ୍ବପ୍ନ ଥିଲା ଆମେରିକାର ୬୪ ବର୍ଷୀୟ ବ୍ୟକ୍ତି ବ୍ରୁସ୍‌ କ୍ୟାମବେଲ୍‌ଙ୍କର, ଯେଉଁଥିପାଇଁ ସେ ଏରୋପ୍ଲେନ୍‌କୁ ଘରର ରୂପ ଦେଇଛନ୍ତି ।
ଜଙ୍ଗଲ ମଝିରେ ଏରୋପ୍ଲେନ୍‌ ଏବଂ ଏରୋପ୍ଲେନ ଭିତରେ ସୁନ୍ଦର, ଆକର୍ଷଣୀୟ ଓ ଆରାମଦାୟକ ଘର।  ଯାହା ହେଉଛି ପୃଥିବୀର ଅଜବ ଘର ମଧ୍ୟରୁ ଅନ୍ୟତମ । ବ୍ରୁସ୍‌ ହେଲେ ଜଣେ ଅବସରପ୍ରାପ୍ତ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ସେ ୨୦ ବର୍ଷ ବୟସ ବେଳେ ଓରେଗନ୍ର ହିଲସ୍‌ବୋରୋ ଜଙ୍ଗଲ ନିକଟରେ ୧୦ ଏକର ଜାଗାକୁ ୨୩,୦୦୦ ଡଲାରରେ କିଣିଥିଲେ । ପରେ ସେ ନିଜ ଘରକୁ ଅନ୍ୟମାନଙ୍କଠାରୁ କିଛି ନିଆରା ଓ ଅଲଗା ଢଙ୍ଗରେ ତିଆରି କରିବା ପାଇଁ ଏକ ପୁରୁଣା ଏରୋପ୍ଲେନ୍‌ କିଣି ତାକୁ ଘର ଭାବେ ତିଆରି କରିଛନ୍ତି  ଏଥିରେ ବେଡରୁମ୍‌, ଡ୍ରଇଂରୁମ୍‌, କିଚେନ୍‌, ବାଥରୁମ୍‌ , ହୋମ୍‌ ଥିଏଟର୍‌ ଆଦିର ସୁବିଧା ରହିଛି ।

Share